ଦେଖନ୍ତୁ EXCLUSIVE :ଭିଡିଓ ମୁଁ ଶ୍ରୀତମ ଦାସ ଙ୍କ ଝିଅ-ମହାବାହୁ ପ୍ରଥମ ସିନେମା…..
ଓଡ଼ିଆ ସିନେମା ଜଗତ ର ଲୋକ ପ୍ରିୟ ଅଭିନେତା ଶ୍ରୀତମ ଦାସ ଙ୍କୁ ତୋ ଆପଣ ଜାଣିଥିବେ ନିଶ୍ଚୟ | କାରଣ ସେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଆଗଧାଡି ର ଅଭିନେତା ଯାହାଙ୍କର ଅଭିନୟ ଦେଖିବା କ୍ଷଣି ଲୋକମାନଙ୍କ ମନ ଖୁସିରେ ନାଚି ଉଠେ | ତେବେ ଶ୍ରୀତମ ଦାସ କେବେଳ ଅଭିନୟ ନୁହେଁ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ତାଙ୍କର ଯେଉଁ ଅବଦାନ ରହିଛି ତାକୁ କେବେ ବି ଲୋକେ ଭୁଲି ପାରିବେ |
କାରଣ ଶ୍ରୀତମ ଦାସ ଓଡ଼ିଆ ସିନେମା ଜଗତ ରେ ଏକ କଳାକାର ହେବା ସହିତ ସେ ଜଣେ ଫ୍ଲିମ ନିର୍ଦେଶକ ମଧ୍ୟ | ସୂଚନା ଅନୁଯାୟୀ ତାଙ୍କର ଝିଅ ଲିପାକ୍ସି ଦାସ ଏବେ ଅଭିନୟ ରେ ପାଦ ଦେଇଛନ୍ତି | ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ |
ତେବେ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ର ଆଗ ଧାଡି ର ଅଭିନେତା ଓ ଓ ନିର୍ଦେଶକ ଭାବେ ଜଣା ଶୁଣା ଶ୍ରୀତମ ଦାସ ଙ୍କ ଝିଅ ଲିପାକ୍ସି ଦାସ ପ୍ରଥମ ଥର ପାଇଁ ଏବେ ବଡ ପରଦା ରେ ନଜର ଆସିବେ | ନିକଟରେ ନଜର ଆସିଥିବା ଓଡ଼ିଆ ସିନେମା ମହାବାହୁ ରେ ଶ୍ରୀତମ ଦାସ ଙ୍କ ଝିଅ ଲିପାକ୍ସି ଡେଭିୟୁ କରିଛନ୍ତି, ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ଶ୍ରୀତମ ଙ୍କ ଝିଅ ଯାହାଙ୍କର ବୟସ ଏବେ ମାତ୍ର 12 ବର୍ଷ | ଆଉ ଏହି 12 ର ବର୍ଷ ର ଝିଅ ଏବେ ପ୍ରଥମ ଥର ପାଇଁ ଓଡ଼ିଆ ସିନେମା ମହାବାହୁ ରେ ନିଜର ଡେଭିୟୁ କରୁଛନ୍ତି | ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଗଣମାଧ୍ୟମ କୁ ଏହି ସିନେମା ବିଷୟରେ ନିଜର ମତ ରଖିଛନ୍ତି ଶ୍ରୀତମ ଦାସ ଙ୍କ ଝିଅ ଲିପ୍ସିକା | ତାହାଲେ ଆସନ୍ତୁ ଜାଣିବା ଲିପ୍ସିକା ଦାସ ଏହି ଓଡ଼ିଆ ସିନେମା ତାଙ୍କ ମତରେ କଣ କହିଛନ୍ତି ସେ ବିଷୟରେ ଜାଣିବା |
ତେବେ ସୂଚନା ଅନୁଯାୟୀ ଗଣମାଧ୍ୟମ ଆଗରେ ଲିପ୍ସିକା ଦାସ ଏହା କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ମହାବାହୁ ଯେଉଁ ଚଳଚ୍ଚିତ୍ର ରେ ସେ ରିଙ୍କି ନାମରେ ସେ ସୁନ୍ଦର ଭାବରେ ଅଭିନୟ କରିହନ୍ତି | ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସେଥିପାଇଁ ସେ ଟିକିଏ ନର୍ଭର୍ସ ଥିଲେ ବୋଲି କହିଥିଲେ ତା ସହିତ ସେ ଏକଥା ମଧ୍ୟ କହିଥିଲେ ଯେ,ସେ ପାଠ ପଢା ସହିତ ସମୟ ପାଇଲେ ସେ ଟିକିଏ ଟିକିଏ ଅଭିନୟ ଶିଖୁଥାନ୍ତି | ତେବେ ଅଭିନୟ ସାଙ୍ଗକୁ ସେ ପାଠ ପଢାକୁ ମଧ୍ୟ ସମୟ ଦେଉଥିଲେ | ତାଙ୍କର କହିବା କଥା ଅନୁଯାୟୀ ସେ କେବେ ଭାବିନଥିଲେ ମହାବାହୁ ପରି ଏତେ ବଡ଼ ସିନେମା ରେ ସେ ଅଭିନୟ କରିବେ ବୋଲି |
ତେବେ ଏହା ଥିଲା ବର୍ତ୍ତମାନ ର ସବୁଠି ଖୁବ୍ ଭାଇରାଲ ହେଉଥିବା ଭିଡ଼ିଓ ଯେଉଁ ଭିଡ଼ିଓ ରେ ଶ୍ରୀତମ ଦାସ ଙ୍କ ଝିଅ ଲିପ୍ସିକା ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ଦେଇଛନ୍ତି | ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକ ମାନେ ଏହାକୁ ପ୍ରଶଂସା କରିବା ସହିତ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି |