କରୋନା ଟିକା ନେବା ପରେ ଦୁଇ ମାସ ଯାଏଁ ପିଇବେ ନାହିଁ ମଦ, ନହେଲେ ପଡିପାରନ୍ତି ବିପଦରେ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……
ଅନେକ ଦିନର ଅପେକ୍ଷା ପରେ, ବିଶ୍ଵ ଭୟାନକ ମହାମାରୀ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଶେଷରେ ସଫଳତାର ନିକଟତର ହୋଇଛି। ଅନ୍ଧାର ଭିତରେ ଆଶାର ଆଲୋକ ସଂଚାର ହୋଇଛି।ଏବେ କରୋନା ମହାମାରୀ ର ଟୀକା ଆସିବା ପରେ ଲୋକେ ଆଶ୍ବସ୍ତ ଅନୁଭବ କରୁଛନ୍ତି। ଆପଣ ମାନେ ଜାଣିଛନ୍ତି ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଋଷିଆ ପ୍ରସ୍ତୁତ କରିଛି ସ୍ପୁଟନିକ୍ ଭି ଟୀକା। ଗତ ସପ୍ତାହରେ ଏହା ମସ୍କୋ ରେ ଲୋକଙ୍କୁ ଦିଆ ଯାଇଥିଲା।
ତେବେ ଫାଇଜର ଟିକା ପରି ଏହା ମଧ୍ୟ ଲୋକଙ୍କୁ ଦିଆଯାଉଛି। ତେବେ ଏହି ସମୟରେ ଟିକା ଏବଂ ମଦ୍ୟପାନ ମଧ୍ୟରେ ସମ୍ପର୍କ କ’ଣ ରହିଛି ସେ ବିଷୟରେ ଏବେ ଅନେକ ଲୋକ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି।
କାରଣ ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କିଛି ନିୟମ ରଖିଛନ୍ତି। ଯାହା ମାନିବା ନିହାତି ଦରକାର।ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବା ଅନୁସାରେ ରୋଗୀଙ୍କ ପାଇଁ ଏହା ଏକ ପ୍ରତିଷେଧକ ହୋଇଥିବା ବେଳେ ଆପଣଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀ ବା ରୋଗ ପ୍ରତିରୋଧକ ଶକ୍ତି,(ଇମ୍ୟୁନୋ ସିଷ୍ଟମ) କୁ ଦୃଢ ରଖିବା ପାଇଁ ଆପଣଙ୍କୁ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ ଅଟେ ବୋଲି ଏଥିପାଇଁ ବିଶେଷଜ୍ଞ ଙ୍କ ପରାମର୍ଶ ରହିଛି।
ତେବେ ଟୀକା କରଣ ପରେ, ଅର୍ଥାତ୍ ସ୍ପୁଟନିକ ଭି ଟିକା ନେବା ପରେ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନ ନ କରିବାକୁ ଋଷ କର୍ତ୍ତୃପକ୍ଷ କହିବା ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଥିଲା।ତେବେ ଏହି ପ୍ରଶ୍ନ ବା ବିବାଦର ଉପଯୁକ୍ତ ବ୍ୟାଖ୍ୟା ପାଇଁ ବିଶେଷଜ୍ଞ ମାନଙ୍କର ମତ ଏହା ରହିଥିଲା ଯେ ଆପଣଙ୍କୁ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବା ପାଇଁ ଏହା ଗୋଟିଏ ପରାମର୍ଶ ଅଟେ।
ଏହାର କାରଣ ହେଉଛି ଏହି ଟୀକା ଦୁଇମାସ ଟୀକାକରଣ ପରେ ଏହି ଟିକା କାମ ଆରମ୍ଭ କରିବା ଆରମ୍ଭ କରିବ। ତେଣୁ ଏହି ଦୁଇ ମାସ ଯାଏଁ ନିଜ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା କିଛି ଖାଦ୍ୟ ଓ ପାନୀୟ ସେବନ କରିବା ଉଚିତ୍ ନୁହେଁ।ତେବେ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ମାନଙ୍କ କହିବା ଅନୁସାରେ ମଦ୍ୟପାନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ।ତେଣୁ ଏହାକୁ ଦୃଷ୍ଟିରେ ରଖି ଦୁଇ ମାସ ପାଇଁ ଟିକା ନେଉଥିବା ଲୋକମାନେ ସତର୍କ ରହିବ ଉଚିତ୍ ବୋଲି ସେମାନେ କହିଥିଲେ।
କାରଣ ଏମିତି କଲେ ଆପଣଙ୍କ ଶରୀରରେ ଟୀକା ର ପ୍ରଭାବ ବିଶେଷ ପଡ଼ିବ ନାହିଁ।ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ୍ ଅନୁସାରେ ବିଶ୍ୱର ଚତୁର୍ଥ ଦେଶ ରୁଷିଆ ଯେଉଁଠାରେ ସର୍ବାଧିକ ଲୋକ ମଦ୍ୟପାନ କରନ୍ତି।ଏହି ଦେଶରେ ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ବର୍ଷରେ ୧୫.୧ ଲିଟର ମଦ୍ୟପାନ କରିଥାଏ। ତେଣୁ ଯଦିଓ ମସ୍କୋ ରେ ଟୀକା କରଣ ଆରମ୍ଭ ହୋଇ ଗଲାଣି ତଥାପି ଏଯାବତ୍ ୧ ଲକ୍ଷ ଲୋକଙ୍କୁ ଟିକା ଦିଆ ଯାଇଛି ବୋଲି କୁହାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।