ଦେଖନ୍ତୁ କେମିତି ଓଲିଉଡ୍ hero Aswin ତାଙ୍କ ଝିଅଙ୍କୁ ଶିଖାଉଛନ୍ତି ଡ୍ୟାନ୍ସ ଏବଂ ଅଭିନୟ…ଭିଡିଓ ଦେଖିଲେ ଖୁସି ହୋଇଯିବେ….
ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ନିଜର କାମ ଦ୍ୱାରା ଆମକୁ ଶିକ୍ଷିତ କରିଥାନ୍ତି ମଧ୍ୟ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଓଲିଉଡ଼ ର ଅଭିନେତା ତଥା ସିରିଏଲ ଅଭିନେତା ଅଶ୍ୱିନ ଙ୍କର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣମାନେ ବେଶ୍ ଖୁସି ହେବେ। ତେବେ ଅଶ୍ୱିନ୍ ଓଲିଉଡ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯିବା ପରେ ଏବେ ନିଜ ପରିବାର ନିଜ ଝିଅ ଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରୁଥିବାର ନଜର ଆସିଛନ୍ତି।
ଆପଣମାନେ ପୂର୍ବରୁ ଦେଖିଥିବେ ତାରା ତାରିଣୀ ସିରିଏଲରେ ବହୁତ ସୁନ୍ଦର ଭାବରେ ଅଭିନୟ କରୁଥିଲେ ଅଶ୍ୱିନ୍। ହେଲେ ଏହି ସିରିଏଲ ଟି ବନ୍ଦ ହୋଇଗଲା ପରେ ସେ ଆଉ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ କୌଣସି ସିରିଏଲ ବା ସିନେମାରେ ଅଭିନୟ କରୁଥିବାର ନଜର ଆସୁ ନାହାନ୍ତି।
ଓଡ଼ିଆ ଅଭିନେତା ଅଶ୍ୱିନ୍ ଦୀର୍ଘ ୨୦ ବର୍ଷ ଧରି ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି। ସେ ୨୦୦୦ ମସିହାରେ ପ୍ରଥମେ ଆଲବମ୍ ଜଗତ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ପ୍ରବେଶ କରିଥିଲେ। ଏହାପରେ ସେ ଓଡ଼ିଆ ସିନେମା ରେ ହିରୋ ଭାବରେ ମଧ୍ଯ ଅଭିନୟ କରିଛନ୍ତି।
ତେବେ ଓଡ଼ିଆ ସିନେମା ରେ ତାଙ୍କୁ ବେଶୀ ସଫଳତା ନ ମିଳିବାରୁ ସେ ଓଡ଼ିଆ ସିରିଏଲ ରେ ଅଭିନୟ କରିଥିଲେ। ତାଙ୍କୂ ଓଡ଼ିଆ ସିରିଏଲ ରେ ବହୁତସାରା ଭଲ ପାଇବା ମିଳିଥିଲା। ସୁନ୍ଦର ଅଭିନୟ ଓ ସୁନ୍ଦର ଏକ୍ସପ୍ରେସନ୍ କାରଣରୁ ସାରା ଓଡିଶାର ଲୋକମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ। ତାରା ତାରିଣୀ ସିରିଏଲରେ ଅଭିନୟ କରୁଥିବା ବେଳେ ତାଙ୍କର ଏହି ସିରିଏଲଟି ଅଧାରୁ ହିଁ ବନ୍ଦ ହୋଇ ଯାଇଥିଲା।
ଏହାପରେ ସେ ଓଲିଉଡ୍ ରେ ନଜର ଆସୁ ନାହାନ୍ତି। ଆଉ ଅଶ୍ୱିନ୍ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି କୁ ଛାଡ଼ିବା ପରେ ଯଲିଉଡ଼୍ ବା ଯାତ୍ରା ଜଗତରେ ଯୋଗ ଦେଇଛନ୍ତି। ଯାତ୍ରା ରେ ମଧ୍ୟ ଅଶ୍ୱିନ୍ ଙ୍କର ସୁନ୍ଦର ଅଭିନୟ ଦେଖିବା ପାଇଁ ମିଳିଥାଏ। ନିଜର ସୁନ୍ଦର ଅଭିନୟ କାରଣରୁ ଯାତ୍ରା ରେ ମଧ୍ୟ ବହୁତ ସାରା ଲୋକଙ୍କୁ ଭଲପାଇବା ପାଇପାରିଛନ୍ତି। ତେବେ ତାଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଆଉ ଏକ ମାତ୍ର ଝିଅ ରହିଛି।