କରନା ଟୀକା କୁ ନେଇ କେନ୍ଦ୍ର ସରକାର ଙ୍କ ବଡ ପଦକ୍ଷେପ । ସାରା ଦେଶରେ ମାଗଣାରେ ଦିଆଯିବ କରୋନା ଟିକା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ…….

କରୋନା ଟିକା କୁ ନେଇ ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ବଡ଼ ବୟାନ ଦେଇଛନ୍ତି। କେବଳ ବିହାର ନୁହେଁ ବରଂ ସାରା ଦେଶରେ ସମସ୍ତ ରାଜ୍ୟକୁ ମାଗଣାରେ ମିଳିବ ଏହି ଟିକା। ଯାହାକୁ ନେଇ ସ୍ପଷ୍ଟି କରଣ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତାଙ୍କର ପୂର୍ବ ବୟାନ ଯାହା ଥିଲା ଯେ ବିହାର କୁ ମାଗଣାରେ କରନା ଟିକା ଉପଲବ୍ଧ କରାଯିବ ।

ତାକୁ ନେଇ ବିଜେଡ଼ି ମନ୍ତ୍ରୀ ରନେଦ୍ର ପ୍ରତାପ ସ୍ଵାଇଁ ଟୁଇଟର ରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ଅନ୍ୟ ରାଜ୍ୟ ମାନଙ୍କୁ ଏହି ଟିକା ମିଳିବ କି ନାହିଁ ବୋଲି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଥିଲା।

କୁହା ଯାଉଥିଲା କି ବିହାର ରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭାରତୀୟ ଜନତା ପାର୍ଟିର ପ୍ରଚାରକ ମାନେ କରନା ର ଟିକା କୁ ନେଇ ଏହିଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜନୈତିକ ବିବାଦ ଦେଖା ଦେଇଥିଲା। ଏହାକୁ ନେଇ ଅନ୍ୟ ରାଜନୈତିକ ଦଳ ମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇବା ସହିତ ସମାଲୋଚନା ମଧ୍ୟ କରିଥିଲେ ।

ତେବେ ଏହାକୁ ନେଇ ଓଡ଼ିଶାର ବିଜୁ ଜନତା ଦଳର ମନ୍ତ୍ରୀ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ। ଯାହାକୁ ନେଇ ବାଲେଶ୍ଵର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ସ୍ପଷ୍ଟୀକରଣ ଦେବା ସହିତ ତାଙ୍କର ବୟାନ ରଖିଛନ୍ତି।

ସେ କହିଛନ୍ତି ଯେ କେବଳ ବିହାର ରେ ନୁହେଁ ବରଂ ସାରା ଦେଶରେ ସମସ୍ତ ରାଜ୍ୟକୁ ମାଗଣାରେ ମିଳିବ କରନା ଟିକା। ବିହାର ରେ ନିର୍ବାଚନ ଥିବାରୁ ସେଠାରେ ନିର୍ବାଚନ ଇସ୍ତାହାର ରେ ବିଜେପି ଏହାକୁ ପ୍ରକାଶ କରିଥିଲା। ବିହାର ରେ କରନା ଟିକା ମାଗଣାରେ ଦିଆଯିବ ବୋଲି ଉଲ୍ଲେଖ କରା ଯାଇଥିଲା ନିର୍ବାଚନୀ ଇସ୍ତାହାରରେ। କିନ୍ତୁ ଏହି ଟୀକା ସମଗ୍ର ଦେଶରେ ମାଗଣା ରେ ଉପଲବ୍ଧ କରାଯିବ। ବାଲେଶ୍ଵର ରେ ନିର୍ବାଚନ ନଥିବାରୁ ଏଠାରେ ପ୍ରକାଶ କରା ଯାଇ ନାହିଁ। ତେଣୁ ଏହାକୁ ନେଇ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ।

ଯେତେବେଳେ ଟିକା ର ସମସ୍ତ ପ୍ରକ୍ରିୟା କରଣ ପରେ ଏହା ଲୋକଙ୍କୁ ଦିଆଯିବ।ସେତେବେଳେ ଏହା ସମସ୍ତ ଭାରତ ବାସୀ ଙ୍କୁ ମାଗଣାରେ ପ୍ରଦାନ କରିବା ନିମନ୍ତେ ସରକାର ସୁବିଧା ପ୍ରଦାନ କରିବେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆଗରୁ ଘୋଷଣା କରିବା ସହିତ ପାଣ୍ଠି ବ୍ୟବସ୍ଥା ମଧ୍ୟ କରିଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଟିକା ଆସିବା ପରେ ତତ୍କାଳ ଟିକା ଦିଆ ଯିବାର ବ୍ୟବସ୍ଥା କରାଯିବ ।

ଏହାକୁ ନେଇ ଉଦବେଗ ହେବାର କୌଣସି ଆଶଙ୍କା ନାହିଁ ବୋଲି ଗଣମାଧ୍ୟମ କୁ କେନ୍ଦ୍ରମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।