ଦେଖନ୍ତୁ Video …Kartika Purnima ରେ ଓଲିଉଡ୍ ଅଭିନେତ୍ରୀ ମାନଙ୍କର ଡଙ୍ଗାଭସା….

ତେବେ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଏହିଭଳି ଦିନ ରେ ଲୋକ ମାନେ ଅନେକ ପବିତ୍ର କାର୍ଯ୍ୟ କରି ଥାଆନ୍ତି କାରଣ ଏହି ଦିନ ରେ ସମସ୍ତ ଙ୍କର ମନସ୍କାମନା ପୂରଣ ହୋଇ ଥାଏ | ଏହି ଦିନ ରେ ସବୁ ଲୋକ ସକାଳେ ଉଠି ସ୍ନାନ କରି ପୋଖରୀ ବା ନଦୀ ରେ ଡଙ୍ଗା ଭସାଇବାକୁ ଯାଇ ଥାଆନ୍ତି ଅର୍ଥାତ ନଦୀ କୁ ଦୀପ ଦାନ କରି ଥାଆନ୍ତି | ମନ୍ଦିର ଯାଇ ପୂଜା କରନ୍ତି ଓ ଏହି ଦିନ ରେ ତୁଳସୀ କୁ ପୂଜା କରି ମୁରୁଜ ପକାଇ ଥାଆନ୍ତି | କାର୍ତ୍ତିକ ମାସ ରେ ଏହିପରି କଲେ ଜୀବନ ରେ ଅନେକ ପୁଣ୍ୟ ମିଳି ଥାଏ ବୋଲି କୁହାଯାଏ |

ତେବେ ଏହାକୁ କେବଳ ସାଧାରଣ ଲୋକ ମାନେ ହିଁ ପଳାନ୍ତି ନାହିଁ ବରଂ ଅନେକ ସେଲିବ୍ରେଟି ମାନେ ମଧ୍ୟ ଏହି ଦିନ ରେ ସକାଳୁ ଉଠି ଡଙ୍ଗା ଭସାଇ ଥାଆନ୍ତି | ତେବେ ତାଙ୍କର ଦିନ ସେମାନେ କିପରି ପାଳନ କରିଛନ୍ତି ତାହାକୁ ଦେଖିବା ପାଇଁ ଫ୍ୟାନ୍ସ ମାନେ ଚାହିଁ ରହି ଥାଆନ୍ତି | ତେବେ ଆସନ୍ତୁ ଜାଣିବା କିଛି ସେଲିବ୍ରେଟି ଙ୍କ ବିଷୟ ରେ ଯେଉଁ ମାନେ ଏହି କାର୍ତ୍ତିକ ପୂର୍ଣ୍ଣିମା କୁ ବେସ ଆନନ୍ଦ ଏବଂ ଭକ୍ତି ରେ ପାଳନ କରିଛନ୍ତି |

ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଆଗଧାଡିର ଅଭିନେତ୍ରୀ ଶିବାନୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର |

ତେବେ ଏକ ଫୋଟ ରେ ଦେଖିବା ପାଇଁ ମିଳିଛି ଯେ ଶିବାନୀ ଏହି କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଭସାଇଛନ୍ତି ଯାହାକି ସେ ସୋସିଆଲ ମିଡ଼ିଆ ରେ ନିଜେ ଉପଲୋଡ କରିଛନ୍ତି | ସେହିପରି ଅଭିନେତ୍ରୀ ଗୁନଗୁନ ଏକ କଦଳୀ ପଟୁଆ ରେ ଡଙ୍ଗା ଭସାଇ ଥିବାର ନଜର ରେ ଆସିଛନ୍ତି |

ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ବେସ ଭଲ ଭାବରେ ଆପଣ ମାନେ ଜାଣି ଥିବେ ସେ ମଧ୍ୟ ଏହି ଦିନ ରେ ମୁରୁଜ ପକାଇବାର ନଜର ରେ ଆସିଛନ୍ତି | ସେହିଭଳି ଆକାଶ ମଧ୍ୟ ମନ୍ଦିର କୁ ଯାଇ ପୂଜା କରି ଡଙ୍ଗା ଭସାଉ ଥିବାର ଦେଖିବାକୁ ମିଳିଛି |

ଏହା ସହିତ ଝିଲ୍ଲୀକ ମଧ୍ୟ ମୁରୁଜ ପକାଇ ମନ୍ଦିର ରେ ପୂଜା କରୁ ଥିବାର ଦେଖିବାକୁ ମିଳିଛି | ଝିଲ୍ଲୀକ ଯେଉଁ ଭଳି ଭାବରେ ଓଡ଼ିଆ ପରମ୍ପରା କୁ ପାଳନ କରିଛନ୍ତି ତାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି |

ତେବେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଏହି ଦିନ ଟିକୁ ଖୁବ ଭକ୍ତି ର ସହ ପାଳନ କରିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଉପଲୋଡ ହୋଇ ଥିବା ଫୋଟ ରୁ ଜଣା ପଡିଛି | ଦର୍ଶକ ବନ୍ଧୁ ମାନେ ମଧ୍ୟ ସେଲିବ୍ରେଟି ଙ୍କର ଏଭଳି ଦିନ ର ପାଳନ କରିବା ଦେଖି ବେସ ଖୁସି ଅନୁଭବ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।