ବିଚରା ବର, ଚତୁର୍ଥୀ ରାତି ପୂର୍ବରୁ ଫେରାର ହୋଇଗଲା ନବବଧୂ : ନାବାଳିକା ଶାଳୀ ସହ ପୁଣି ପଡିଲା ହାତଗଣ୍ଠି, କିନ୍ତୁ ଏବେ ହେବନି ମିଳନ….
ସାମାଜିକ ଗଣମାଧ୍ୟମ ରେ ପ୍ରତିଦିନ ଏମିତି କିଛି ଖବର ପ୍ରସାରିତ ହେଉ ଥିବାର ଆମେ ଦେଖିବାକୁ ପାଉ ଯାହା ସେଦିନ ର ବଡ଼ ଖବର ପାଲଟି ଥାଏ। କାରଣ ଏହା ନିଶ୍ଚିତ ଭାବରେ ଅନ୍ୟ ଘଟଣା ଠାରୁ ଅଲଗା ହୋଇଥାଏ। ସେହିପରି ଆମେ ଆଜି ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏମିତି ରେ ତ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।
ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଏବଂ କାରଣ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବପର ହୋଇପାରେ ଆଜିର ଆଧୁନିକ ଦୁନିଆରେ।
ଆମେ ସେହିଭଳି ଏକ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ନିକଟରେ ଘଟିଛି ଓଡ଼ିଶାର ଅନୁଗୁଳ ସହର ଉପକଣ୍ଠରେ। ଏଠାରେ ଏହି ଘଟଣାରେ ଯେଉଁ ଝିଅ ସହିତ ପୁଅର ବିବାହ ହୋଇଥିଲା ସେହି ନବବଧୂ ଜଣଙ୍କ ଫେରାର ହୋଇଯିବା ପରେ ବଡ ଭଉଣୀ ସହ ଆସିଥିବା ସାନ ଭଉଣୀ ଭିଣୋଇକୁ ବିବାହ କରିଛନ୍ତି। ଯାହା ଏକ ଭିନ୍ନ ସ୍ଥିତି ସୃଷ୍ଟି କରିଛି।ଏହି ଗତ ୧ ତାରିଖ ଦିନ ଅନୁଗୁଳ ସହର ଉପକଣ୍ଠର ଜଣେ ଯୁବକ ଯାହାଙ୍କ ନାମ କାଙ୍ଗୁଲା ସେ ସେହି ଅଞ୍ଚଳରେ ବିବାହ କରିଥିଲେ ଏକ ଯୁବତୀ ଙ୍କୁ।
ତେବେ ବିବାହ ପରେ ପୁଅ-ବୋହୂ ଘରକୁ ଫେରିଥିବା। ସାଥୀରେ ନବବଧୂଙ୍କ ସାନଭଉଣୀ ମଧ୍ୟ ଆସିଥିଲେ। ହଠାତ୍ ଘଟିଲା ଏକ ଅଜବ ଘଟଣା।ସେପଟେ ଭୋଜି ଭାତ ର ଆୟୋଜନ ଚାଲିଥିବା ବେଳେ ଏପଟେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଦେଲା।ତେବେ ବାହାଘର ଭୋଜି ସହ ଗୁରୁବାର ଦିନ ଚତୁର୍ଥୀ ସହ ରିସେପ୍ସନ୍ ପାର୍ଟି ମଧ୍ୟ ରହିଥିଲା।
କିନ୍ତୁ ଗୁରୁବାର ଭୋରରୁ ନବବଧୂ ଜଣଙ୍କ ଫେରାର ହୋଇ ଯିବା ପରେ ସେଠାରେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ପରିସ୍ଥିତି। ପରେ ସେଠାରେ ଉପସ୍ଥିତ ଥିବା କନ୍ୟାର ସାନ ଭଉଣୀ ସହିତ ବିବାହ କରିବାକୁ ସ୍ଥିର ହେଲା । ଏକଥା ଜାଣିବା ପରେ ସକାଳୁ ଝିଅ ଘର ଲୋକ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପରେ ସାଥୀରେ ଆସିଥିବା ନାବାଳିକା ଶାଳୀଙ୍କ ସହ ଯୁବକଙ୍କ ବିବାହ ହୋଇଥିଲା।
କିନ୍ତୁ ଏହି ଝିଅର ବୟସ ୧୮ ବର୍ଷ ହୋଇ ନଥିବାରୁ ବିବାହ କରିବା ଆଇନ୍ ଗତ ହୋଇ ନଥିବାରୁ ଝିଅର ବିବାହ ପରେ ଉଭୟ ପରିବାର ପକ୍ଷରୁ ନିଷ୍ପତ୍ତି ହେବାପରେ ଏହା ନିଷ୍ପତ୍ତି ନିଆଗଲା ଯେ ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ସେ ବାପା ଘରେ ରହିବ ଏବଂ ଏହାପରେ ସେ ଶାଶୁ ଘରକୁ ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।