ollywood news- ଦେଖନ୍ତୁ ବିବାହ ର ପ୍ରଥମ ଦିନ ଶାଶୂଘରେ କେମିତି ଦିନ କାଟିଲେ Prerana…ଶୁଣନ୍ତୁ ତାଙ୍କ ମୁହଁ ରୁ କଣ କହୁଛନ୍ତି ସ୍ବାମୀAswin ଙ୍କ ବିଷୟରେ. ଦେଖନ୍ତୁ ଭିଡ଼ିଓ

ଅଶ୍ୱିନ ପ୍ରେରଣା ସାତ ଜନ୍ମର ସାଥୀ ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ, ଆଉ ପ୍ରେମରୁ ବିବାହ । ଓଡ଼ିଆ ଟିଭି ତଥା ସିନେ ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଓ ପ୍ରେରଣାଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଅନ୍ୟକୁ ପ୍ରେମର ଟିପ୍ସ୍ ଦେଉଥିବା ଲଭ୍ ଗୁରୁ ନିଜ ଲଭରେ ସଫଳତା ହାସଲ କରିଛନ୍ତି । ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ପ୍ରଥମେ ଉପସ୍ଥାପନା ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରୀ କରିଥିଲେ ଅଶ୍ୱିନ୍, ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କୁ ଅତି ନିଜର କରିନେଇଥିଲେ । ଅଶ୍ୱିନଙ୍କ ଉପସ୍ଥାପନା ଶୈଳୀ ଟିଭିର କାର୍ଯ୍ୟକ୍ରମକୁ ମଧ୍ୟ ବେଶ୍ ସଫଳ କରିଥିଲା ।

ଠିକ୍ ସେହିପରି ପ୍ରେରଣା ମଧ୍ୟ ଉପସ୍ଥାପନାରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ଉଭୟେ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ ଚଢିବା ଆରମ୍ଭ କରିବା ସମୟରେ ଦୁହିଁଙ୍କର ଭେଟ ହୋଇଥିଲା । ପ୍ରଥମେ ଖୁବ ନିବିଡ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଲା । ବନ୍ଧୁତ୍ୱର ସମ୍ପର୍କ ଖୁବ କମ୍ ଦିନ ମଧ୍ୟରେ ପ୍ରେମରେ ବଦଳିଗଲା । ପରେ ଦୁହେଁ ମିଶି ଆଇଡଲ ଓଡ଼ିଶା ନାମକ ଏକ ସଂସ୍ଥା ନିର୍ମାଣ କରିଥିଲେ । ବିଜ୍ଞାପନ, ମ୍ୟୁଜିକ ଭିଡିଓ ସମେତ ଆହୁରୀ ଅନେକ ପ୍ରୋଜେକ୍ଟରେ ସଫଳତା ହାସଲ କଲେ ।

ଏହା ମଧ୍ୟରେ ଅଶ୍ୱିନ ମଧ୍ୟ କିଛି ସିନେମାରେ ନିର୍ଦ୍ଦେଶନାର ଭାର ସମ୍ଭାଳି ସଫଳତା ପାଇଲେ । ଅଶ୍ୱିନ ଓ ପ୍ରେରଣା ନିଜର ପ୍ରେମ ସମ୍ପର୍କକୁ ସାଧାରଣରେ ଲୁଚାଇ ରଖିଥିଲେ ମଧ୍ୟ ଏହାକୁ ନେଇ ସାରା ଓଲିଉଡ ଟୁପୁର ଟାପୁର ହେଉଥିଲା । କିନ୍ତୁ କେହି ନିର୍ବନ୍ଧ ପର୍ଯ୍ୟନ୍ତ ଏହାକୁ ଲୋକଲୋଚନକୁ ଆଣିନଥିଲେ । ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ ।

ଅନ୍ୟ ମାନଙ୍କୁ ପ୍ରେମର ଟିପ୍ସ ଦେଉଥିବା ଏହି ପ୍ରେମ ଗୁରୁ ଆଜି ନିଜ ପ୍ରେମରେ ସଫଳତା ହାସଲ କରିଛନ୍ତି।ଅଶ୍ୱିନ ଯେତେବେଳେ ଟିଭି ତଥା ସିନେମା ଜଗତରେ ପ୍ରବେଶ କଲେ ସେତେବେଳେ ସେ ନିଜ ଆକ୍ଟିଂଗ ଏବଂ ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କ ମନ ଜିତିଥିଲେ। ସେଥିପାଇଁ ନିଜର ସଫଳତା କାରଣରୁ ସେ ବିଭିନ୍ନ ଚ୍ୟାନେଲ ଆଙ୍କରିଙ୍ଗ କରିବାକୁ ଲାଗିଲେ। ସେହିପରି ଅଭିନେତ୍ରୀ ପ୍ରେରଣାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ।

ପ୍ରେରଣା ମଧ୍ୟ ଖୁବ କମ ଦିନରେ ଲୋକଙ୍କ ହୃଦୟ ଜିତିଥିଲେ।ତେବେ ଉଭୟ ନିଜ ପ୍ରେମ ସଂପର୍କକୁ ଜନସାଧାରଣଙ୍କ ଆଗରେ ପୂର୍ବରୁ ପ୍ରକାଶ କରିନଥିଲେ। ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ। ଦୁଇ ପରିବାର ସହମତିରେ ଆଜି ଅଶ୍ୱିନ ଏବଂ ପ୍ରେରଣାଙ୍କର ବିବାହ ହୋଇସାରିଛି।ଏହାରି ମଧ୍ୟରେ ତା ପୂର୍ବରୁ ଦୁହିଁଙ୍କର ମେହେନ୍ଦି, ସଙ୍ଗୀତ ଆଉ ହଳଦୀ ରସମ ଆଦି ।

ତେବେ ସବୁ ରସମରେ ଓଲିଉଡର ବହୁତ ସାରା କଳାକାରମାନେ ଯୋଗ ଦେଇଥିଲେ । ଆଉ ସମସ୍ତେ ଏହି ମେହେନ୍ଦି ରସମରେ ବୋହୁତ ସାରା ମଜା ମସ୍ତି କରିଥିବାର ବି ନଜର ଆସିଥିଲେ ।ତାଙ୍କ ବାହାଘର ବରଯାତ୍ରୀରେ ଅନେକ ସିଙ୍ଗର, ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସିଙ୍ଗର ଅସୀମା ପଣ୍ଡା ଅଶ୍ୱିନଙ୍କ ବାହାଘରରେ ଧୁମଧାମରେ ନାଚୁଥିବାର ଦେଖିବାକୁ ମିଳିଛି। ଏବେ ଅଶ୍ୱିନ ଓ ପ୍ରେରଣା ଖୁବ୍ ଖୁସିରେ ଅଛନ୍ତି ଅଶ୍ୱିନଙ୍କ ଘରେ ।