Dr sahan କୋଲେଷ୍ଟେରୋଲ: କେମିତି କମିବ? କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ….
ଆମ ଶରୀର ରେ ଯେଉଁ ହର୍ମୋନ ତିଆରି ହେଉଛି ସେଥିପାଇଁ କୋଲେଷ୍ଟେରୋଲ ଦରକାର ହେଉଛି ଏବଂ ଶରୀର ୟୁମ୍ୟୁନିଟି ପାଇଁ ମଧ୍ୟ କୋଲେଷ୍ଟେରୋଲ ଦରକାର ହେଉଛି | ତେବେ ଶରୀର କୋଲେଷ୍ଟେରୋଲ ଖରାପ ନୁହେଁ କୋଲେଷ୍ଟେରୋଲ ର ମାତ୍ରା ଯଦି ଅଧିକ ହେବ ତେବେ ତାହା ଶରୀର ପାଇଁ ବହୁତ ଖରାପ ଅଟେ | ଆମ ଶରୀର ରେ ଥିବା ଚର୍ବି ଜାତୀୟ ଅଂଶ ଯାହା ରକ୍ତ ରେ ସଂଚାଳନ ହୁଏ ତାହାକୁ କୋଲେଷ୍ଟେରୋଲ କୁହାଯାଏ |
ଭଲ କୋଲେଷ୍ଟେରୋଲ ଓ ଖରାପ କୋଲେଷ୍ଟେରୋଲ କଣ?
ଏଲିଡିଏଲ କୋଲେଷ୍ଟେରୋଲ ଅଛି ଏବଂ ଏଚଡିଏଲ କୋଲେଷ୍ଟେରୋଲ, ଏହା ମଧରୁ ଏଚଡିଏଲ କୋଲେଷ୍ଟେରୋଲ ହେଉଛି ଭଲ କୋଲେଷ୍ଟେରୋଲ ଏହା ଆମ ଦେହ ପାଇଁ ବହୁତ ଭଲ | ଏହାର ପରିମାଣ ଯେତିକି ଅଧିକ ରହିବ କିମ୍ୱା ପରିମାଣ 40 କି 50 ରହିବ ତେବେ ଏହା ଆମ ଶରୀର କୁ ପ୍ରଟେକ୍ସନ ଦେଇଥାଏ |କିନ୍ତୁ ଏହାର ପରିମାଣ ଯଦି 30 ରୁ କମ ରହିଲା ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇ ପାରେ | ଏଲଡିଏଲ କୋଲେଷ୍ଟେରୋଲ ରେ ଯଦି ପରିମାଣ 100 ରୁ ଅଧିକ ହେଲା ତେବେ ତାହାକୁ ଅଧିକ ବୋଲି କୁହାଯିବ ଅର୍ଥାତ 130 ପରିମାଣ ଅଧିକ ରହିଲେ ଏହା ଦେହ ପାଇଁ କ୍ଷତିକାରକ ହୋଇ ପାରେ |
ଯଦି ଆପଣଙ୍କ ର ଖରାପ କୋଲେଷ୍ଟେରୋଲ ରହିଛି ତେବେ ଡାକ୍ତର ଙ୍କ ସହ ପରାମର୍ଶ କରି ତାହାର ଚିକିତ୍ସା କରିବା ଉଚିତ ଆଉ ଯଦି ଭଲ କୋଲେଷ୍ଟେରୋଲ ପରିମାଣ କମ ଅଛି ତାହେଲେ ମଧ୍ୟ ଆପଣ ଙ୍କୁ ଚିକିତ୍ସା ଦରକାର |
ବଂଶଗତ କାରଣ ଯୋଗୁଁ କୋଲେଷ୍ଟେରୋଲ ବୃଦ୍ଧି ପାଇଥାଏ କି ?
