ଜରୁରୀ ଖବର – ପୁଣି ଆସିଲା ଖୁସି ଖବର ! ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ପାଇଁ ସରକାର କଲେ ୨ ଟି ବଡ ଘୋଷଣା ଶୀଘ୍ର ଦେଖନ୍ତୁ….

ଏବେ ଏବେ ସରକାର ଙ୍କ ପକ୍ଷରୁ ଆସିଛି କିଛି ବଡ଼ ଅପଡେଟ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ପିଲା ମାନଙ୍କ ପାଇଁ।ଏବେ ଏବେ ସରକାର ଦୁଇଟି ବଡ଼ ଘୋଷଣା କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ପିଲା ମାନଙ୍କ ପାଇଁ।ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା; ତେବେ କରନା ଭାଇରସ ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ୍ କଲେଜ ଆଦି ବନ୍ଦ ଥିଲା । ବର୍ତ୍ତମାନ ସ୍କୁଲ୍ କଲେଜ ଖୋଲିବା ପରେ ଯୁକ୍ତ ଦୁଇ ପରୀକ୍ଷା ହେବାର ସୂଚନା ମିଳିଥିଲା। ଆଉ ସେଥିପାଇଁ ଫର୍ମ ଫିଲପ୍ ମଧ୍ୟ ଆରମ୍ଭ ହୋଇ ଯାଇଥିଲା ।

ତେବେ ବିନା ଜୋରିମାନା ରେ ଫର୍ମ ଫିଲପ୍ କରିବା ପାଇଁ ଚଳିତ ମାସ ୩ ତାରିଖ ଶେଷ ତାରିଖ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇ ଥିଲା। କିନ୍ତୁ ବର୍ତ୍ତମାନ ଏହି ତାରିଖ କୁ ଘୁଞ୍ଚାଇ ଦିଆ ଯାଇଛି ଓ ଫର୍ମ ଫିଲପ୍ କରିବାର ତାରିଖ ଅବଧି ବୃଦ୍ଧି କରାଯାଇ ଅଛି ।

ସୂଚନା ଅନୁସାରେ ବିଏସି ଅଧୀନ ରେ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କ ର ଫର୍ମ ଫିଲପ୍ ର ଶେଷ ତାରିଖ ଅବଧି ବୃଦ୍ଧି କରାଯାଇ ଅଛି। ବର୍ତ୍ତମାନ ସିଏଚସିରେ ରେଗୁଲାର ଏବଂ ଏକ୍ସ ରେଗୁଲାର ରେ ପରୀକ୍ଷା ଦେବା ପାଇଁ ଯାଉଥିବା କରେସପଣ୍ଡସ୍ ଛାତ୍ର ଛାତ୍ରୀ ମାନେ 50 ଟଙ୍କା ଲେଖାଏଁ ଜୋରିମାନା ଦେଇ ଚଳିତ ମାସ 4 ରୁ 8 ତାରିଖ ପର୍ଯ୍ୟନ୍ତ ଫର୍ମ ପୁରଣ କରି ପାରିବେ । ସେମିତି ଭାବରେ ୩୫୦ ଟଙ୍କା ଦେଇ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲପ୍ କରି ପାରିବେ । ଏହି ବିଷୟ ରେ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ତେବେ ଦ୍ଵିତୀୟ ଖବର ଟି ହେଉଛି ସ୍କୁଲ୍ ଖୋଲିବା କୁ ନେଇ । ତେବେ ରାଜ୍ୟ ରେ କରନା ସଂକ୍ରମଣ ଯୋଗୁଁ ସମସ୍ତ ଶିକ୍ଷା ଅନୁଷ୍ଠାନ ଖୋଲିଥିଲେ ମଧ୍ୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ କୌଣସି ସୂଚନା ମିଳି ନଥିଲା । ତେବେ ବର୍ତ୍ତମାନ ସୂଚନା ଅନୁସାରେ ମାର୍ଚ୍ଚ ମାସ 15 ତାରିଖରେ ଖୋଲାଯାଇ ପାରେ କିଛି ସୂତ୍ର ରୁ ଜଣା ପଡିଛି ।

ତେବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ନୂଆ ଏସୋପି ପ୍ରସ୍ତୁତ କରାଯାଉଛି। କୋଭିଡ କଟକଣା କୁ ଆଖିରେ ରଖି ସ୍କୁଲ୍ ରେ କ୍ଲାସ ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଏହି ଖୁସି ଖବର ଟି ଆସି ଯାଇଛି ଯାହା ଦ୍ଵାରା ଅନେକ ପିଲା ମାନେ ଉପକୃତ ହେବେ। ତେବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଓ ଅଙ୍ଗନବାଡ଼ି ଆଗାମୀ ୧୫ ତାରିଖ ରେ ସ୍କୁଲ୍ ଖୋଲିବ ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।