( ଚମତ୍କାରି ଫୁଲ )ଧନର ବର୍ଷା କରିଥାଏ,କରନ୍ତୁ ଏହି ଉପାୟ | Odia Vastu tips
ପୂଜା ପାଠରେ ଫୁଲ ର ଏକ ଅଲଗା ମହତ୍ତ୍ୱ ରହିଥାଏ ।କେଉଁ ଭଗବାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ , କେଉଁ ଭଗବାନ ଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇ ଥାଆନ୍ତି , ଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ ଅଟେ ।ସେହି ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ ।ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ।ଦେବୀଙ୍କର ପୂଜାରେ ନାଲି ରଙ୍ଗର ଫୁଲ ର ବହୁତ ମହତ୍ତ୍ୱ ରହିଥାଏ ଏବଂ ଦେବତାଙକ୍ର ପୂଜାରେ ହଳଦୀ ରଙ୍ଗର ଫୁଲକୁ ବହୁତ ଶୁଭ ମାନିଥାଆନ୍ତି ।ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲ ମଣିଷ କୁ ଧନା କରିଥାଏ ।
ଦେବା ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । 9 ଟି କିମ୍ବା 11 ଟି କିମ୍ବା 21 ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ ।ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯିବ ।ଆପଣ ଦେବୀ ମାତାଙ୍କ ପାଖରେ 56 ପ୍ରକାରର ଭୋଗ ଲଗାନ୍ତୁ ।କିନ୍ତୁ ମାତା ତାହା ଗ୍ରହଣ ନ କରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାଆନ୍ତି ଏବଂ ଆମର ସମସ୍ତ ପ୍ରକାରର ମନସ୍କାମନା ପୂରଣ କରିଥାଆନ୍ତି ।
ମାଆ ଦୁର୍ଗା ଓ ମାଆ ଲକ୍ଷ୍ମୀ ଏହି ଦୁହିଁଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ।ଏହା ସହିତ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ।କାହିଁକି ନା ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି ।
ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବ ଦୁର୍ଗାଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲ ର ମାଳା କୁ ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷ ର ପ୍ରାପ୍ତି ହୋଇଥାଏ ।ଏଥିରେ ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ ।ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଯେଉଁମାନେ ନବଦୁର୍ଗା ଏବଂ ସୂର୍ଯ୍ୟ ନାରାୟଣଙ୍କର ଉପାସନା କରୁ ଥାଆନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ ।ଏହା ମାନ୍ୟତା ଅଛିି କି ଏହି ମନ୍ଦାର ଫୁଲ ରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ପ୍ରତିଦିନ ଯଦି ନବଦୁର୍ଗାଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁ ମାନଙ୍କୁ ଦେବୀ ଦମନ କରିଥାଆନ୍ତି ।ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟ ନାରାୟଣ କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ।
ଏବଂ ସମସ୍ତ ରୋଗ ନାଶ ହୋଇଥାଏ ।ଘରେ ଥିବା ଫୁଲ ତୋଡାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ପ୍ରାପ୍ତି ହୋଇଥାଏ ।ପରିବାରରେ ଏକତା ଦେଖା ଦେଇଥାଏ ।
ପରିବାରର ସମସ୍ତ ସଦସ୍ୟ ମାନେ ମିଳିମିଶି ଚଳିବାକୁ ପସନ୍ଦ କରିଥାନ୍ତି । ଯଦି ଘରେ ସ୍ୱାମୀ ସ୍ତ୍ରୀ ର ଝଗଡା ଲାଗି ଥାଆନ୍ତି ସର୍ବଦା ଦୁଃଖ ଓ ନୈରାଶ୍ୟରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ 11 ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ତେବେ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଥାଏ ।