ଚମତ୍କାର ସ୍କିମ : ବାସ ଥରେ ୧୨୧ ଟଙ୍କା ଦେଲେ ଝିଅ ବାହାଘର ପାଇଁ ମିଳିବ ୨୭ ଲକ୍ଷ ଟଙ୍କା, ଜାଣନ୍ତୁ ସେ ସ୍କିମ ବିଷୟରେ

ଆଉ ଝିଅ ବାହାଘର ପାଇଁ ଚିନ୍ତା କରନ୍ତୁ ନାହିଁ। ଏଥିପାଇଁ ଭାରତର ସବୁଠାରୁ ବଡ଼ ବୀମା ଯୋଜନା ଆଣିଛି ଖୁସି ଖବର।ତେଣୁ ଯଦି ଆପଣ ଝିଅର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି କିମ୍ବା ଭବିଷ୍ୟତ କେମିତି ଭଲରେ କଟିବ ତାହା ବିଷୟରେ ଭାବୁଛନ୍ତି, ତାହେଲେ ଏଲଆଇସିର କନ୍ୟାଦାନ ଯୋଜନା ଆପଣଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବ।ଏଲଆଇସି ଝିଅ ବିବାହରେ ବାପା ମାଆଙ୍କ ବୋଝକୁ କମ୍ କରିବାପାଇଁ ଏହି ପଲିସି ଆରମ୍ଭ କରିଛି।

ଏହି ଯୋଜନାର ନାମ ହେଉଛି କନ୍ୟାଦାନ ଯୋଜନା। ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ନିବେଶ କରିବେ ବା ୩୬୦୦ ଟଙ୍କା ମନ୍ଥଲୀ ପ୍ରିମିୟମ ଭରିବାକୁ ହେବ। ଏପରି କରି ଆପଣ ୨୭ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇ ପାରିବେ।

ଏହି ଟଙ୍କା ଆପଣଙ୍କୁ ଝିଅର ୨୫ ବର୍ଷ ପୂରା ହେବା ପରେ ମିିଳିବ। ଏହି ପଲିସିରେ ଆପଣଙ୍କୁ ଏହାଠାରୁ କମ୍ କିମ୍ବା ଅଧିକ ପ୍ରିମିୟମର ସୁବିଧା ମଧ୍ୟ ମିଳିପାରିବ । ଆପଣ ଏହାକୁ ନିଜ ଇଚ୍ଛା ଅନୁଯାୟୀ ବାଛି ପାରିବେ।ପଲିସି ନେବା ପରେ ଯଦି ନିବେଶକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ପରିବାରକୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବ।ଏହି ଯୋଜନାରେ ଆପଣ ଯେତେ ଅଧିକ ନିବେଶ କରିବେ ସେତେ ଅଧିକ ଟଙ୍କା ଆପଣଙ୍କୁ ରିଟର୍ଣ୍ଣ ମିଳିବ।ତେଣୁ ଆସନ୍ତୁ ଜାଣିବା ଏଥିରେ ନିବେଶ କେମିତି କରିବେ ଏବଂ କ’ଣ ଫାଇଦା ମିଳିବ।

ଯଦି ଆପଣ ଏହି କନ୍ୟାଦାନ ଯୋଜନାରେ ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସକୁ ୩୬୦୦ ଟଙ୍କା ଜମା କରୁଛନ୍ତି ତା’ହେଲେ ପଲିସିର ମାଚ୍ୟୁରିଟି ବେଳେ ଆପଣଙ୍କୁ ପ୍ରାୟ ୨୭ ଲକ୍ଷ ଟଙ୍କା ମିଳିବ।ବିମାଧାରକ ପ୍ରତିଦିନ ୭୫ ଟଙ୍କା ଜମା କରନ୍ତି ତା’ହେଲେ ଝିଅକୁ ୨୫ ବର୍ଷ ହେବା ପରେ ୧୪ ଲକ୍ଷ ଟଙ୍କା ମିଳିବ। ଯାହାକି ଆପଣଙ୍କ ଝିଅର ବିବାହ ସମୟରେ ବହୁତ ଲାଭ ମିଳି ପାରିବ।ଏହିପରି ଭାବେ ଯେତେ ଅଧିକ ଆପଣ ନିବେଶ କରିବେ ସେତେ ଅଧିକ ଟଙ୍କା ଆପଣଙ୍କୁ ରିଟର୍ଣ୍ଣ ମିଳିବ।ପଲିସି ଅନ୍ତର୍ଗତ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଛି ତା’ହେଲେ ତାଙ୍କ ପରିବାରକୁ ଏହି ପଲିସିର ପ୍ରିମିୟମ ପେମେଣ୍ଟ କରିବାକୁ ପଡ଼ିବ ନାହିଁ।

କମ୍ପାନୀ ନିଜେ ପରିବାରକୁ ୧ ଲକ୍ଷ ଟଙ୍କା ଦେବ। ଏହାସହିତ ୨୫ ବର୍ଷ ପରେ ମ୍ୟାଚୁରିଟି ଆମାଉଣ୍ଟ ବି ଦେବ।ବୀମାଧାରକଙ୍କ ମୃତ୍ୟୁ ହେଲେ ପରିବାରକୁ ୫ ଲକ୍ଷ ଟଙ୍କା ମିଳିବ। ପଲିସି ଧାରକଙ୍କୁ ମିଳିବାକୁ ଥିବା ମୃତ୍ୟୁ ଲାଭ ବାର୍ଷିକ ଇନଷ୍ଟଲମେଣ୍ଟରେ ଦିଆଯିବ।ଯଦି ବୀମାଧାରକଙ୍କ ମୃତ୍ୟୁ ଆକ୍ସିଡେଣ୍ଟ ଦ୍ୱାରା ହେଉଛି ତାହେଲେ ପରିବାରକୁ ୧୦ ଲକ୍ଷ ଟଙ୍କା ମିଳିବ।ଏହି ସବୁ ସୁବିଧା ଥିବା ଏହି ଯୋଜନାରେ ଆପଣଙ୍କୁ ଆଉ ଏବେ ନିଜର ଝିଅ ବାହାଘର କରାଇବା ପାଇଁ ନିଶ୍ଚିତ ସହଜ ହେବ।

ତେଣୁ ଆପଣ ଯଥା ସମ୍ଭବ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୁଅନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।