ତେବେ ବଂଶଗତ ସମସ୍ୟା ଥିଲେ ମଧ୍ୟ କୋଲେଷ୍ଟେରୋଲ ଅଧିକ ହୋଇ ପାରେ, ଆପଣଙ୍କ ଘରେ ଯଦି ଡାଇବେଟିସ, ବ୍ଲଡ଼ ପ୍ରେସର ଏବଂ ହାର୍ଟ ରୋଗ ତାହେଲେ ମଧ୍ୟ ଆପଣ ଙ୍କୁ ହେବାର ସମ୍ଭାବନା ବହୁତ ଅଧିକ ରହିଛି | ତେଣୁ 35 ବର୍ଷ ରୁ ଉର୍ଦ୍ଧ ହେଲେ ଆପଣ ଙ୍କ ନିୟମିତ ଭାବରେ କୋଲେଷ୍ଟେରୋଲ ଟେଷ୍ଟ କରିବା ନିହାତି ଦରକାର ଅଛି | ଏହାକୁ ଅଣଦେଖା କରନ୍ତୁ ନାହିଁ କାରଣ ଜୀବନ ସହ ସମସ୍ୟା ଏହାର ଜଡ଼ିତ ଅଛି ତେଣୁ ଏହାକୁ କଣ୍ଟ୍ରୋଲ ରେ ରଖିବା ପାଇଁ ଚେଷ୍ଟା କରନ୍ତୁ |
ଶରୀରରେ ଖରାପ କୋଲେଷ୍ଟେରୋଲ ବଢ଼ି ଗଲେ କଣ ସବୁ ଲକ୍ଷଣ ଦେଖାଦିଏ ?
ତେବେ ଶରୀର ରେ ଯଦି କୋଲେଷ୍ଟେରୋଲ ପରିମାଣ ଅଧିକ ହୁଏ ସେମିତି କିଛି ଏତେ ଲକ୍ଷଣ ଦେଖା ଯାଏ ନାହିଁ | ତେବେ ଅଧିକ ହେଲେ ପ୍ରାୟତଃ ଆଖି ତଳେ ଓ ଉପରେ ଛୋଟ ଛୋଟ ଧଳା ଦାଗ ଦେଖାଯାଏ ଆଉ ବେଳେ ବେଳେ ଆଣ୍ଠୁ ରେ ମଧ୍ୟ ଦାଗ ଦେଖା ଯାଇଥାଏ | କୋଲେଷ୍ଟେରୋଲ ଅଧିକ ଥିଲେ ବେଳେ ବେଳେ ଦେହ ହାତ ଦରଜ ଲାଗିଥାଏ, ଅଯଥା ରେ ଦୁର୍ବଳ ଲାଗିବା, କିଛି ବାଟ ଚାଲିଲେ ତାଙ୍କୁ ଧଇଁସଇଁ ଲାଗିବା ଭଳି ଲକ୍ଷଣ ଦେଖାଯାଏ |
କୋଲେଷ୍ଟେରୋଲକୁ ନିୟନ୍ତ୍ରଣ କରିବା ପାଇଁ କଣ କରିବେ ?
ତେବେ ପ୍ରଥମେ ଆମେ ଠିକ ସମୟରେ ଖାଇବା, ଠିକ ସମୟରେ ଶୋଇବା, ଅଳ୍ପ କ୍ୟାଲେରୀ ଯୁକ୍ତ ଖାଦ୍ୟ ଖାଇବା, ଖରାପ ଜାତୀୟ ଖାଇବା କୁ କମ କରିବା ଏବଂ ପ୍ରତିଦିନ ଅଧଘଣ୍ଟା ଉପରେ ଏକ୍ସସାଇଜ କରିବା | ଆମେ ଚେଷ୍ଟା କରିବା କି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ନାହିଁ, ମାନସିକ ସନ୍ତୁଳନ ମେଣ୍ଟେନ କରିବା କାରଣ ଜୀବନ ଶୈଳୀ ହିଁ ଆମ ଶରୀର ରେ ବହୁତ ପ୍ରଭାବ ପକାଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।