ଡାକ୍ତର ହେବେ ଦିନ ମଜୁରିଆ ପୁଅ । ଚାରିଆଡୁ ଆସୁଛି ଭୁରି ଭୁରି ପ୍ରଶଂସା, ଓଡ଼ିଆ ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

କଥାରେ ଅଛି ଯେ ମନରେ ଅଦମ୍ୟ ସାହସ ଏବଂ ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି କରିପାରିବ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କୌଣସି ବୟସ କିମ୍ବା ଅନ୍ୟ କିଛି ବାଧକ ସାଜି ନଥାଏ, କେବଳ ନିଜର ଆତ୍ମବିଶ୍ବାସ ଏବଂ ଇଛାଶକ୍ତି ର ଆବଶ୍ୟକତା ରହିଛି।ବାସ୍ କେବଳ ମଣିଷର ବିଶ୍ୱାସ ଏବଂ ଦୃଢ଼ ମନ ରହିବା ଆବଶ୍ୟକ ସଫଳତାର ଶୀର୍ଷରେ ପହଞ୍ଚି ବାକୁ।ମଣିଷର ଦୃଢ଼ ଇଛାଶକ୍ତି ଏବଂ ମନୋବଳ ଆଗରେ ସବୁକିଛି ହାର୍ ମାନିଥାଏ।

ଯାହା ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯେଉଁଟି ଅଭାବ ଅନଟନ, ଦାରିଦ୍ର୍ୟ ଏବଂ ପ୍ରତିବନ୍ଧକ ସବୁକିଛି ହାର ମାନିଥାଏ।

ଏହିଭଳି କାର୍ଯ୍ୟକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଦିନ ମଜୁରିଆ ଙ୍କ ପୁଅ। କଟକ ର ବାଲିକୁଦା ଅଞ୍ଚଳର ନବୀନ ସାମଲ ଜଣେ ବ୍ୟକ୍ତି ଯିଏକି ଦିନ ମଜୁରିଆ ଭାବରେ କାମ କରି ନିଜର ଜୀବନ ଜୀବିକା କୁ ଚଲାନ୍ତି। ଦୁଃଖ କଷ୍ଟରେ ସେ ନିଜର ପୁଅକୁ ପାଠ ପଢ଼ାଇଛନ୍ତି। ପାଞ୍ଚ ଜଣଙ୍କ ପେଟକୁ ଦାନା ଯୋଗାଇବା ସହିତ ହାଡ଼ଭଙ୍ଗା ପରିଶ୍ରମ କରି ସେ ପୁଅକୁ ଡାକ୍ତରୀ ପଢ଼ାଇବା ପାଇଁ ଯେଉଁ ଇଚ୍ଛା ପୋଷଣ କରିଥିଲେ ତାହା ଆଜି ପୂର୍ଣ୍ଣ ହୋଇଛି।

ନିଜକୁ ଯେତେ କଷ୍ଟ ହେଉ ପଛକେ ପୁଅକୁ ମଣିଷ କରିବା ପାଇଁ ନବୀନ ତାଙ୍କ ଜୀବନରେ ପରିଶ୍ରମ କରିବାରେ କେବେ ଅବହେଳା କରି ନାହାନ୍ତି।ଏବେ ତାଙ୍କର ପୁଅ ଦୀପକ ବାପାଙ୍କ ସ୍ବପ୍ନକୁ ପୂର୍ଣ୍ଣ କରିଛନ୍ତି। ଡାକ୍ତରୀ ପରୀକ୍ଷା ପାସ୍ କରିବା ସହିତ କଟକ ବଡ଼ ମେଡିକାଲ୍ ରେ ସେ ଏବେ ଆଡ଼ମିଶନ ନେଇଛନ୍ତି।

ପରିବାର ର ଦୁଃଖ କଷ୍ଟ ଭିତରେ ସବୁ କାମ କରି ବଡ଼ ହେବାର ସ୍ବପ୍ନକୁ କେବେ ଭାଙ୍ଗି ନାହାନ୍ତି ଦୀପକ। ବରଂ ସ୍ବପ୍ନକୁ ପୂରଣ କରିବା ପାଇଁ ସେ ସବୁବେଳେ ଚେଷ୍ଟିତ। ଦୀପକ ମାଟ୍ରିକ ରେ ୯୩ % ରଖି କୃତକାର୍ଯ୍ୟ ହେବା ପରେ ଜଣେ ଘରୋଇ କଲେଜ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଯୁକ୍ତ ଦୁଇ ପାଇଁ ତାଙ୍କର ନାମ ଲେଖାଇଥିଲେ।ଆଉ ସେହିଠାରୁ ହିଁ ସେ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ।ଆଉ ଏବେ ତାଙ୍କର ସ୍ବପ୍ନ ପୂରଣ ହେବା ପରେ ସେ ଖୁସି ଅଛନ୍ତି ବୋଲି କହିଛନ୍ତି ଦୀପକ।

ଆଉ ଏବେ ମେଡିକାଲ୍ ପାଇବା ପରେ ସେ ହୃଦରୋଗ ଉପରେ ଅଧିକ ଗବେଷଣା କରିବେ ଏବଂ ହୃଦରୋଗ ବିଭାଗରେ ସେ ନିଜର ପାଠ ପଢାକୁ ଆଗକୁ ନେବେ ବୋଲି କହିଛନ୍ତି। ଆଉ ସେ ତାଙ୍କର ଏହି ସଫଳତା ପାଇଁ ଶ୍ରେୟ ତାଙ୍କ ବାପା ମାଆ ଙ୍କୁ ଦେବା ସହିତ ତାଙ୍କର ଶୁଭ ଚିନ୍ତକ ଓ ଶିକ୍ଷକ ମାନଙ୍କୁ ମଧ୍ୟ ଦେଇଛନ୍ତି। ତାଙ୍କ ପରିବାର ର ସମସ୍ତେ ପୁଅର ଏହି ସଫଳତାରେ ବହୁତ ଖୁସି ଅଛନ୍ତି। ବାପାମାଆ ଙ୍କ ମୁହଁରେ ଖୁସି ଦେଇ ଦୀପକ ମଧ୍ୟ ନିଜେ ଗର୍ବିତ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।