ସକାଳେ ପେଟ ସଫା ( constipation ) କେମିତି ହେବ ଘରୋଇ ଉପଚାର – Health Tips
ସକାଳ ପେଟ ସଫା ନହେବାଏହି ସମସ୍ୟା ବଢିବାର ମୁଖ୍ୟ କାରଣ ହେଉଛି ଆପଣ ଯଦି ଦିନରେ ବହୁତ କମ ପାଣି ପିଉଛନ୍ତି କିମ୍ବା ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ଠାରେ ଏହି ପେଟ ଜନିତ ସମସ୍ୟା ଦେଖା ଦେଇଥାଏ |ଏହା ସହିତ ଏହାର ଏକ ମୁଖ୍ୟ କାରଣ ଏହିଯେ ଆପଣ ଯଦି ସମକିଙ୍ଗ କିମ୍ବା ଡ୍ରିଂକିଙ୍ଗ ଅର୍ଥାତ ମଦ ଅଧିକ ପିଉଛନ୍ତି ତେବେ ଆପଣଙ୍କର ପେଟ ସଫା ହୋଇନଥାଏ |ଏଥିପାଇଁ ମୁଁ ଆପଣଙ୍କୁ କିଛି ଟିପ୍ସ ଦେବି -ପ୍ରଥମେ ଆପଣ ଶୁଇବା ରାତିରେ ଯଉଁ ଉଷମ କ୍ଷୀର ପିଉଛନ୍ତି ସେଥିରେ ଏକ ଚାମୋଚ ଦେଶୀ ଘିଅ ଭଲରେ ମିଶାଇ ପିଅନ୍ତୁ |
ତାହା କିଛିଦିନ ଲଗାତାର ଭାବରେ କଲେ ଆପଣଂକର ଏହି ସମସ୍ୟା ଦୂର ହୋଇଯିବ |-ପେଟ ସଫା ନହେଲେ ଆମର ପେଟ ସବୁବେଳେ ଫୁଲି ରହିବା ପରି ଲାଗିରହେ, ଦିନଯାକ ବିରକ୍ତି ଲାଗେ ଏବଂ କୌଣସି କାମରେ ମନ ଲାଗିନଥାଏ |
ଏହି ସମସ୍ୟା ଅଧିକ ଦିନ ଲାଗିରହିଲେ ଅର୍ଶ ହେବାର ଚାନ୍ସ ରହିଛି,ଏହି ଅର୍ଶ ଥରେ ହେଲା ମାତ୍ରେ ତାହା ସମ୍ପୂର୍ଣ ଭଲ ହେବାପାଇଁ ଆମକୁ ନାକେଦମ ହେବାପାଇଁ ପଡିଥାଏ |ଦ୍ୱିତୀୟରେ ଆପଣ ତ୍ରିଫଳା ଗୁଣ୍ଡ ଯଦି କ୍ଷୀରରେ ମିଶାଇ ଖାନ୍ତି ତେବେ ଆପଣଙ୍କ ଏହି ସମସ୍ୟା ଭଲ ହୋଇଯିବ |-ତୃତୀୟରେ ଆପଣ ଦିନରେ ଯେତେଥର ଖାଉଛନ୍ତି ଖାଇ ସାରିବା ପରେ ଅଧା ଚାମୋଚ ଜୁଆଣି ସହିତ ଅଳ୍ପ ବିଟଲୁଣ ମିଶାଇ ତାହାକୁ ଚୁବାଇ ଖାଆନ୍ତୁ |ଏହାଦ୍ୱାରା ଆପଣଙ୍କର ପେଟ ସଫା ଜନିତ ସମସ୍ୟା ଦୂର ହୋଇଯିବ
ଏହି ସମସ୍ୟର ସମାଧାନ ପାଇଁ ପ୍ରଥମେ ମୁଁ ଆପଣଙ୍କୁ କହିବି ଯେ ଆପଣ ନିଜର ଖାଇବା ଓ ପିଇବାରେ ପରିବର୍ତନ କରନ୍ତୁ |ଆପଣ ପ୍ରତ୍ୟେକ ଦିନ 4ରୁ 5ଲିଟର ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ତାହା ସହିତ ତେଲମସଲା ଜାତୀୟ ଖାଦ୍ୟ ଖାଇବା କମ କରନ୍ତୁ |ଆପଣ ଯେତେବେଳେ ଖାଉଛନ୍ତି ସେହି ସମୟରେ ଅର୍ଥାତ ଖାଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଖାଇସାରିବାର ଏକ ଘଣ୍ଟା ପରେ ପାଣି ପିଅନ୍ତୁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ |
ବନ୍ଧୁଗଣ ବର୍ତମାନ ସକାଳ ପେଟ ସଫା ନହେବା କିମ୍ବା କିଲଅର ଭାବରେ ଝାଡା ନହେବା ପରି ସମସ୍ୟା ପ୍ରାୟ ଅଧିକାଂଶ ଲୋକମାନଙ୍କ ଠାରେ ଦେଖିବାକୁ ମିଳିଥାଏ |ଏପରି ସମସ୍ୟର କୌଣସି ସମାଧାନ ଆପଣ ଜାଣିଛନ୍ତି କି, ଯଦି ଆପଣଙ୍କର ଏପରି ସମସ୍ୟା ସବୁଦିନ ଲାଗି ରହୁଥାଏ ତେବେ ଆପଣଙ୍କୁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି |
ପେଟ ଜନିତ ସମସ୍ୟା ଆପଣଙ୍କର କେବେବି କମି ନଥାଏ ତାହା ସହିତ ଆପଣଙ୍କର ଏହି ସମସ୍ୟା ବହୁତ ଦିନଧରି ଲାଗି ରହୁଥିଲେ ଅର୍ଶ ପରି ବଡ଼ ରୋଗ ଦେଖାଯାଏ |ତେଣୁ ଆପଣଙ୍କର ଏହି ସମସ୍ୟା ରହିଥିଲେ ତାହାର ସମାଧାନ ଆପଣ ଶୀଘ୍ର କରନ୍ତୁ,ମୁଁ ଆଜି ଆପଣକୁ ଏହି ସମସ୍ୟା କାରଣ ଓ ନିରାକାରଣ ହେବ।