ଦେଖନ୍ତୁ EXCLUSIVE : ଛୋଟ ଜାଗାରେ ପାଳ ଛତୁ ଚାଷ। ଛତୁ ଚାଷ କେମିତି କରିବେ। ଆଜି ହିଁ ଜାଣନ୍ତୁ ଏହି ଛୋଟିଆ tips ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…
ସାଧାରଣତଃ ଦୁନିଆରେ ଅଧା ଲୋକ ଆମିଷ ଖାଦ୍ୟ ଖାଇବା ପାଇଁ ଇଛା କରନ୍ତି ତ ଆଉ କିଛି ଲୋକ ନିରାମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି । ନିରାମିଷ ବ୍ୟକ୍ତି ମାନଙ୍କର ମୁଖ୍ୟ ଏବଂ ସ୍ଵାଦିଷ୍ଟ ଖାଦ୍ୟ ହେଉଛି ଛତୁ । ଛତୁ କେବଳ ନିରାମିଷ ନୁହେଁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଛତୁର ସ୍ଵାଦ ଯେପରି ତାର ଉପକାରିତା ବି ବହୁତ ଅଧିକ । ତେବେ ଆମ ଭାରତରେ ଅନେକ ସ୍ଥାନରେ ଛତୁ ଚାଷ କରାଯାଏ ହେଲେ ଆପଣ ମାନେ କଣ ଜାଣିଛନ୍ତି ଛତୁ ଚାଷ କିପରି କରାଯାଏ ।
ଆଜି ଆମେ ଆପଣ ମାନଙ୍କୁ ଏକ ଛୋଟ ଜାଗାରେ କିପରି ଛତୁ ଚାଷ କରିପାରିବେ ତାହା ବିଷୟରେ ସୂଚନା ଦେବୁ । ଆପଣ ମାନେ ବି ଚାହିଁଲେ ନିଜ ଘରେ ଛତୁ ଚାଷ କରିପାରିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଛତୁ ଚାଷ ପାଇଁ ଆପଣ ଏକ ବଡ ସାଇଜର ମାଟି କୁଣ୍ଡ ନିଅନ୍ତୁ ଆପଣ ଚାହିଁଲେ ପ୍ଲାଷ୍ଟିକ କୁଣ୍ଡର ବି ବ୍ୟବହାର କରିପାରିବେ । ଏହା ପରେ ଆପଣ କିଛି ନଡା ନିଅନ୍ତୁ ଆଉ ତାକୁ 7 ରୁ 8 ଘଣ୍ଟା ପାଣିରେ ଭିଜେଇ ରଖନ୍ତୁ । ପାଣିରେ ଭିଜି ଗଲା ପରେ ଆପଣ ସେହି ନଡାକୁ ନିଜ କୁଣ୍ଡରେ ରଖନ୍ତୁ ।
ଏହା ପରେ ଆପଣ ନଡା ଉପରେ କିଛି ବେସନ ପକାନ୍ତୁ । ବେସନ ପକେଇବା ପରେ ଆପଣ ଛତୁ ମଞ୍ଜି ନେଇ ଛୋଟ ଛୋଟ ଖଣ୍ଡରେ ପକାନ୍ତୁ ।ଆପଣ ମାନେ ଚାହିଁଲେ ମାର୍କେଟ ରୁ ଛତୁ ମଞ୍ଜି ଆଣି ପାରିବେ ଆପଣଙ୍କୁ ଅତି ସହଜରେ ଆଉ କମ ମୂଲ୍ୟରେ ଛତୁ ମଞ୍ଜି ମିଳିଯିବ । ଆପଣ ମାନେ କୁଣ୍ଡର ମଝିଆ ମଝି ଛତୁ ମଞ୍ଜିକୁ ଖଣ୍ଡ ଖଣ୍ଡ କରି ରଖନ୍ତୁ ।
ଏହା ପରେ ତା ଉପରେ ଆଉ କିଛି ନଡା ରଖନ୍ତୁ । ଆପଣ ମାନେ ନଡାକୁ ଭଲ ଭାବରେ ଟାଇଟ କରି ଦିଅନ୍ତୁ । ଆଉ ଏହା ପରେ ଆପଣ ସେହି ନଡା ଉପରେ କିଛି ବେସନ ପକାଇ ସେଥିରେ କିଛି ଛତୁ ମଞ୍ଜି ପକାନ୍ତୁ ।ଆଉ ତା ଉପରେ ଆପଣ ବଞ୍ଚିଥିବା ସମସ୍ତ ନଡା ରଖନ୍ତୁ ଯେମିତି ମଞ୍ଜି ସେହି ନଡା ଭିତରେ ଲୁଚି ଯିବ । ଏହା ପରେ ଆପଣ କୁଣ୍ଡକୁ ଏକ ଧଳା ପଲିଥିନ ଦ୍ଵାରା ଢାଙ୍କି ଦିଅନ୍ତୁ ଯାହା ଦ୍ଵାରା ସୂର୍ଯ୍ୟ ଆଲୋକ ପ୍ରବେଶ କରିପାରୁଥିବ ।
ଧଳା ପଲିଥିନ ଛଡା ଆପଣ ଅନ୍ୟ କୌଣସି ପଲିଥିନର ବ୍ୟବହାର କରିବେ ନାହିଁ । ଏହା ପରେ ଆପଣ ଏହାକୁ 7 ଦିନ ଯାଏଁ ଛାଡି ଦିଅନ୍ତୁ ।7 ଦିନ ପରେ ଆପଣ ପଲିଥିନ ଖୋଲି ଦେଖନ୍ତୁ ତା ଭିତରେ ଫିମ୍ପି ମାରିଥିବ ତେଣୁ ଆପଣ ଦୁଇ ଘଣ୍ଟା ତାକୁ ଖୋଲାରେ ରଖି ପୁଣି ପଲିଥିନରେ ଢାଙ୍କି ଦିଅନ୍ତୁ । ଏହା ପରେ ଆପଣ 12 ଦିନରେ ପଲିଥିନ ଖୋଲି ଦେଖନ୍ତୁ ଆପଣଙ୍କ ଛତୁ ଫୁଟି ଯାଇଥିବ ।