ଦେଖନ୍ତୁ Shocking ଭିଡ଼ିଓ – ଘରେ ପଶିଛି ବନ୍ୟା ପାଣି ସେହି ପାଣିରେ ଅଛି ବିଷାକ୍ତ ସାପ |

ନଦୀ ବଢ଼ି ଯେତିକି ଚିନ୍ତା ବଢ଼ାଉଛି ଏ ସବୁ ବିଷଧର ସାପ ତା ଠାରୁ ବେଶୀ ଡରାଇଲେଣି, ଘର ଆଗରେ ରଣା, ନାଗ ଏଭଳି ଅନେକ ବିଷଧର ସାପ ଘର ଆଗରେ ବୁଲୁଛନ୍ତି | ପାଣି ଉପରକୁ ମୁଣ୍ଡ କାଢି ସାପ ଯାଉଛି ଆଉ ବଢ଼ି ପାଣି ଆସିଲା ପରେ ସେଠାକାର ସ୍ଥିତି ଯାହା ରହିଛି ତାହା ଆପଣ ନିଜେ ଦେଖିଲେ ହିଁ ଜାଣି ପାରିବେ |

ଥରେ ନିଜେ ଚିନ୍ତା କରନ୍ତୁ ତ ଆପଣଙ୍କ ଘରେ ବର୍ଷା ପାଣି ପଶିଛି ଆଉ ଘରେ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି ଆଉ ତା ସହିତ ସେହି ପାଣିରେ ବିଷଧର ସାପ ଲୁଚି ରହିଛନ୍ତି |

ଏମିତି ଅବସ୍ଥା ରେ ବଢ଼ି ପାଣି ଆସିବା ପରେ ଗାଁ ଲୋକ ଙ୍କର ଏଭଳି ଭାବେ ଡର ଭୟରେ ଜୀବନ କଟୁଛି | ବଢ଼ି ପାଣି ଗାଁ ଗାଁ ରେ ପଶି ଏବେ ଯୋଗାଯୋଗ ବିଛିନ୍ନ, ଏହା ସହିତ ଅନେକ ଦିନ ହେଲାଣି କରେଣ୍ଟ ବି ନାହିଁ ଘରେ ଘରେ ପାଣି ପଶିଛି ଯାହା ଦ୍ୱାରା ଲୋକେ ଠିକ ସେ ଗଣ୍ଡେ ଖାଇ ପାରୁଛନ୍ତି ନା ପିଇବା ପାଇଁ ପାଣି ମୁନ୍ଦେ ଅଛି |

କାରଣ ରନ୍ଧା ଚୁଲି ପାଣି ଭିତରେ ବୁଡିଛି ଶୋଇବା ଶେଜ ବି ଓଦା | ପିଲା ଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ସେହି ଗୋଟିଏ ଘର ଭିତରେ ଦିନ ହେଉ କି ରାତି ବିଷାକ୍ତ ସାପ, ବିଛା, କଙ୍କଡା ଆଉ ଅନ୍ୟ ବିଷାକ୍ତ ଜୀବ ରେ ଲୋକ ମାନେ କବାଟ କିଳି ଦେଉଛନ୍ତି | ଯଦି ଏମିତି ବିପଦ ଜନକ ସମୟରେ ସାପ କିମ୍ବା ବିଛା ଜନିତ ଦୁର୍ଘଟଣା ହୁଏ ତେବେ କଣ କରିବେ ନିହାତି ଭାବରେ ଜାଣି ରଖନ୍ତୁ | ସାପ କିମ୍ବା ବିଛା ଉପରେ କୌଣସି ଆଘାତ ହେଲେ ସେମାନେ ଦଂଶନ କରନ୍ତି ପ୍ରଥମେ ସେଥିପ୍ରତି ଧ୍ୟାନ ରଖନ୍ତୁ |

ଯଦି ସତର୍କତା ସତେ ମଧ୍ୟ ଦଂଶନ ର ଶିକାର ହୁଅନ୍ତି ତେବେ ସ୍ଥିର ରୁହନ୍ତୁ, ଶରୀର କୁ ସ୍ଥିର ରଖନ୍ତୁ ଅତ୍ୟଧିକ ବ୍ୟସ୍ତ କି ବିବ୍ରତ ହୁଅନ୍ତୁ ନାହିଁ | ଯେଉଁ ସ୍ଥାନକୁ ସାପ କାମୁଡ଼ିଛି ତଳକୁ ଝୁଲାଇ ରଖନ୍ତୁ, ମନେ ରଖନ୍ତୁ ଯେମିତି ବିଷ ହୃଦୟ କୁ ନ ପହଞ୍ଚେ ଏବଂ କାମୁଡି ଥିବା ସ୍ଥାନକୁ ସାବୁନ ରେ ଭଲ ଭାବରେ ଧୋଇ ଦିଅନ୍ତୁ | ଯେଉଁ ସ୍ଥାନରେ କାମୁଡ଼ିଛି ତା ଉପରକୁ ବାନ୍ଧି ଦେଇ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ |

ଅନ୍ଧ ବିଶ୍ୱାସ କିମ୍ବା କୌଣସି ଗୁଣି ଗାରିଡି ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ଏବଂ ମାନସିକ ସ୍ଥିତି କୁ ଦୃଢ ରଖନ୍ତୁ | ବନ୍ୟା ଜନିତ ସମସ୍ୟା ସହ ସତର୍କତା ର ସହ ଲଢନ୍ତୁ ଏବଂ ପାଣି କମିବା ପର୍ଯ୍ୟନ୍ତ ସୁରକ୍ଷିତ ରୁହନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।