ଦଶମ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଖବର ! ଆସିଗଲା ଦଶମ ଶ୍ରେଣୀ ପିଲା ମାନଙ୍କ ପରୀକ୍ଷାର ଫର୍ମ ଫିଲପ୍ ଡେଟ୍ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ଏବେ ଏବେ ଆଉ କିଛି ବଡ଼ ଅପଡେଟ ଆସିଛି ମାଟ୍ରିକ ଓ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ । ଯେମିତି ଆପଣ ମାନେ ଜାଣି ଥିବେ ଚଳିତ ବର୍ଷ ଜାନୁଆରୀ ୮ ତାରିଖ ରେ ସରକାର ଦଶମ ଓ ଦ୍ଵାଦଶ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ର ନିଷ୍ପତି ନେଇ ଥିଲେ।ଆଉ ଶିକ୍ଷାନୁଷ୍ଠାନ ଖୋଲିବାର ମାତ୍ର ଦୁଇ ଦିନ ଅର୍ଥାତ୍ ଜାନୁଆରୀ ୧୦ ତାରିଖ ରୁ ମାଟ୍ରିକ ଦେୟ ଓ ଫର୍ମ ପୂରଣ ଦେୟ ଆଦାୟ ହେବ ଯାହାକି ରେଗୁଲାର ଓ ଏକ୍ସ୍ ରେଗୁଲାର ପାଇଁ ।
ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରୀତିମତ ଗ୍ୟଜେଟ ନୋଟିସ୍ ମଧ୍ୟ ବାହାର କରା ଯାଇଛି ଯାହା ମଧ୍ୟ ଆପଣ ମାନେ ଦେଖି ପାରିଥିବେ।ତେବେ ଆଗକୁ ମଧ୍ୟ ଆମେ ଏହି ବିଷୟ ରେ ଅଧିକ ଅପଡେଟ ଜାଣିବା ;
ସୂଚନା ମୁତାବକ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜାନୁଆରୀ ୧୦ ତାରିଖ ରୁ ସେମାନେ ପଢ଼ୁ ଥିବା ବିଦ୍ୟାଳୟ ରେ ଫିସ୍ ପୈଠ କରିବେ। ଅନ୍ୟ ପକ୍ଷରେ ରେଗୁଲାର ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନେ ମଧ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ସାମ୍ୱାଦକ ମାଧ୍ୟମ ରେ ଦେୟ ପୈଠ କରିବା ସହିତ ଫର୍ମ ପୂରଣ ମଧ୍ୟ କରି ପାରିବେ।
ସୂଚନା ମୁତାବକ ୧୦/୧/୨୦୨୧ ଆରମ୍ଭ ଓ ବିନା ଜୋରିମାନା ରେ ଫିସ ଦାଖଲ କରିବା ର ଶେଷ ତାରିଖ ୨୭ ଜାନୁଆରୀ ୨୦୨୧ ରାତି ୧୧.୪୫ ପର୍ଯ୍ୟନ୍ତ ରଖା ଯାଇ ଥିବା ବେଳେ ଫର୍ମ ଦାଖଲ କରିବା ର ଶେଷ ତାରିଖ କୁ ୨୮ ତାରିଖ ମଧ୍ୟ ରାତି ଯାଏ ରଖା ଯାଇଛି ।
ଏହା ସହିତ ଜୋରିମାନା ସହ ଫିସ ଦାଖଲ କରିବା ର ଶେଷ ତାରିଖ ୧/୨/୨୦୨୧ ରାତି ୧୧.୪୫ ପର୍ଯ୍ୟନ୍ତ ରଖା ଯାଇଛି । ଆଉ ଫର୍ମ ପୂରଣ ନିମନ୍ତେ ଅନଲାଇନ୍ ଲିଙ୍କ୍ ଯାହା ଅଫିସିଆଲ୍ ୱେବସାଇଟ www.bseodisa.in ୱେବସାଇଟ ମାଧ୍ୟମ ରେ ମଧ୍ୟ ଆପଣ ନିଜର ଫର୍ମ ପୂରଣ କରି ପାରିବେ। ତେବେ ଏହା ଥିଲା କିଛି ବଡ଼ ଅପଡେଟ ଯାହା କି ନୋଟିସ୍ ଜାରି କରିଛନ୍ତି ସରକାର ଯାହାକି ଦଶମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ।
ତେବେ ଆପଣ ମାନେ ଯଦି ଭାବୁଥିବେ ଅନ୍ୟାନ୍ୟ ସ୍କୁଲ୍ ପିଲା ମାନଙ୍କ ର ସ୍କୁଲ୍ କେବେ ଖୋଲିବ ଓ ସେମାନ ଙ୍କ ର କ୍ଲାସ କେବେ ହେବ ତେବେ ଜାଣି ରଖନ୍ତୁ ଯେ ଏପର୍ଯ୍ୟନ୍ତ ଏହି ବାବଦ ରେ କିଛି ଫାଇନାଲ ଡେଟ୍ ଆସି ନାହିଁ ।ତେବେ ଜାନୁଆରୀ ୧୫ ସୁଦ୍ଧା ଏହି ସବୁ ନିଷ୍ପତି ଓ ସ୍କୁଲ୍ ଖୋଲିବାର ଫାଇନାଲ ଡେଟ୍ ଆସି ପାରେ ସୂଚନା ରହିଛି। କିନ୍ତୁ ବର୍ତ୍ତମାନ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ କ୍ଲାସ୍ ଉପରେ ଗୁରୁତ୍ବ ଦିଆଯିବ ଓ ସେମାନଙ୍କ ର କ୍ଲାସ୍ ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।