Clove benefits – ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ ୨ ଟି ଲବଙ୍ଗ ଆଉ ତାପରେ ଯାହା ହେବ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯଣାନ୍ତୁ କଣ ….
ତେବେ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହା ଆମକୁ ଖୁବ ସାହାଯ୍ୟ ମଧ୍ୟ କରି ଥାଏ | ତେବେ ଆମ ରୋଷେଇ ଘରେ ଅନେକ ମସଲା ରହିଛି ଆଉ ଏହି ମସଲା କୁ ବ୍ୟବହାର କରି ଆମ ଜେଜେ ବାପା ଓ ଜେଜେ ମା ମାନେ ଆମର ଅନେକ ରୋଗ ମଧ୍ୟ ଭଲ କରି ଦେଇ ଥାଆନ୍ତି | କାରଣ ରୋଷେଇ ଘରେ ଥିବା ମସଲା କେବଳ ଆମର ଖାଦ୍ୟ ସ୍ୱାଦ ବଢ଼ାଇ ନଥାଏ ବରଂ ଏହା ଆମ ଦେହ ଭଲ କରିବା ପାଇଁ ମଧ୍ୟ ବ୍ୟବହାର କରା ଯାଇଥାଏ |
ତେବେ ଏହି ମସଲା ମଧ୍ୟରୁ ଏକ ଏଭଳି ଜିନିଷ ରହିଛି ଯାହାକୁ ବ୍ୟବହାର କରି ଆମେ ଛୋଟ ଛୋଟ ରୋଗ ରୁ ଭଲ ହୋଇ ପରିବା ଆଉ ଏହି ମସଲା ର ନାଁ ହେଉଛି ଲବଙ୍ଗ |
ଏହି ଲବଙ୍ଗ ରେ ଅନେକ ଫାଇଦା ରହିଛି ଯାହାକି ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି | ସାଧାରଣତଃ ଲବଙ୍ଗ କୁ ଆମେ ମସଲା ଭାବରେ ବ୍ୟବହାର କରିଥାଉ | ଆପଣ ଯଦି ଏହି ଲବଙ୍ଗ କୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ଗୋଟିଏ ଲେଖାଏଁ ଖାଇବେ ତେବେ ଆପଣ ବିଭିନ୍ନ ରୋଗ ରୁ ମୁକ୍ତି ପାଇ ପାରିବେ |
କାରଣ ଏହି ଲବଙ୍ଗ ରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଓ ଭିଟାମିନ ସି ଭରି ହୋଇ ରହିଥାଏ | ତେବେ ଆଜି ଆମେ ଜାଣିବା ଏହି ଲବଙ୍ଗ କୁ ପ୍ରତିଦିନ ଖାଇବା ଦ୍ୱାରା କେଉଁ କେଉଁ 10 ଟି ଔଷଧୀୟ ଗୁଣ ମିଳି ଥାଏ |
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ:- ଦାନ୍ତ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ଉପକାରୀ ବୋଲି ବିବେଚନା କରାଯାଏ, ଏଥିପାଇଁ ତୁଳାରେ ୨-୩ ବୁନ୍ଦା ଲବଙ୍ଗ ତେଲ ପକାଇ ଦାନ୍ତରେ ଚାପି ଧରନ୍ତୁ |
ଏସିଡିଟି:- ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମ ରୂପେ ହୋଇଥାଏ |
ମାଂସପେଶୀ ବ୍ୟଥା: ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ, ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ |
ପାଚନକ୍ରିୟା:- ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବା ପୂର୍ବ ରୁ ଗୋଟିଏ ଲବଙ୍ଗ ଖାଆନ୍ତୁ,ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ |
ଓରାଲ ହେଲଥ :- ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ରହିଥିବାରୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବେ ଏହା ଦ୍ଵାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଏ | ଯାହାଦ୍ୱାରା ଦାନ୍ତ ମାଢି ରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ |
ସାଇନସ:- ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ରହିଥାଏ। ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ, ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ |
ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ:- ଲବଙ୍ଗ ତେଲରେ ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ସେପ୍ଟିକ୍ ଗୁଣ ରହିଥାଏ | ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦେବା ସହିତ ଫୁଲା କମାଇବାରେ ସାହାଯ୍ୟ କରିଥାଏ |
ରୋଗରୁ ମୁକ୍ତି:- ତେବେ ଏହି ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ବୋହୁ ପରିମାଣରେ ରହିଥାଏ, ଏହାକୁ ସବୁବେଳେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିପାଇ ଥାଏ | ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଏହା ଶରୀରକୁ ଶକ୍ତି ଦେଇଥାଏ |
ସୁସ୍ଥ ତ୍ୱଚା:- ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟକ ହୋଇଥାଏ। ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ଥିବା ଟକ୍ସିନ ନିର୍ଗତ ହୋଇଥାଏ | ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହା ସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ |
ପେଟ ବ୍ୟଥା: ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ |