ଦେଖନ୍ତୁ ଭିଡ଼ିଓ – କ୍ଲାସ ରୁମ ରେ ଜବରଦସ୍ତ ରକ ବ୍ୟାଣ୍ଡ ସହିତ ଡ୍ୟାନ୍ସ ଭିଡ଼ିଓ କୁ 2 ମିଲିଅନ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଅନେକ ଭାଇରାଲ ଭିଡିଓ ଦେଖିଥିବେ, ଯାହା ଆପଣଙ୍କୁ ବହୁତ୍ ଖୁସି ବି ଦେଇଥିବ। ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ଆକର୍ଷଣୀୟ ଏବଂ ଆପଣଙ୍କୁ ବହୁତ ଭଲ ଲାଗିବ।ତେବେ ଯେଉଁ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସ୍କୁଲ୍ ପିଲାମାନଙ୍କର ଭିଡିଓ।

ଏହି ଭିଡିଓ ରେ କ୍ଲାସ୍ ରୁମ୍ ଭିତରେ ଛୋଟ ପିଲାମାନେ ଯେଉଁଭଳି ଭାବରେ ରକ୍ ବ୍ୟାଣ୍ଡ ରେ ଧୂନ୍ ବଜାଇ ଗୀତ ଗାଉ ଛନ୍ତି ତାହା ଶୁଣିବାକୁ ଯେମିତି ମଧୁର ଲାଗୁଛି ତାର ଶବ୍ଦ ମଧ୍ୟ ସେତିକି ଆକର୍ଷଣୀୟ ହୋଇଛି। ଆପଣ ଏହାକୁ ଦେଖିଲା ପରେ ବହୁତ ଖୁସି ହେବେ। ତେବେ ଏହି ଭିଡିଓ ଓଡ଼ିଶାର ଏକ ବିଦ୍ୟାଳୟର ଅଟେ।

ଏଠାରେ ଶିକ୍ଷକ ଙ୍କ ସହ ଶ୍ରେଣୀ ଗୃହ ମଧ୍ୟରେ ପିଲା ମାନେ ଯେଉଁଭଳି ଭାବରେ କାର୍ଯ୍ୟ କଲାପ କରୁଛନ୍ତି ତାକୁ ଥରେ ଭଲ ଭାବରେ ଦେଖନ୍ତୁ।ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଜଣେ ଛାତ୍ର ଛିଡ଼ା ହୋଇ ଧୂନ୍ ବଜାଇ ଗୀତ ଗାଇଛନ୍ତି।ସେ ସୁନ୍ଦର୍ ଭାବରେ ଓଡ଼ିଆ ସୁପରହିଟ ଆଲବମ୍ ଗୀତ ବାଳିକା ବଧୂ ଗୀତ ଗାଉ ଛନ୍ତି। ତାଙ୍କ ସହ ଅନ୍ୟମାନେ ମଧ୍ୟ ତାଳ ଦେଉଛନ୍ତି। ବ୍ୟାଞ୍ଚ ଉପରେ ସେମାନେ ହାତ ବାଡେଇ ରକ ବ୍ୟାଣ୍ଡ ର ଶବ୍ଦ ବାହାର କରୁଛନ୍ତି। ଆପଣ ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ଯେ କିପରି ଭାବରେ ସେମାନେ ମିଳିତ ଭାବରେ ଏହାକୁ ପ୍ରଦର୍ଶନ କରୁଛନ୍ତି।ଏହି ଭିଡିଓ କୁ କେହି ଜଣେ ସେଠାରେ ରେକର୍ଡ କରି ସେୟାର କରିଛନ୍ତି।

ଯାହା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଗଣମାଧ୍ୟମ ମାନଙ୍କରେ ଦେଖାଯିବା ପରେ ଏହା ଲୋକ ଲୋଚନକୁ ଆସିବାରେ ଲାଗିଛି। ସମସ୍ତେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି।ସ୍କୁଲର କୁନି କୁନି ପିଲାମାନେ ଯେଉଁଭଳି ଭାବରେ ଏହି ରକ୍ ବ୍ୟାଣ୍ଡ ର ପ୍ରତିଭା ଦେଖାଉଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ଅଟେ।

ଶିକ୍ଷକ ମାନଙ୍କ ଦ୍ଵାରା ବିଦ୍ୟାଳୟରେ ପିଲା ମାନଙ୍କ ଭିତରେ ଏହିଭଳି ଭାବରେ ଲୁଚି ରହିଥିବା କିଛି ଅନ୍ତର୍ନିହିତ ଗୁଣକୁ ବାହାର କରିବା ଏବଂ ସେମାନଙ୍କ ଭିତରେ ଏକ ଆଗ୍ରହୀ ମନୋଭାବ ତିଆରି କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ମଧ୍ୟ ଅଟେ।

ଯାହା ଫଳରେ ପିଲାମାନେ ବିଭିନ୍ନ ପ୍ରକାରର ପ୍ରତିଭା ଦେଖାଇ ପାରିବେ ଏବଂ ସେମାନଙ୍କ ଭିତରେ ପ୍ରତିଯୋଗୀ ମନୋଭାବ ତିଆରି ହେବା ସହିତ ନୂଆ ଜିନିଷ ଶିଖିବା ଏବଂ କରିବା ପ୍ରତି ସେମାନଙ୍କ ଏକ ବିଶେଷ ଆଗ୍ରହ ମଧ୍ୟ ବଢିବ। କୁନି କୁନି ପିଲା ମାନଙ୍କର ଏହିଭଳି ପ୍ରଦର୍ଶନ ଦେଖି ଆପଣଙ୍କ ମନକୁ ଏହା ଆସିବା ସ୍ବାଭାବିକ ଯେ ଯଦି ସେମାନଙ୍କୁ କିଛି ସୁଯୋଗ ଏବଂ ସହଯୋଗ ମିଳି ପାରନ୍ତା ।

ତେବେ ସେମାନେ ଏହି ଦିଗରେ ବହୁତ୍ ଉପରକୁ ଯାଇ ପାରନ୍ତେ ଏବଂ ସେମାନଙ୍କ କଳାକୁ ବା ଅନ୍ତର୍ନିହିତ ପ୍ରତିଭା କୁ ଦେଖାଇବାର ସୁଯୋଗ ମଧ୍ୟ ପାଇ ପାରିଥାନ୍ତେ। ଓଡ଼ିଶାର ପିଲା ମାନଙ୍କର ଏହି ଭଳି ପ୍ରତିଭା ପ୍ରକୃତରେ ପ୍ରଶଂସନୀୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।