ଦେଖନ୍ତୁ ଭି଼ଡିଓ ! ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରେରଣା ଓ ଅଶ୍ବନୀ…ଦେଖନ୍ତୁ FULL ଭିଡିଓ
ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଭିନ୍ନ ଧରଣର ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ପ୍ରତିଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି।
ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନରେ କଣ ସବୁ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରେରଣାଏବଂ ଅଭିନେତା ଅଶ୍ୱନୀ ଙ୍କର ଆସନ୍ତା କାଲି ବିବାହ ହେବାକୁ ଯାଉଛି । ତେଣୁ ଆଜି ତାଙ୍କର ହଳଦୀ ରେସମ ହେଉଥିବା ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;
ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ବିବାହ ସିଜନ ଚାଲିଛି ଆଉ ଏବେ ଅନେକ ଲୋକ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି ।
ତେବେ ଏଭଳି ସମୟରେ ଆଉ ଜଣେ ଅଭିନେତା ବିବାହ କରିବାକୁ ଯାଉଛନ୍ତି ।ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ ।
ଓଡିଆ ଅଭିନେତା ଅଶ୍ଵିନୀ ଏବେ ବିବାହ କରିବାକୁ ଯାଉଛନ୍ତି । ସେ ଓଡିଆ ଅଭିନେତ୍ରୀ ପ୍ରେରଣାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଆଜି ଥିଲା ଦୁଇଜଣଙ୍କର ହଳଦୀ ରସମ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ହଳଦୀ ରସମରେ ପ୍ରେରଣା କହିଛନ୍ତି-‘ମୋତେ ବହୁତ ଖୁସି ଲାଗୁଛି ହେଲେ ନିଜ ହଳଦୀରେ ମୁଁ ବୁଝି ପାରୁନି ଖୁସି ହେବି ନା ଦୁଃଖ କରିବି ଯେହେତୁ ବାହା ହେଇ ମୁଁ ଶାଶୁ ଘର ଚାଲି ଯିବି । ହେଲେ ନିଜ ମାହୋଲ ଭିତରେ ରହି ମୋତେ ବହୁତ ଖୁସି ଲାଗୁଛି । ଆମ ବିବାହ ଏବେ ଠିକ ହେଲା ଆଉ ଏବେ ବିବାହ ହେଉଛି ଆମେ ଆଗରୁ ବିବାହ ବିଷୟରେ କିଛି ଭାବି ନଥିଲୁ’ ।
ଏହା ପରେ ଅଶ୍ଵିନୀ କହିଛନ୍ତି-‘ହଳଦୀରେ ମୁଁ ବହୁତ ଏଞ୍ଜୋଏ କରୁଛି ଆଉ ଆପଣ ମାନେ ବି ଏଞ୍ଜୋଏ କରନ୍ତୁ ଯାହା ଯେମିତି ପ୍ରୋସେସ ଚାଲିଛି । କାଲି ହେଉଛି ଆମର ବାହାଘର ।
ଆମେ କିଛି ଅପେକ୍ଷା କରିନୁ ଆମ ଘରେ ଯେଉଁ ତାରିଖ କୁହାଗଲା ସେହି ତାରିଖରେ ଆମର ବିବାହ ହେଉଛି ଯାହା ଭଗବାନଙ୍କର ଆଶୀର୍ବାଦ । ବାପା ମାଆଙ୍କ ଆଶୀର୍ବାଦ ହିସାବରେ ଯେମିତି ଯାହା ଫାଇନାଲ ହେଇଛି ସେମିତି ସବୁ ହେଇଛି ।କାମ ସମୟରେ କାମ ଚାଲିଥିଲା ବାହାଘର ସମୟ ଯେତେବେଳେ ଆସିଲା ସମସ୍ତେ କହିଲେ ଏହି ଟାଇମରେ ହେବା ଦରକାର ସେହି ଟାଇମରେ ହେଉଛି’ । ତେବେ ଆଜି ହେଉଛି ଅଶ୍ଵିନୀ ଆଉ ପ୍ରେରଣାଙ୍କ ହଳଦୀ ରସମ ଆଉ ଆସନ୍ତା କାଲି ହେଉଛି ଉଭୟଙ୍କ ବାହାଘର । ବାହାଘର ପାଇଁ ଦୁହେଁ ବହୁତ ଖୁସିରେ ଅଛନ୍ତି ।