ଚୁଲବୁଲି ନାୟିକା ଅଭିନେତ୍ରୀ ଶିବାନୀ ଙ୍କ ବିଷୟରେ କିଛି ଅଜଣା କଥା, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ଅଭିନୟ ଦୁନିଆ ରେ ବହୁ ଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି ତାଙ୍କର ଆକର୍ଷଣୀୟ ଅଭିନୟ ଏବଂ କଳା ପ୍ରଦର୍ଶନ ପାଇଁ।ଓଡ଼ିଶାରେ ମଧ୍ୟ ସେହିପରି ଅନେକ ଅଭିନେତ୍ରୀ ଅଟନ୍ତି ଯେଉଁ ମାନେ ତାଙ୍କର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଛନ୍ତି ବହୁତ୍ ଅଳ୍ପ ଦିନ ଭିତରେ। ସେମାନଙ୍କ ଭିତରୁ ଶିବାନୀ ହେଉଛନ୍ତି ଜଣେ ଏମିତି କଳାକାର ଯିଏକି ବହୁତ୍ ଜଲଦି ତାଙ୍କର ଅଭିନୟ ର ଯାଦୁ ଦେଖାଇ ଦର୍ଶକଙ୍କ ନିକଟତର ହୋଇଛନ୍ତି।

ତେବେ ତାଙ୍କର ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଥାଆନ୍ତି। ଯାହା ପାଇଁ ଏହି ଅଭିନେତ୍ରୀ ଜଣଙ୍କ ଅନେକ ସଫଳତା ସାଉଁଟି ଛନ୍ତି।
ଆପଣମାନେ ଜାଣିଥିବେ ସିନେମା ଇଣ୍ଡଷ୍ଟ୍ରି ରେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।

ଆପଣ ଏମିତିରେ ଟିଭି କଳାକାର ଭାବରେ ମଧ୍ୟ ତାଙ୍କ ଅଭିନୟ ଦେଖୁଛନ୍ତି, ସେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେ ତାଙ୍କର ବାସ୍ତବ ଜୀବନରେ ନିଜକୁ ଅତିବାହିତ କରି ପାରିଥାନ୍ତି। ତେବେ ତାଙ୍କର ରହସ୍ୟ ହେଉ କି ଜୀବନର ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି କେଁ ରହିଥାଏ ସେମାନଙ୍କ ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ।

ତେବେ ଜଣେ ଅଭିନେତ୍ରୀ ଭାବରେ ତାଙ୍କର କିଛି ଗୁପ୍ତ ରହସ୍ୟ ଯାହା ଆପଣ ମାନଙ୍କୁ ଜଣା ନଥିବ,ତାହା ଆମେ ଆପଣଙ୍କୁ ଜଣାଇବୁ। କହିବାକୁ ଗଲେ ଆଗାମୀ ଦିନରେ ମିସ ୱାର୍ଲଡ ହେବାକୁ ସ୍ବପ୍ନ ରଖିଥିବା ଶିବାନୀ, ୧୨ ଜୁଲାଇ ୨୦୦୧ ହେଉଚି ତାଙ୍କର ଜନ୍ମ ତାରିଖ ଏବଂ ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ।

ତାଙ୍କର ପ୍ରିୟ ଅଭିନେତା ବାବୁଶାନ୍ ରହିଥିବା ବେଳେ ଅଭିନେତ୍ରୀ ଭାବରେ ସେ ଅର୍ଚ୍ଚିତା ଙ୍କୁ ବହୁତ୍ ପସନ୍ଦ କରନ୍ତି। ଶିବାନୀ ଏବେ +୨ ର ଶେଷ ବର୍ଷରେ ପାଠ ପଢୁଛନ୍ତି। ପିଲାବେଳୁ ଅଭିନୟ ପ୍ରତି ତାଙ୍କର ଏକ ବିଶେଷ ରୁଚି ରହି ଆସିଛି। ସେଥିପାଇଁ ସେ ଶିଶୁ କଳାକାର ଭାବରେ ମଧ୍ୟ ଧାରାବାହିକ ଏବଂ ଫିଲ୍ମ୍ ମିତରେ ମିତ ରେ ଅଭିନୟ କରିଛନ୍ତି।

ଯଦି ତାଙ୍କର ପରିବାର କଥା କହିବା ତେବେ ଶିବାନୀ ହେଉଛନ୍ତି ତା ପରିବାରରେ ବଡ଼ ଝିଅ।ତାଙ୍କ ବାପା ,ମା,ଭଉଣୀ ଏବଂ ତାଙ୍କୁ ନେଇ ତାଙ୍କ ପରିବାର। ସିଷ୍ଟର ଶ୍ରୀଦେବୀ ହେଉଛି ତାଙ୍କ ର ପ୍ରଥମ ନାୟିକା ଭାବରେ ଅଭିନୀତ ଫିଲ୍ମ୍। ଯାହା ତାଙ୍କୁ ଅନେକ ସଫଳତା ଦେଇଛି। ଶିବାନୀ ନାୟିକା ଭୂମିକାରେ ସୁପରଷ୍ଟାର ଅନୁଭବ, ଅରିନ୍ଦମ,ସ୍ୱରାଜ ବାରିକ ଆଦି ଅଭିନେତାଙ୍କ ସହ ଫିଲ୍ମରେ ଅଭିନୟ କରି ସାରିଛନ୍ତି।

ତେବେ ଲଙ୍ଗ ଟୁର ରେ ଡ୍ରାଇଭିଙ୍ଗ କରି ଯିବାକୁ ପସନ୍ଦ କରନ୍ତି ଏହି ଅଭିନେତ୍ରୀ ଜଣଙ୍କ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।