Exclusive : ଦୀପିକାଙ୍କ ମା କହିଲେ ଦୀନେଶ-ଦୀପିକାଙ୍କ ପ୍ରେମର ଗୁମର କଥା…

ଏହା ମଧ୍ୟରେ 13 ଦିନ ବିତିଗଲାଣି । ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜର ପୁଅକୁ ଧରି ଦୀପିକା ନ୍ୟାୟ ପାଇଁ ପଡ଼ି ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଦୀପିକା କହିଛନ୍ତି ।ତେବେ ଦୁହିଙ୍କ କେସ କୋର୍ଟରେ ବିଚାରାଧୀନ ଅଛି ।

ଦୀନେଶ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ରକ୍ଷା କରିଥିବା ଦୀପିକା କହିଥିଲେ । ସେ ଦୀନେଶଙ୍କ ସହ ଦୀର୍ଘକାଳୀନ ସମ୍ପର୍କ ପାଇଁ ଆଶାୟୀ ଥିଲେ ବୋଲି ଦୀପିକା କହିଥିଲେ ।

ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ।ତେବେ କିନ୍ତୁ ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି। ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି।

ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରେମ କାହାଣୀ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଦୀପିକା ତାଙ୍କର ଓ ଦିନେଶ ଙ୍କ ର ପ୍ରେମ କାହାଣୀ ବିଷୟ ରେ ମିଡ଼ିଆ ଆଗରେ କହିଛନ୍ତି।

ଦୀପିକାଙ୍କ ମାଁ କହିଛନ୍ତି ଯେ , ଦିନେଶ ଓ ଦୀପିକା 3 ବର୍ଷ ହେବ ପରସ୍ପର କୁ ପ୍ରେମ କରୁଥିଲେ। ତେବେ ତାଙ୍କର ପ୍ରଥମ ଦେଖା ହୋଇଥିଲା ଭେସପା ସୋ ରୁମ ରୁ ,ଯେଉଁ ଥିରେ ଦୀପିକା ଜଣେ ସେଲସ ମ୍ୟାନ ଭାବରେ କାମ କରୁଥିଲେ। ତେବେ ଦିନେଶ ତାଙ୍କୁ ସେଠାରେ ଦେଖିବା ପରେ ସେହି ସୋ ରୁମ ର ହେଡ ଙ୍କ ପାଖରୁ ଫୋନ ନମ୍ବର ଆଣି ତାଙ୍କୁ କଣ୍ଟାକ କରିଥିଲେ।

ଏହା ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଲା ଆଉ ଉଭୟ ଶାରୀରିକ ସମ୍ପର୍କରେ ମଧ୍ୟ ରହିଲେ ।ଏହା ମଧ୍ୟରେ ଦୀପିକା ହୋଇଯାଇ ଥିଲେ ଗର୍ଭବତୀ ଏହା ଜାଣିବା ପରେ ଦିନେଶ ତାଙ୍କୁ ପ୍ରତାରଣା ଦେଇଥିଲେ।କିନ୍ତୁ ଦୀପିକା ହାର ମାନି ନଥିଲେ ତେଣୁ ସେ ଏ ନେଇ ହାଇ କୋର୍ଟରେ ଦିନେଶ ଙ୍କ ନାମରେ କେସ ଦେଇଥିଲେ ।

ଦୀପିକାଙ୍କ ମାଁ ଏହା ମଧ୍ୟ କହିଛନ୍ତି ଯେ ଦୀପିକା ଦିନେଶ ଠାରୁ ବୟସ ରେ ବଡ଼ ଜାଣିବା ପରେ ମଧ୍ୟ ତାକୁ ଭଲ ପାଉଥିଲା । ଭେସପା ସୋ ରୁମରେ ଝିଅ ସହ ମିଶିବା ଆରମ୍ଭ କରିଥିଲା ଏହାପରେ ବହୁତ ଡ୍ରାମା କରିଛି ଭଲପାଏ ବୋଲି, ଘରକୁ ଆସିବା ପାଇଁ ବହୁତ ବାହାନା କରୁଥିଲା ମନା କରିଲେ ସେମିତି ଘର ବାହାରେ ଛିଡା ହେଉଥିଲା, ଘରେ ଝିଅ ନାହିଁ କହିଲେ ମଧ୍ୟ ଶୁଣିବ ନାହିଁ ଏବଂ କହିବ ଆଣ୍ଟି ଟିକେ କବାଟ ଖୋଲ ବୋଲି କହୁଥିଲା ।

ଏହାପରେ ଦୁହିଁଙ୍କର ମିଳାମିଶା ବହୁତ ଅଧିକ ହୋଇଗଲା ଦୀପିକାକୁ ସବୁ କାମରେ ସେ ସାହାଯ୍ୟ କରୁଥିଲା ଜିନିଷପତ୍ର ଆଣିବା ପାଇଁ କୋଲକତା,ଭୂବନେଶ୍ବର ଯାଉଥିଲେ ଦୁହେଁ ସବୁକିଛି ଭଲରେ ଚାଲିଥିଲା । କିନ୍ତୁ ଯେତେବେଳେ ସେ ଜାଣିଲା ଦୀପିକା ଗର୍ଭବତୀ ଅଛି ସେତେବେଳେ ତାକୁ ଛାଡି ପଳେଇଗଲା । ଏମିତି ବହୁତ କିଛି ସେମାନଙ୍କ ସଂପର୍କ ବିଷୟରେ କହିଛନ୍ତି ଦୀପିକାଙ୍କ ମାଁ ଆପଣମାନେ ଶୁଣନ୍ତୁ ଏହି ଭିଡିଓରେ ।