ଛାତ୍ର ଛାତ୍ରୀ ମାନଙ୍କ ପାଇଁ DRDO ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ….

DRDO (Defence Research and Development Organisation) ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର।ଏହି ବିଭାଗ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଭଲ ସୁଯୋଗ ଯାହାର ବିଜ୍ଞପ୍ତି ଆସି ସାରିଛି।ଏହାକୁ ଆଇଟିଆଇ, ଡିପ୍ଲୋମା, ବି ଟେକ ପାସ୍ ପିଲା ଆବେଦନ କରି ପାରିବେ ଏବଂ ୧୫୦ ଟି ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି କେନ୍ଦ୍ର ସରକାରଙ୍କ ତରଫରୁ।

ତେବେ ଯଦି ଆପଣ ଆଇଟିଆଇ, ଡିପ୍ଲୋମା, ବି ଟେକ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ। DRDO ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- APPRENTICE

ପଦବୀ- ୧୫୦ ଟି ପଦବୀ ରହିଛି।

ଆବେଦନ ମାଧ୍ୟମ- ଅନଲାଇନ

ଆପ୍ଲିକେସନ୍ ଫି- କୌଣସି ଫି ଦେବାକୁ ପଡ଼ିବ ନାହିଁ।

ଶିକ୍ଷାଗତ ଯୋଗ୍ୟତା- ଆଇଟିଆଇ, ଡିପ୍ଲୋମା, ବି ଟେକ ପାସ୍ ହୋଇଥିବା ନିହାତି ଦରକାର।

ଆବେଦନ ଆରମ୍ଭ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଆରମ୍ଭ ତାରିଖ ରହିଛି ୦୭/୦୧/୨୦୨୧

ଆବେଦନ ଶେଷ ତାରିଖ- ୨୯/୦୧/୨୦୨୧

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୮ ବର୍ଷ ସର୍ବନିମ୍ନ ଓ ୨୭ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ଭଲ ଦରମା ରହିଛି।

ଆବେଦନ ପ୍ରକ୍ରିୟା- କେନ୍ଦ୍ର ସରକାରଙ୍କ ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ DRDO ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (rac.gov.in or drdo.gov.in) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ  ।

ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।ଏହା ଛଡା ଆପଣ ଏହାକୁ ୨୯ ଜାନୁଆରୀ ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।