ଦେଖନ୍ତୁ Shocking ଭିଡ଼ିଓ : ଅଫିସରଙ୍କୁ ଫାଇଲ୍ ଫିଙ୍ଗି ଚର୍ଚ୍ଚାରେ ଲେଡି ଚେୟାରମ୍ୟାନ୍…

ମିଟିଂ ଚାଲିଥିବା ବେଳେ ତାତି ଗଲେ ପୌରାଧ୍ୟକ୍ଷା । ଆଉ ହିତାହିତ ଜ୍ଞାନ ଭୁଲି ନିର୍ବାହୀ ଅଧିକାରୀ ଙ୍କ ଉପର କୁ ଫିଙ୍ଗିଲେ ଫାଇଲ୍‌। ଏଥି ସହ ଅଶାଳୀନ ବ୍ୟବହାର ବି କରିଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୌରାଧ୍ୟକ୍ଷା ଜଣକ ନିଜ ସଫେଇ ରେ ଫାଇଲ ଫିଙ୍ଗି ଥିବା ଘଟଣା କୁ ଅସ୍ୱୀକାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବ୍ୟାସ ନଗର ପୌରପରିଷଦ ରେ ଦେଖିବା କୁ ମିଳିଛି। ଜିଓ ଟାଓ୍ୱାର ସ୍ଥାପନ କୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡିଛି ।
ବ୍ୟାସନଗର ସହରର ୮ ନମ୍ବର ଓ୍ୱାର୍ଡ ରେ ଜିଓ ଟାଓ୍ୱାର ସ୍ଥାପନ କରିବା କୁ ଓ୍ୱାର୍ଡବାସୀ ପୌର ଅଧିକାରୀ ଙ୍କୁ ଅନୁମତି ମାଗି ଥିଲେ । ପୌର ପରିଷଦ ପକ୍ଷରୁ ଏ ବିଷୟ ରେ ତଦନ୍ତ କରାଯିବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅନୁମତି ଦେବା ସହିତ ୮ ନମ୍ବର ଓ୍ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଥିଲେ ।

ପରେ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାଓ୍ୱାର ନିର୍ମାଣ କୁ ବିରୋଧ କରି ପୌରାଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପୋର ନିର୍ବାହୀ ଅଧିକାରୀ ଙ୍କୁ ଘଟଣା ସମ୍ପର୍କ ରେ ପଚାରିଥିଲେ । ଆଉ ଉତକ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହିତ ସମସ୍ତ ଙ୍କ ସାମନା ରେ ତାଙ୍କ ଉପର କୁ ଫାଇଲ ଫୋପାଡି ଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି।


ଏହାର ଭିଡିଓ ଭାଇରାଲ ହେବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ କହିଛନ୍ତି, ନୀଳାଚଳ କଲୋନୀ ରେ ଏକ ଜିଓ ଟାୱାର ପାଇଁ ଅନୁମତି ମଗା ଯାଉଥିଲା। ସେଠାରେ ନେଟୱର୍କ ପ୍ରୋବ୍ଲେମ ଦେଖା ଦେଉ ଥିବା ରୁ ଏଥି ନିମନ୍ତେ ଅନୁମତି ଦେଇଥିଲୁ। ହେଲେ ଉକ୍ତ କଲୋନୀର କିଛି ଲୋକ ଏହାକୁ ବିରୋଧ କରି ପୌରାଧ୍ୟକ୍ଷା ଙ୍କୁ ସାକ୍ଷାତ କରିଥିଲେ।

ଏନେଇ ସେ ମୋତେ ପଚାରିଥିଲେ। ମୁଁ ଉତ୍ତର ଦେବା ରୁ ସମସ୍ତ ଙ୍କ ସାମନାରେ ଫାଇଲଟି କୁ ଆକ୍ରୋଶମୂଳକ ଭାବେ ମୋ’ ଉପର କୁ ଫୋପାଡ଼ି ଥିଲେ। ହେଲେ ସରକାର ଙ୍କ ଶୃଙ୍ଖଳିତ କର୍ମଚାରୀ ଭାବେ ମୁଁ ଚୁପ୍‌ ରହିଲି ।

ନିଜ ସଫେଇ ରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ କହିଛନ୍ତି, ତାହା ଏକ ଘରୋଇ ଆଲୋଚନା ଥିଲା। ଏକ ଟାୱାର ବସାଇବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଏନେଇ ନିର୍ବାହୀ ଅଧିକାରୀଙ୍କୁ କହିବାରୁ ସେ ଫିଲ୍ଡକୁ ଯାଇ ଉକ୍ତ କାର୍ଯ୍ୟ ବନ୍ଦ କରି ଦେଇଥିବା କହିଥିଲେ। ହେଲେ ଏନେଇ ପୁଣି ଥରେ ସ୍ଥାନୀୟ ଲୋକେ ଆସି ନିର୍ବାହୀ ଅଧିକାରୀ ଏନଓସି ଦେଇ ଦେଇଥିବା ଅଭିଯୋଗ କରି କାର୍ଯ୍ୟାଳୟ ଘେରାଉ କରିଥିଲେ।

ଏହି ଘଟଣା ରେ ନିର୍ବାହୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରି ଏପରି କରିଥିଲି। ହେଲେ ଏପରି କୌଣସି ଜିନିଷ ହୋଇନି, ଫାଇଲ ସଜାଡ଼ି ଆଣିବାକୁ କହିଥିଲି। ଏହାକୁ ଅଲଗା ଭାବେ ନେବା ଉଚିତ ନୁହେଁ।ଏହି ବିବାଦ କ୍ରମଶଃ ଘନେଇବାରେ ଲାଗିଥିବା ବେଳେ ନିର୍ବାହୀ ଅଧିକାରୀଙ୍କର ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି କିନ୍ତୁ ଏହି ଭଳି ଦୁର୍ବ୍ୟବହାର କରିଥିଲେ ସଙ୍ଗୀତା ପିଙ୍ଗୁଆ।