ଦେହ ଦେଖିଲୁ ମଜା ନେଲୁ ,ଏବେ ଟଙ୍କା ଦେ , ଆଉ ନ ଦେଲେ…

ସମୟ ରାତି ୧୦ ଟା ୩୦ ମିନିଟ୍। ଏକ ନୂଆ ନମ୍ବର ରୁ ମେସେଜ୍ ଆସୁଛି ହାଏ ଡିଓର। ଆଉ ଏହାପରେ ଯୁବକ ଜଣକ ହେଲୋ, ଜାଣି ପାରୁନି ପରିଚୟ ଦିଅ। ଆଉ ଏହାପରେ ସିଧା ଆସିଥିଲା ଭିଡିଓ କଲ୍। ଆଉ ଯୁବକ ଜଣକ କାଟି ଦିଅନ୍ତି। କାରଣ ସେତେବେଳେ ରାତି ୧୨ ଟା ବାଜି ସା ରିଥିଲା। ନୂଆ ନମ୍ବର ରୁ ଭିଡିଓ କଲ୍ ଉଠାଇବା ପୂର୍ବରୁ ମନରେ କାହିଁକି କେଜାଣି ସଙ୍କୋଚ ଆସୁଥିଲା।

ଆଉ ତାପରେ ସେହି ନମ୍ବର ର ଡିପି ଦେଖିଲା ବେଳକୁ ଜଣେ ଅଜଣା ଝିଅ ର ଫୋଟ। ଆଉ ତାପରେ ଅଡ଼ିଓ କଲ୍ କରାଯାଏ କିନ୍ତୁ ସେ ରିସିଭ୍ କରନ୍ତି ନାହିଁ।କଲ୍ କାଟିବା ପରେ ସିଧାସଳଖ କରିଥାନ୍ତି ଭିଡିଓ କଲ୍। ଆଉ ଭିଡିଓ କଲ୍ କରିଥିଲା ଜଣେ ସୁନ୍ଦରୀ ଯୁବତୀ। ଆଉ ଭିଡିଓ କଲ୍ ରେ ଥିଲା ତାର ନଗ୍ନ ଭିଡିଓ।

ଜଣେ ସଚେତନ ଯୁବକ ତାର ସବୁ ନଗ୍ନ ଫଟୋ ର ସ୍କ୍ରିନ୍ ସଟ୍ ନେଇଥିଲେ। ସେ ଜାଣି ପାରିଥିଲା କି ସୁନ୍ଦରୀ ଯୁବତୀ ମାନେ ଭିଡିଓ କଲ୍ ସଙ୍ଗେ ସଙ୍ଗେ ସ୍କ୍ରିନ୍ ସଟ୍ ନେଇ ଫୋନ କାଟି ଦେଇଥାନ୍ତି। ଆଉ ତାପରେ ସେହି ସ୍କ୍ରିନ୍ ସଟ୍ କୁ ଦେଖାଇ ସେ ଯୁବକ ଙ୍କୁ ବ୍ଲାକମେଲ୍ କରିଥାନ୍ତି। ଏମିତିକି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥାନ୍ତି। ଆଉ ଯୁବକ ଜଣକ ନିଜର ସମ୍ମାନ କୁ ଜଗି ଟଙ୍କା ଦେଇ ଚାଲିଥାଏ। କିନ୍ତୁ ଟିକିଏ ସଚେତନତା ଯୋଗୁଁ ଆଜି ଏହି ଯୁବକ ଜଣକ ସେହି ଯୁବତୀର ଶିକାର ରୁ ବଞ୍ଚି ଯାଇଛନ୍ତି। କାରଣ ଯୁବକ ଜଣକ ଭିଡିଓ କଲ୍ ରିସିଭ୍ କରିବା ପୂର୍ବରୁ ବେକ୍ କ୍ୟାମେରା ଅନ୍ କରିଥିଲେ। ଅର୍ଥାତ୍ ତାଙ୍କ କ୍ୟାମେରା ରେ ତାଙ୍କ ମୁହଁ ଆସି ନଥିଲା।

ଆପଣ ଥରେ ଅନୁଭବ କରି ଦେଖନ୍ତୁ ଯଦି ଆପଣଙ୍କ କ୍ୟାମେରା ଫ୍ରେମରେ ଆପଣଙ୍କ ମୁହଁ ଆସିଥାନ୍ତା ତେବେ ସେହି ଦୁଇ ତିନି ସେକେଣ୍ଡ ର ନଗ୍ନ ଭିଡିଓ ଆଗରେ ଆପଣଙ୍କ ଫଟୋ ଥାଆନ୍ତା। ସଙ୍ଗେ ସଙ୍ଗେ ତାକୁ ସ୍କ୍ରିନ୍ ସଟ୍ ନେଇ ଆପଣଙ୍କ ମୋବାଇଲ କୁ ପଠାଇଥାନ୍ତେ। ଆଉ ଆପଣ ଯଦି ଟଙ୍କା ଦେବା ପାଇଁ ରାଜି ହୋଇ ନଥାନ୍ତେ ତେବେ ଆପଣଙ୍କୁ ଧମକ ଆସିଥାନ୍ତା କି ଆପଣଙ୍କ ଫେସବୁକ ରେ ଆମେ ଟ୍ୟାଗ୍ କରିବୁ ଏହି ଫଟୋ କୁ।

ଆଉ ଆପଣ ବାଧ୍ଯ ହୋଇ ନିଜ ସମ୍ମାନ କୁ ବଞ୍ଚେଇ ଆପଣ ଟଙ୍କା ଦେଇଥାନ୍ତି। ଏବେ ଏଠାରେ କହି ରଖିବା ପାଇଁ ଚାହୁଁଛି, ଯଦି ଆପଣଙ୍କ ସହ ଏମିତି କିଛି ଘଟଣା ଘଟୁଛି ,ଯଦି ଅଜଣା ନମ୍ବରରୁ ଭିଡିଓ କଲ୍ ଆସୁଛି ତେବେ ସେହି କଲ୍ କୁ ରିସିଭ୍ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବେ। ଏହି ଭିଡିଓ କଲ୍ ସେହି ନଗ୍ନ ଯୁବତୀର ନୁହେଁ ତ। ଆଉ ଆମେ ଯଦି ଟିକିଏ ସତର୍କ ହୋଇଯିବା ତାଙ୍କ କବଳରୁ ବଞ୍ଚି ପାରିବା।