କରୋନା ର ନୂଆ ରୂପ କୁ ଆଖି ଆଗରେ ପୁଣି ରାଜ୍ୟସରକାର ଆଜି ପାଖରୁ ଜାରିକଲେ ନାଇଟ୍ କର୍ଫ୍ୟୁ ! ଏହି ସବୁ ଜିଲ୍ଲାରେ ଲାଗୁ ହେଲା ,,ଦୟାକରି ନିଶ୍ଚିତ ଖବର ଟି ପଢନ୍ତୁ…

ଦେଶ ରେ କରୋନା ମହାମାରୀ ପୁଣି ବଢିବା ରେ ଲାଗିଛି । କରୋନା ସାରା ଦେଶ ରେ ତାର କାୟା ବିସ୍ତାର କରିବାକୁ ଲାଗିଛି । କରୋନା ରେ ବହୁତ ଲୋକ ଆକ୍ରାନ୍ତ ହେଲେଣି ଓ ବହୁତ ଲୋକ ମଧ୍ୟ ମୃତ୍ୟୁ ବରଣ କଲେଣି । କରୋନା କୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଗଲାଣି । କରୋନା ଯୋଗୁଁ ଦେଶର ଅଧିକାଂଶ ଲୋକ ପ୍ରଭାବିତ ହେଲେଣି । ତେଣୁ କରୋନା କୁ ରୋକିବା ପାଇଁ ଓଡିଶା ସରକାର 10 ଜିଲ୍ଲା ରେ ନାଇଟ୍ କର୍ଫ୍ୟୁ ଜାରି ନେଇ ନିର୍ଦ୍ଦେଶାନାମା ହୋଇଛି । କରୋନା ସଂକ୍ରମଣ ଦିନ କୁ ଦିନ ପୁଣି ବଢିଥିବା ବେଳେ 10 ଜିଲ୍ଲା ରେ ନାଇଟ୍ କର୍ଫ୍ୟୁ କଟକାମ ଜାରି ଲାଗି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଏହି ଜିଲ୍ଲା ଗୁଡୁକ ମଧ୍ୟ ରେ ରହିଛି ସୁନ୍ଦରଗଡ, ଝାରସୁଗୁଡା , ସମ୍ବଲପୁର , ବରଗଡ, ବଲାଙ୍ଗୀର , ନୂଆପଡା , କଳାହାଣ୍ଡି , ନବରଙ୍ଗପୁର , ମାଲକାନଗିରି , ଏବଂ କୋରାପୁଟ୍ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ଏହା 5 ତାରିଖରୁ ଲାଗୁ ହେବାକୁ ଯାଉଛି । ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଏହି 10 ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି ।

ଏହି ନାଇଟ୍ କର୍ଫ୍ୟୁ ଯୋଗୁଁ ଯେଉଁ ଜରୁରୀ କାଳୀନ କାର୍ଯ୍ୟ ସେବା ସବୁ ରହିଛି , ତାକୁ ଏଥି ମଧ୍ୟ ରୁ ବାଦ୍ ଦିଆଯିବା ନେଇ ସୂଚନା ମିଳିଛି । ଜିଲ୍ଲା ତଥା ମ୍ୟୁନିସିପାଲିଟି ଙ୍କ ଡ୍ୟୁଟି ର ଅବଧି କିମ୍ବା ଜରୁରୀ କାଳୀନ ସେବା ରେ ନିୟୋଜିତ ଅଛନ୍ତି ଯଥା ସ୍ୱାସ୍ଥ୍ୟ ସେବା ,ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କ୍ଷେତ୍ର ରେ ହେଉ ଏମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଅନ୍ୟ କ୍ଷେତ୍ର ରେ ଇଲେକ୍ଟ୍ରିକ୍ ସପ୍ଲାଏ . ରେଲ୍ୱେ ଟ୍ରାନ୍ସପୋର୍ଟ, ୱାଟାର ସପ୍ଲାଏ , ଏୟାର ଟ୍ରାନ୍ସପୋର୍ଟ , ଫାୟାର ସର୍ଭିସ୍ ରେ ଲାଗୁ ହେବ ନାହିଁ ।

ଜନସାଧାରଣ ଯାନବାହାନ ରେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ । ଯେଉଁମାନେ ରେଲ୍ୱେ ସ୍ଟେସନ ଯିବେ କିମ୍ବା ଏୟାର ପୋର୍ଟ ଯିବେ , କିମ୍ବା ବସ୍ ସ୍ଟାଣ୍ଡ ଯିବେ ସେମାନଙ୍କ ଉପରେ କୌଣସି କଟକଣା ଲାଗିବ ନହିଁ ନାଇଟ୍ କର୍ଫ୍ୟୁ ସମୟରେ । ପେଟ୍ରୋଲ୍ ପମ୍ପ ରାତି ରେ ଖୋଲା ରହିବ । ଗଣ ମାଧ୍ୟମ କହିଲେ ସମ୍ବାଦ ଗବେଷଣା ରେ କାମ କରୁଥିବା ଲୋକମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ସେହିଭଳି ଯେଉଁମାନେ ହୋମ୍ ଡେଲିଭରି କରୁଛନ୍ତି ବା ଅନଲାଇନ୍ ଡେଲିଭରି କରୁଛନ୍ତି , ସାମନଙ୍କ ଠାରେ ଏ କଟକଣା ଲାଗୁ ହେବ ନାହିଁ ।

କିନ୍ତୁ ସାଧାରଣ ଲୋକମାନଙ୍କ ପାଇଁ ରାତି 10 ରୁ ସକାଳ 5 ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ନୟାଗଡ ରେ ଅଧିକ ମାତ୍ରା ରେ ସଂକ୍ରମଣ ହେବାର ଦେଖାଯାଉଛି । ଏହା ବ୍ୟତୀତ ପଡୋଶୀ ରାଜ୍ୟ ଛତିଶଗଡ ରୁ ସଂକ୍ରମିତ ହେବାର ସୂଚନା ମିଳୁଛି ।ତେଣୁ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।