ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରୋମାଣ୍ଟିକ୍ ଆଧୁନିକ ଗୀତରେ ନାଚ ! ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି..ଦୟାକରି ଏ ଭିଡିଓ ଦେଖନ୍ତୁ ଆଉ ବିରୋଧ କରନ୍ତୁ

ଏଭଳି ଏକ ନାମ ସଂକୀର୍ତ୍ତନ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଏହି ନାମ ସଂକୀର୍ତ୍ତନ ଏକ ଫିଲ୍ମ ଗୀତର ସ୍ୱର ଆଉ ସେହି ଫିଲ୍ମ ର ହିଁ ଷ୍ଟାଇଲ | ଏହି କୀର୍ତ୍ତନ ରେ ଝାଞ୍ଜ, ମୃଦଙ୍ଗ ବାଜୁଛି ଆଉ ହରେ କୃଷ୍ଣ ହରେ ରାମ ମଧ୍ୟ ଶୁଭୁଛି, କିନ୍ତୁ ସଂକୀର୍ତ୍ତନ ରେ ହେଉ ଥିବା ସ୍ୱର ପାରମ୍ପରିକ ସ୍ୱର ର ନୁହେଁ ବରଂ ଏହା ହେଉଛି ଆଧୁନିକ ଗୀତ ର ସ୍ୱର |

କାହିଁ କେଉଁ କାଳରୁ ଆମ ଓଡ଼ିଆ ପରମ୍ପରା ରେ ସଂକୀର୍ତନ, ମେଳା, ଅଷ୍ଟ ପ୍ରହରୀ, ନାମ ଯୋଗ୍ୟ, 24 ପ୍ରହରୀ ନାମ ସଂକୀର୍ତ୍ତନ ରହି ଆସିଛି, ସେଥିରେ କୃଷ୍ଣ ନାମ ଜପ କରୁଥିବାର ଦେଖିବାକୁ ମିଳି ଥାଏ |

ଗାଁ ଗାଁ ରେ ଛାମୁଣ୍ଡିଆ ହୁଏ, ଗୋବର ରେ ଲିପା ହୁଏ ଏବଂ ଯଂଜ୍ଞ ଜଳା ଯାଏ ଏହା ସହିତ ନାମ ମଧ୍ୟ ଚାଲି ଥାଏ | ବାଦି ପାଲା ରୁ ବିଭିନ୍ନ ସ୍ଥାନରୁ ଆସୁଥିବା କୀର୍ତ୍ତନିଆ ପାଳି ପରେ ପାଳି ଦଳ ପରେ ଦଳ ସମସ୍ତେ ନାମ ବୋଲି ଥାଆନ୍ତି | କିନ୍ତୁ ଏବେ ଯେଉଁ ସଂକୀର୍ତ୍ତନ ର ଭିଡ଼ିଓ ଦେଖିବାକୁ ମିଳିଛି ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ସଂକୀର୍ତ୍ତନ ରେ ହରେ ରାମ ହରେ କୃଷ୍ଣ ସ୍ୱର ପୁଷ୍ପା ଫିଲ୍ମ ର ଶ୍ରୀଭଲି ସ୍ୱର ରେ ଗାଉଛନ୍ତି ଆଉ ସେହି ଗୀତ ରେ ସ୍ଟେପ ରେ ମଧ୍ୟ ନୃତ୍ୟ କରୁଛନ୍ତି | ଅନେକ ଆଡୁ ଲୋକେ ଏହାକୁ ସମାଲୋଚନା ମଧ୍ୟ କରିଲେଣି, ଆଧୁନିକ ଗୀତ ରେ ଭଗବାନ ଙ୍କ ଭଜନ କୀର୍ତ୍ତନ କୁ ଯୋଡ଼ି ଏହାକୁ ଅପମାନ କରାଯାଉଛି ବୋଲି ମଧ୍ୟ କେହି କେହି କହୁଛନ୍ତି |

କେଉଁଠି ଯୁବକ ମାନେ ଖୋଳ ମୃଦଙ୍ଗ ଧରି ଦାଣ୍ଡରେ ଗଡି ଯାଉଛନ୍ତି ତ ଆଉ କେଉଁଠି ପୁଷ୍ପା ସିନେମା ଷ୍ଟାଇଲ ରେ ହରେ ରାମ ହରେ କୃଷ୍ଣ କହି ନୃତ୍ୟ କରୁଛନ୍ତି | ସମ୍ବଲପୁର ଗୀତ ଶୈଳୀ ରେ ମଧ୍ୟ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି | ଏହି ସବୁ ଯେଉଁ ସଂକୀର୍ତ୍ତନ ର ଭିଡ଼ିଓ ସୋସିଆଲ ରେ ଭାଇରାଲ ହେବାରେ ଲାଗିଛି ସେଥିରେ କେଉଁ ଭିଡ଼ିଓ ରେ ଭଗବାନ ଙ୍କ ପ୍ରତି ଭକ୍ତି ଦେଖିବାକୁ ମିଳୁ ନାହିଁ ବରଂ କେବଳ ଫିଲ୍ମ ଷ୍ଟାଇଲ ରେ ନାଚି ଝୁମି ମଜା ମସ୍ତି କରୁଛନ୍ତି ଯାହାକି ସମାଜ ପାଇଁ ଖୁବ ନିନ୍ଦନୀୟ ଘଟଣା ଅଟେ |

ଏହା ସହିତ ସେହି ସ୍ଥାନରେ ଦେଖୁ ଥିବା ଲୋକ ମାନେ ଏହାକୁ ବିରୋଧ କରିବା ବଦଳରେ ଉପଭୋଗ କରୁଛନ୍ତି | ଆମେ ଏଥିରେ ଆଖି ପକାଉନୁ କିନ୍ତୁ ଏତିକି କୁହାଯିବ କି ଏହା ଆମ ଓଡ଼ିଆ ପରମ୍ପରା ପାଇଁ କଣ ଗ୍ରହଣୀୟ କି |