ହେ ଭଗବାନ ! କରୋନା ପାଇଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ହୋଷ୍ଟ ଆଦିତ୍ୟ ନାରାୟଣ । ବିବାହ ପାଇଁ ପାଖରେ ଅଛି ମାତ୍ର ୧୮ ହଜାର ଟଙ୍କା। କଣ କରିବେ….
କରନା ମହାମାରୀ ଯୋଗୁଁ ହୋଇଥିବା ଲକ୍ ଡାଉନ୍ ଏବଂ ଅନ୍ ଲକ୍ ର ପ୍ରଭାବ ପ୍ରାୟ ସମସ୍ତଙ୍କ ଉପରେ ପଡିଛି।ଏହା ଭାଙ୍ଗି ଦେଇଛି ଦେଶର ଅର୍ଥନୈତିକ ମେରୁଦଣ୍ଡ।ମାରାତ୍ମକ ସଂକ୍ରମଣ ପାଇଁ ଜୀବନ ଜୀବିକା ସବୁ ଠପ୍ ହୋଇଯାଇଛି।ଏହି ସମୟରେ ଅନେକ ଲୋକଙ୍କ ଚାକିରି ମଧ୍ୟ ଯାଉଛି।ଅଭିନେତା, ଅଭିନେତ୍ରୀ ପାଖରୁ ଆରମ୍ଭ କରି ପ୍ରାୟ ସମସ୍ତ ସେଲେବ୍ରିଟି ମାନେ ଏବେ ଘରେ ସମୟ ବିତାଉ ଅଛନ୍ତି। ସମସ୍ତେ ଏବେ ଆର୍ଥିକ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।
ଏହି ସମୟରେ ବଲିଉଡ୍ ର ହୋଷ୍ଟ ଆଦିତ୍ୟ ନାରାୟଣ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି ଏବଂ ସେ ଶ୍ୱେତା ଅଗ୍ରୱାଲଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି। ସେମାନେ ଦୁହେଁ ୧୦ ବର୍ଷ ହେବ ଏକାଠି ଥିବା କହିଛନ୍ତି ଆଦିତ୍ୟ।
କିନ୍ତୁ ଏହି କରୋନା ମହାମାରୀ ଭିତରେ ଆଦିତ୍ୟ ନିଜ ଆର୍ଥିକ ସ୍ଥିତିକୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି।ଏକ ସାକ୍ଷାତକାର ରେ ଏ ବିଷୟରେ ସେ ଯାହା କହିଛନ୍ତି ସେ ଅନୁସାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮,୦୦୦ ଟଙ୍କା ଏବେ ରହିଛି। ଅନେକ ଆର୍ଥିକ ମାନ୍ଦାବସ୍ଥା ଦେଇ ସେ ଗତି କରୁଛନ୍ତି।ଯଦି ଆଗକୁ ଏମିତି ରହିବ, ତା’ ହେଲେ ତାଙ୍କୁ ବଞ୍ଚି ରହିବା ପାଇଁ ନିଜ ବାଇକ ବିକିବାକୁ ପଡ଼ିବ ।
ଆଦିତ୍ୟ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଯଦି ସରକାର ଲକଡାଉନ ଆଗକୁ ବଢାଇବେ, ତେବେ ଲୋକେ ଭୋକରେ ମରିଯିବେ। ମୋର ସମ୍ପୂର୍ଣ୍ଣ ଜମା ରାଶି ସରିଯାଇଛି। ଜୀବନ ଜିଇଁବା ପାଇଁ ଏବେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ତାଙ୍କ କହିବା ଅନୁସାରେ ଯେତିକି ବି ପଇସା ସେ ମ୍ୟୁଚୁଆଲ ଫଣ୍ଡରେ ଲଗାଇଥିଲେ, ସେ ସବୁକୁ ଉଠାଇ ଆଣିବାକୁ ପଡ଼ିଛି। କାହିଁକି ନା,ସେ ଭାବି ନଥିଲେ କି ସେ ଏହି ବର୍ଷ ସଂପୂର୍ଣ୍ଣ ଭାବେ କାମ କରିବେ ନାହିଁ ।
କେହି ମଧ୍ୟ ଏହି ପ୍ରକାର ଯୋଜନା କରି ନ ଥାଏ, ଯେ ପର୍ଯ୍ୟନ୍ତ ଆପଣ ଜଣେ ଅରବପତି ନ ହୋଇଛନ୍ତି। ଏଥିପାଇଁ କୌଣସି ଚାନ୍ସ ନାହିଁ। ଯେମିତି ମୋ ଖାତାରେ ଏବେ ୧୮,୦୦୦ ଟଙ୍କା ବଳକା ଅଛି।ସେ ଆହୁରି କହିଥିଲେ, ଯଦି ଅକ୍ଟୋବର ପର୍ଯ୍ୟନ୍ତ କାମ ଆରମ୍ଭ କରିବିନି, ତା’ହେଲେ ମୋ ପାଖରେ ପଇସା ରହିବନି। ମୋତେ ବହୁତ୍ ସମସ୍ୟା ଦେଇ ଗତି ଗତି କରିବାକୁ ପଡୁଛି।
ଆଗକୁ ଚଳିବା ପାଇଁ ମୋତେ ମୋ ବାଇକ କିମ୍ବା ଆଉ କିଛି ବିକିବାକୁ ପଡ଼ିବ। ଏହା ବାସ୍ତବରେ କଷ୍ଟକର ବୋଲି ସେ କହିଛନ୍ତି। ଆପଣଙ୍କୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିଥାଏ, ଯେତେବେଳେ ଆପଣ କିଛି କଠିନ ପଦକ୍ଷେପ ନିଅନ୍ତି, ତ କିଛି ଲୋକ ଆପଣଙ୍କ ନିଷ୍ପତି ଉପରେ ଆଙ୍ଗୁଳି ଉଠାଇବେ ଏବଂ ଅନେକ ସମାଲୋଚନା ମଧ୍ୟ କରିବେ। ଆପଣଙ୍କୁ କହି ରଖୁଛୁ, ଆଦିତ୍ୟ ନାରାୟଣ ସବୁଠାରୁ ଅଧିକ ପସନ୍ଦର ହୋଷ୍ଟ ମଧ୍ୟରୁ ଅନ୍ୟତମ।
ତାଙ୍କୁ ଅନେକ ପସନ୍ଦ କରିଥାନ୍ତି ଏବଂ ତାଙ୍କର ହୋଷ୍ଟିଙ୍ଗ ମଧ୍ୟ ବହୁତ୍ ଆକର୍ଷକ ଅଟେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।