ଦଶମ ଓ ଦ୍ୱାଦଶ ଟେଷ୍ଟ ପରୀକ୍ଷା ହେବ ନାହିଁ ସିଧା ବୋର୍ଡ ପରୀକ୍ଷା ଏବଂ ସ୍କୁଲ କେବେ ଖୋଲିବ ଦେଖନ୍ତୁ

ଯେମିତି ଆପଣ ମାନେ ଜାଣି ଅଛନ୍ତି ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ୍ ଛୁଟି ରହିଛି ।2020 ରେ ଖୋଲିବ ନାହିଁ ସ୍କୁଲ୍ ।। ଶିକ୍ଷାବର୍ଷ ସରିବା ପାଇଁ ଆଉ ମାତ୍ର ଦୁଇ ମାସ । ହେଲେ ଏଯାଏଁ ମିଳୁନି ସମାଧାନ ର ବାଟ । ଚିନ୍ତା ରେ ମାଟ୍ରିକ ଆଉ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ। ମାଟ୍ରିକ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ କି ନାହିଁ । କେଉଁ ମାସ ରେ ହେବ ପରୀକ୍ଷା ।

ଏହି ଭଳି ଅନେକ ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମନରେ ଉଙ୍କି ମାରୁଛି। ତେବେ ଏନେଇ କଣ ରହିଛି ଅଧିକ ଅପଡେଟ ଆସନ୍ତୁ ଜାଣିବା ।

ଅନଲାଇନ୍ ଶିକ୍ଷା କେବଳ କିଛି ବର୍ଗ କୁ ଛୁଇଁ ପାରିଥିବା ବେଳେ ଅପହଞ୍ଚ ଇଲାକା ରେ କରନା ଯୋଗୁ ସ୍କୁଲ୍ ବନ୍ଦ ଥିବାରୁ ଏଯାଏ ପିଲା ବହି ଓଲଟାଇ ନାହାନ୍ତି। କୋର୍ସ ସରି ନଥିବା ରୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପ୍ରତିବର୍ଷ ପରି ଫେବୃଆରୀ ମାର୍ଚ୍ଚ ମାସ ରେ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ତେବେ ସେପଟେ ବିନା ଟେଷ୍ଟ ପରୀକ୍ଷା ରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପିଲା ମାନେ ଦେବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ମାତ୍ର ଓଡ଼ିଶା ସରକାର ଏହି ବାବଦ ରେ ଏଯାଏ କୌଣସି ନିଷ୍ପତି ନେଇ ନାହାଁନ୍ତି। ଶିକ୍ଷକ ସଂଘ ର ଦାବି ହେଲା ପରୀକ୍ଷା କୁ ନେଇ ସରକାର ଶୀଘ୍ର ନିଷ୍ପତି ନିଅନ୍ତୁ ।

ଯାହା ଦ୍ଵାରା ପିଲା ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ସେପଟେ ଶିକ୍ଷାବିତ୍ ଙ୍କ ମତ ରେ ଅନଲାଇନ୍ ଶିକ୍ଷା ଛାତ୍ର ଛାତ୍ରୀ ଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରି ନଥିବା ରୁ ପରୀକ୍ଷା କିପରି ହେବ ।ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟତା ଆଣିବା ଦରକାର ।

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ଯୁକ୍ତି ହେଲା କରନା କାଳ ରେ ପରୀକ୍ଷା କୁ ନେଇ ସର୍ବ ଭାରତୀୟ ସ୍ତର ରେ ଏକକ ନିଷ୍ପତି ନିଆଯିବା ଉଚିତ୍ । ନଚେତ୍ ପିଲା ଙ୍କ ଭବିଷ୍ୟତ ପ୍ରଭାବିତ ହେବ । ଏବେ ସରକାର ଙ୍କ ପାଖରେ ବିକଳ୍ପ ରାସ୍ତା ଭାବେ ଦୁଇଟି ବ୍ୟବସ୍ଥା ରହିଛି। ପ୍ରଥମ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କୁ କିଛି ମାସ ଘୁଞ୍ଚାଇବେ ନହେଲେ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବେ ।

ତେବେ ସିବିଏସି କୁ ଅନୁସରଣ କରୁ ଥିବା ରାଜ୍ୟ ସରକାର ଶିବିଏସି ଗାଇଡ ଲାଇନ କୁ ଅପେକ୍ଷା କରିଲେ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଚାପ ବଢ଼ି ପାରେ ବୋଲି କୁହା ଯାଉଛି ।ତେବେ କରନା ସଂକ୍ରମଣ ର ଦ୍ଵିତୀୟ ଲହରୀ ଆଶଙ୍କା ରେ ଡିସେମ୍ବର ମାସ ୩୧ ତାରିଖ ଜାଏ ସ୍କୁଲ୍ ମଧ୍ୟ ବନ୍ଦ୍ । ମ୍ୟାଟ୍ରିକ ଫର୍ମ ଫିଲପ୍ ମଧ୍ୟ ସ୍ଥଗିତ ହୋଇ ରହିଛି । ହେଲେ ଏବେ ପ୍ରଶ୍ନ ଗଣଶିକ୍ଷା ଅଧୀନ ରେ ଆସୁଥିବା ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ହେବ ଓ କେମିତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।