ଦେଖନ୍ତୁ ଛାତିଥରା ଭିଡ଼ିଓ ! ଛିଃ ଛିଃ ସଭ୍ୟ ସମାଜର ଅସଭ୍ୟ ଚେହେରା, ଗାଁ ମଝିରେ ବୟସ୍କ ମହିଳାଙ୍କୁ ଓଃ କି ମାଡ, ଦେଖିଲେ ଆଖିରୁ ଲୁହ ଆସିଯିବ….

କେତେଦିନ ଯାଏଁ ଏମିତି ସବୁ ଭିଡିଓ ସାମ୍ନା କୁ ଆସିବ । କେତେଦିନ ଯାଏଁ ମହିଳା ମାନଙ୍କ ଉପରେ ଏମିତି ଅତ୍ୟାଚାର ହେଉଥିବ । ଆମ ଯୁବ ଗୋଷ୍ଠୀ ମଧ୍ୟ ଉପସ୍ଥିତ ଅଛନ୍ତି ଆଉ ଦେଖୁଛନ୍ତି ତାମସା । ଧିକ କହିବ ଏହି ଲୋକ ମାନଙ୍କୁ ନାରୀ କୁ ସମ୍ମାନ ଦେଇ ଶିଖି ନାହାନ୍ତି , କିନ୍ତୁ ଗାଁ ର ମୁରବି । ଚଣ୍ଡାଳ ମାନେ ଏତିକି କାମ କରିବେ ନାହିଁ ଯେତିକି ଏହି ମଣିଷ ମାନେ କରୁଛନ୍ତି ।ସୋମବାର ପୁଣି ସଂକ୍ରାନ୍ତି ରେ ମା ବୟସର ମହିଳାଙ୍କୁ ହାତ ଉଠାଇବାକୁ ସାହସ ହେଲା କେମିତି ?

ବୋଲଗଡ଼ା ଅଞ୍ଚଳରେ ମହିଳାଙ୍କ ପ୍ରତି ଏ କିଭଳି ବ୍ୟବହାର। କିଛି ଦିନ ପୂର୍ବେ ବୋଲୋଗଡା ଅଞ୍ଚଳ ରେ ଜଣେ ମହିଳା ଙ୍କୁ ଗାଁ ଦାଣ୍ଡ ରେ ମାଡ ମରା ହେଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିଲା ।

ବୋଲଗଡ଼ ଅଞ୍ଚଳ ର ଧଳା ପଥର ଓ କଲାଙ୍ଗ ଅଞ୍ଚଳ ରେ ମହିଳା ଙ୍କୁ ସର୍ବ ସମ୍ମୁଖ ରେ ଗାଁ ଦାଣ୍ଡ ରେ ଶଶୁର ଆକ୍ରମଣ କରୁଥିବା ସମ୍ପୂର୍ଣ ରାଜ୍ୟ ରେ ହଇଚଇ ସୃଷ୍ଟି ହୋଇ ଥିଲା । ଆଉ ଏବେ ଏହି ମହିଳା ଙ୍କ ଉପରେ ମାଡ । ଗାଁ ଦାଣ୍ଡ ରେ ମହିଳା ମାନଙ୍କୁ ମାଡ ମାରୁଥିବା ର ଦୃଶ୍ୟ ସତରେ ମନରେ ଅନେକ ପ୍ରଶ୍ନ ବୁଣି ଚାଲିଛି ।

ବୋଲଗଡ଼ା ବ୍ଲକ ର ମିନିକା ବଳବନ୍ତରାଏ ନାମକ ଏହି ମହିଳାଙ୍କୁ ଜମି ଜମା ଵିଷୟ କୁ ନେଇ ଗାଁର କିଛି ଯୁବକ ମାଡ଼ ମାରୁଛନ୍ତି।ମୁହଁକୁ ଛାତି କୁ ଗୋଇଁଠା ମାରୁଛନ୍ତି। କେବଳ ସେତିକି ନୁହେଁ ମାଡ଼ ମାରିବା ପରେ ତାଙ୍କର ଏକ ଚାଳ ଘରେ ନିଆଁ ଲଗାଇ ଦେଉଛନ୍ତି।କାରଣ ଯାହାବି ହେଉନା କାହିଁକି କାହାରିକୁ ମାଡ଼ ମାରିବା ଉଚିତ ନୁହେଁ।ମହିଳା ତଳେ ପଡ଼ି ଯାଉଛନ୍ତି କିନ୍ତୁ ତାଙ୍କୁ କେହି ଉଠାଉ ନାହାଁନ୍ତି।

ଏହା କଣ ଆମ ମଣିଷ ପଣିଆ।ମହିଳା ମାଡ଼ ଖାଉଥିବା ସମୟରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଦର୍ଶକ ପରି ଦେଖୁ ଥିଲେ କିନ୍ତୁ କେହି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ନଥିଲେ।ସିଏବି ତ କାହାର ମାଆ, କାହାର ପତ୍ନୀ।ପୁରୁଷ ମାନେ ତାଙ୍କୁ ମାଡ଼ ମାରି କଣ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁ ଯୁବକ ମାନେ ସେଠାରେ ଛିଡ଼ା ହୋଇ ହସୁଛନ୍ତି, ଟିକେ ନିଜକୁ ପଚାରିବେକି ଯାହା ହେଲା କଣ ଠିକ ହେଲା?

ତେବେ ଏହି ଘଟଣା ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା ବେଳେ,ବେଗୁନିଆ ପୋଲିସ ଉଭୟଙ୍କ ନାମରେ ଦୁଇଟି ମାମଲା ରୁଜ୍ଜୁ କରିଛି।ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପୋଲିସ ଏବେ ନିରବ ରହିଛି।ଗାଁ ଦାଣ୍ଡରେ ମହିଳାଙ୍କୁ ଏପରି ନିର୍ମମ ଭାବେ ମାଡ଼ ମରାଯାଉଥିବା ଘଟଣା ସର୍ବସାଧାରଣ ରେ ନିନ୍ଦାର ଵିଷୟ ପାଲଟି ଥିବା ବେଳେ ବୋଲଗଡ଼ା ବ୍ଳକ ରେ ବାରମ୍ବାର ଏପରି ଘଟଣା ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।