ଦଶମ ପାସ କରିଥିଲେ ଆସିଲା ସୁବର୍ଣ୍ଣ ସୁଯୋଗ । ନିଜ ଗ୍ରାମରେ ଗ୍ୟାସ ଏଜେନ୍ସୀ ଖୋଲନ୍ତୁ, ଏମିତି କରନ୍ତୁ ଆବେଦନ
ଦଶମ ପାସ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗ୍ୟାସ ଏଜେନ୍ସି ଖୋଲନ୍ତୁ ମାଲେମଲ୍ ହୁଅନ୍ତୁ । କରନା ମହାମାରୀ ଯୋଗୁ ଦେଶର ଆର୍ଥିକ ସ୍ଥିତି ଯେମିତି ସତରେ ଦୋହଲି ଯାଇଛି । ଛୋଟିଆ ଦୋକାନୀ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ଓ ସରକାରୀ ଚାକିରିଆ ଙ୍କ ପର୍ଯ୍ୟନ୍ତ କେହି ଜଣେ ବି ଏହି ମହାମାରୀ ପ୍ରକୋପ ରୁ ବଞ୍ଚି ନାହାନ୍ତି । ଇତି ମଧ୍ୟରେ ଆପଣ ଯଦି ନିଜର କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଏଲପିଜି ଗ୍ୟାସ ଏଜେନ୍ସୀ ଖୋଲି ନିଜର ଆର୍ଥିକ ସଙ୍କଟ ରୁ ବାହାରି ପାରିବେ।
ବଡ଼ କଥା ହେଉଛି ଏଥିପାଇଁ ନା ଆପଣ ଙ୍କ ବେଶୀ ଶିକ୍ଷାଗତ ଯୋଗ୍ୟତା ଦରକାର ନାହିଁ ଅଧିକ ବିନିଯୋଗ । ସ୍ୱଳ୍ପ ବିନିଯୋଗ କରି ଆପଣ ଏହି ବ୍ୟବସାୟ ଟିକୁ ଆରମ୍ଭ କରି ପାରିବେ ।
କେମିତି ପାଇବେ ଗ୍ୟାସ ଏଜେନ୍ସିି ?
ଦେଶ ଭାରତ , ଇଣ୍ଡିଆନ , ଏଚପି ଗ୍ୟାସ ଭଳି ତିନୋଟି ତୈଳ କମ୍ପାନୀ ରହିଛି। ଯେଉଁ ମାନେ କି ଦିଲାରସିପ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିଜ୍ଞାପନ ବା ନୋଟିଫିକେଷନ ଜାରି କରି ଥାଆନ୍ତି । ତେବେ ଯଦି ଆପଣ ଏଯେନ୍ସିି ଖୋଲିବାକୁ ଚାହୁଁ ଥିବେ ଏହି ତିନୋଟି କମ୍ପାନୀ ର ଅଧିକାରୀ ମାନଙ୍କ ସହିତ ୱେବସାଇଟ କୁ ଯାଇ ଦିଲାରଶିପ ପାଇଁ ଆବେଦନ କରି ପାରିବେ ।
ଅର୍ଥାତ୍ ଏହି ବିଜ୍ଞାପନ ଖବର କାଗଜ ବା କମ୍ପାନୀ ୱେବସାଇଟ ରେ ଦିଆ ଯାଇଥାଏ। ଆବେଦନକାରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ ରେ ଆବେଦନ କରିବା ପାଇଁ ପଡି ଥାଏ । ଆବେଦନ କରିବା ପରେ ଲଟେରୀ ସିଷ୍ଟମ୍ ରୁ ଦିଷ୍ଟ୍ରିବୁଟର ଚୟନ କରାଯାଏ । ଏବଂ ଲଟେରୀ ସିଷ୍ଟମ୍ ରେ ଯେଉଁ ବ୍ୟକ୍ତି ମାନଙ୍କ ନାମ ଘୋଷଣା ହେବ ତାଙ୍କୁ ହିଁ ପରବର୍ତ୍ତୀ ପକ୍ରୀୟା ପାଇଁ ଡକା ଯିବ।
କେଉଁ ମାନେ ଖୋଲି ପାରିବେ ଏଯେନ୍ସି ? ….
ପୂର୍ବ ରୁ ଗ୍ୟାସ ଏଯେନ୍ସି ହେବା ପାଇଁ ଆବେଦନକାରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରଜୁଏସନ୍ ହେବା ଦରକାର ପଡୁଥିଲା ।କିନ୍ତୁ ଏବେ ଜେନେରାଲ କିମ୍ବା ରେଗୁଲାର କଟଗୋରି ରେ ଏବେ ଦଶମ ପାସ କରି ଥିବା ବ୍ୟକ୍ତି ମଧ୍ୟ ଏଲପିଜି ଡିଲାରସିପ ନେଇ ପାରିବେ । ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ଜାରି ହୋଇ ଥିବା ଗାଇଡ ଲାଇନ ଅନୁସାରେ ବର୍ତ୍ତମାନ ୬୦ ବର୍ଷ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ଗ୍ୟାସ ଏଯେନ୍ସୀ ନେଇ ପାରିବେ।
ତେବେ ଯଦି ଆପଣ କୌଣସି ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଗ୍ରହୀ ଅଛନ୍ତି ଓ ଆପଣ ଙ୍କ ପାଖରେ ଅର୍ଥ ର ଅଭାବ ଅଛି ତେବେ ଆପଣ ଏହି ଏଲପିଜି ଗ୍ୟାସ ଏଯେନ୍ସୀ ଭାବେ ବ୍ୟବସାୟ ଆରମ୍ଭ କରି ପାରିବେ । ଏହା ଦ୍ବାରା ଆପଣ ଙ୍କ ବେଶୀ ଅର୍ଥ ର ଆବଶ୍ୟକତା ନାହିଁ । ଏହା ସହିତ ଶିକ୍ଷାଗତ ଯୋଗ୍ୟତା ମଧ୍ୟ କେବଳ ଦଶମ ପାସ ହୋଇଥିବା ଆବଶ୍ୟକ ।ଏହା ଆପଣ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।