ବାଃ ବାଃ ରେ ଝିଅ ! କଲେଜ ପଢୁଆ ଝିଅ ବଞ୍ଚାଇ ଦେଲେ ତିନି ତିନିଟା ଜୀବନ ।। ଏହି ଝିଅର ସାହାସ ଦେଖିଲେ ବିଶ୍ବାସ କରିପାରିବେ ନାହିଁ….ଦୟାକରି ଏହି ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ?

ବର୍ତ୍ତମାନ ସମୟରେ ସମସ୍ତେ ପ୍ରାୟତଃ ସୋସିଆଲ ମିଡିଆ ସସହ ଜଡିତ,ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖିବାକୁ ପାଇଥାଉ । ବହୁତ ସମୟରେ ଆମେ କିଛି ଏପରି ଲୋକଙ୍କ ବିଷୟରେ ଜାଣିବାକୁ ପାଇଥାଉ ,ଯେଉଂଥିପାଇଁ ଆମ ମନରେ ତାଙ୍କ ପାଇଁ ବର୍ଗ ଆସିଥାଏ ତ ପୁଣି କେତେବେଳେ ଏପରି କିଛି ସୋକଙ୍କ ବିଷୟରେ ଜାଣିବାକୁ ପାଇଥାଉ ଯାହଦ୍ବାରା ଆମେ ପୂରା ମାନବ ଜାତି ଉପରକୁ ଆଙ୍ଗୁଳି ମଧ୍ୟ ଉଠାଇବା ପାଇଁ ପଛାଇ ନଥାଉ ।

ତେବେ ଆଜି ଆମେ ଆପଣ ଏପରି ଗୋଟିଏ ଘଟଣା ଭିତରକୁ ନେଇଯିବୁ ଯାହା ଜାଣିବା ପରେ ଆପଣ ସେହି ଲୋକଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ । ତେବେ ସେହି ଅଭାବନୀୟ ଘଟଣାଟି ଘଟିଛି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ।

ପୁରୀ ଜିଲ୍ଲା କୁଶଭଦ୍ରା ସେତୁ ଉପରେ ଦୁଇ ଜଣ ଶିଶୁଙ୍କୁ ଧରି ଆତ୍ମହତ୍ୟା ପାଇଁ ଛିଡା ହୋଇଥିଲେ ଜଣେ ମହିଳା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ସେମାନେ ଡେଇଁବା ପାଇଁ ସଂମ୍ପୂର୍ଣ୍ଣ ଉଦ୍ୟମ ମଧ୍ୟ କରିଥିଲେ, ଆଉ ଠିକ୍ ଏତିକି ବେଳେ ସେମାନଙ୍କୁ ଆସି ବଞ୍ଚାଇ ଥିଲେ ଜଣେ କଲେଜ ଛାତ୍ରୀ ଲୀଜା , ସଂମ୍ପୂର୍ଣ୍ଣ ଘଟଣାଟି ଥିଲା ଠିକ୍ ଏହିପରି କିଛି ।

ତେବେ ଗତ କାଲି ସମୟ ପ୍ରାୟ 11 ଟା ବେଳେ ଜଣେ ମହିଳା ନିଜର 4 ବର୍ଷ ପୁଅ ଓ 3 ମାସର ଝିଅକୁ ଧରି କୁଶଭଦ୍ରା ନଦୀ ସେତୁ ପାଖରେ ବୁଲାବୁଲି କରୁଥିଲେ ଏବଂ ସେମାନଙ୍କୁ ଲୋକମାନେ ମଧ୍ୟ ଦେଖୁଥିଲେ ତେବେ ଦେଖୁ ଦେଖୁ ହଠାତ୍ ମହିଳା ଜଣଙ୍କ ନିଜର ପିଲା ମାନଙ୍କୁ ନେଇ ନଦୀ ବାଡ ଦେଇ ନଦୀକୁ ଡେଇଁବା ପାଇଁ ଉଦ୍ୟମ କରିଥିଲେ

ଆଉ ସମସ୍ତେ ଏହାକୁ ଦେଖୁଥିଲେ କିନ୍ତୁ ଦୂରରେ ଥିବାରୁ ସେମାନେ ନାଚାର ହୋଇ ପଡିଥିଲେ । ଠିକ୍ ସେହି ସମୟରେ ଯେମିତି ସୁପର ୱମ୍ୟାନ୍ ପାଲଟିଗଲେ ଗୋପ କଲେଜ ଛାତ୍ରୀ ଲୀଜା ଦାସ । ତୁରନ୍ତ ପାଟି ମହିଳାଙ୍କୁ ନିଜ ଆଡକୁ ଟାଣି ଆଣିବା ସହିତ ତିନି ମାସ ଶିଶୁ କନ୍ୟାକୁ ମହିଳାଙ୍କ ହାତରୁ ଟାଣି ଆଣି ଥିଲେ ।


ପାଟି ଶୁଣି ଅନ୍ୟ ଲୋକମାନେ ସେଠାରେ ପହଞ୍ଚିବା ସହିତ ମହିଳାଙ୍କୁ ଏବଂ ତାଙ୍କର ପିଲା ମାନଙ୍କୁ ସେଠାରୁ ନେଇ ଆସିଥିଲେ । ପରେ ଜଣା ପଡିଥିଲା ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳା ଜଣଙ୍କର ନିଆଳି ଥାନା ଅନ୍ତ୍ରର୍ଗତ ବନମାଳି ଗ୍ରାମର । ପାରିବାରିକ କଳହ ଏବଂ ସ୍ବାମୀଙ୍କ ନିର୍ଯ୍ୟାତନର ଶିକାର ହୋଇ ସେ ଏଭଳି ଚରମ ନିଷ୍ପତି ନେଇଥିବାର ଜଣାପଡିଥିଲା । ଏହାପରେ ଘଟଣା ସଂପର୍କରେ ଲୋକମାନେ ଗୋପଥାନାରେ ଜଣାଇଥିଲେ ।

ଥାନା ଅଧିକାରୀ ତାଙ୍କ ପରିବାରକୁ ଜଣାଇବା ପରେ ମହିଳାଙ୍କ ମାଁ ,ଭାଇ ପହଞ୍ଚି ତାଙ୍କୁ ବୁଝାସୁଝା କରି ଘରକୁ ନେଇଯାଇଥିଲେ । ଆଉ ଏହି ଘଟଣା ପରେ କଲେଜ ଛାତ୍ରୀ ଲୀଜା ଦାସଙ୍କୁ ଲୋକମାନେ ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କ ପାଇଂ ଆଜି ତିନି ତିନିଟା ଜୀବନ ବଞ୍ଚିଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।