ଦେଖନ୍ତୁ shocking ଭିଡିଓ.. ଶାଢ଼ୀ ଭିତରେ ୭ ଲକ୍ଷର ହାର | cctv ରେ ରେକର୍ଡ ହୋଇଗଲା ମହିଳା ଙ୍କ କାରନାମା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

ବର୍ତ୍ତମାନ ର ସମାଜରେ ଲୁଟେରାଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଦି ପାଇବାରେ ଲାଗିଲାଣି ଏବଂ ସେମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ମଧ୍ୟ ବହୁତ କଷ୍ଟକର ହେଲାଣି । ପୋଲିସ ଆଖିରେ ଧୂଳିଦେଇ ଚୋରମାନେ ଖସି ଯାଉଛନ୍ତି ଏବଂ ନିଜର ଗୁଣ୍ଡାଗର୍ଦ୍ଦି ଓ ଡକାୟତି ଚଲାଇଛନ୍ତି । ଟେକ୍ନଲୋଜି ଯେତେ ଅଗ୍ରଗତି କଲେ ମଧ୍ୟ ଡକାୟତି ସେତେ ମାତ୍ରାରେ ବଢିବାରେ ଲାଗିଛି । କିନ୍ତୁ ପୂର୍ବରୁ ଲୋକମାନଙ୍କ ବହୁତ ଖୁସୀରେ ଜୀବନ ଅତିବାହିତ କରୁଥିଲେ ଏବଂ କୌଣସି ପ୍ରକାର ଡକାୟତି ବା ଗୁଣ୍ଡାଗିରୀ ନଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ଏହିପରି ଘଟଣା ପ୍ରତିଦିନ ଘଟୁଥିବାର ଆପଣମାନେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଦେଖିପାରୁଥିବେ । ଆଉ ଏବେ ମଧ୍ୟ ସେହିପରି ଗୋଟିଏ ଘଟଣାର ସିସିଟିଭି ଫୁଟେଜ୍ ବେଶ୍ ଭାଇରାଲ ହେଉଛି,

ଓଡିଆ ରେ ଗୋଟିଏ ଢଗ ଅଛି ବିଲେଇ ଆଜି ବୁଜି ବୁଜି କ୍ଷୀର ପିଉଛି । ସେ ଭାବେ ତାକୁ କେହି ଦେଖି ପାରୁ ନାହାଁନ୍ତି । ଠିକ୍ ସେମିତି ଏ ଦୃଶ୍ୟ ଯାହା ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଗହଣା ଦୋକାନ ରୁ ହେଉଛି ଲାଇଭ୍ ଲୁଟ୍ ଆଉ ଏହି ଲୁଟି କରୁଛନ୍ତି ଜଣେ ମହିଳା । କିନ୍ତୁ ଉପରେ ରହି ସିସିଟିଭି ଯେ ତାଙ୍କର ସବୁ କଳାକାରନାମା ରେକ୍ରଡ କରୁଛି ସେ କଥା ସେ ଜାଣି ନାହାଁନ୍ତି । ବର୍ତ୍ତମାନ ସେହି ପରି ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ତେବେ ଭାଇରାଲ୍ ହେଉଥିବା ସିସି ଟିଭି ଭିଜ୍ୟୁଆଲ ରେ ଦେଖିବା ପାଇଁ ମିଳିଛି କି ଏକ ଗହଣା ଦୋକାନ ରେ କିପରି ସମସ୍ତ ଙ୍କ ସ୍ମାନ ରେ ସୁନା ହାର ତଥା ଗହଣା ଲୁଟ୍ କରା ଯାଏ ତାହା ଦେଖିବାକୁ ମିଳିଛି । ଯାହାକି ଦୋକାନ ରେ ଲାଗି ଥିବା ସିସି ଟିଭି ରେ ସଂମ୍ପୂର୍ଣ୍ଣ ରେକର୍ଡ ହୋଇ ଯାଇ ଥିଲା । ତେବେ ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବା ପାଇଁ ମିଳିଛି ଉତ୍ତର ପ୍ରଦେଶ ରେ ।

ତେବେ ଉତ୍ତର ପ୍ରଦେଶ ର ଗୋରଖପୁର ଅଞ୍ଚଳ ରେ ଗତ ନଭେମ୍ବର 17 ତାରିଖ ରେ ଏଭଳି ଏକ ଘଟଣା ଘଟିଛି । ଚୋରୀ କରି ଥିବା ମହିଳା ଜଣଙ୍କ ଶାଢି ପିନ୍ଧି ଥିବା ବେଳେ ମୁହଁ ରେ ମାସ୍କ ଲଗାଇବା ସହ କଳା ଚଷମା ମଧ୍ୟ ପିନ୍ଧିଛନ୍ତି । ଗୋରଖପୁର ବଲଦ୍ବୀପ ପ୍ଲାଜା ନିକଟ ରେ ବିଜୁଲାଲ ସରାଫା ପ୍ରାଇଭେଟ୍ ଲିମିଟେଡ୍ ଗହଣା ଦୋକାନ କୁ ମହିଳା ଜଣଙ୍କ ଆସି ଥିଲେ ଏହି ସମୟ ରେ ଗହଣା ପରଖିବା ବାହାନା ରେ ମହିଳା ଜଣଙ୍କ ଦୁଇଟି ହାର ନେଇ ଯାଇଥିଲେ । ତେବେ କାଁଉଣ୍ଟର ରେ ଗୋଟିଏ ସୁନା ହାର ଫେରାଇ ଦେଉ ଥିବା ବେଲେ ଆଉ ଗୋଟିଏ ହାର କୁ ସେ ଶାଢି ଭିତରେ ଲୁଚେଇ ଦେଇଥିଲେ ।

ଆଉ ଧୀରେ ଧୀରେ ସମସ୍ତ ଙ୍କ ଆଖି ଆଢୁଆଳ ରେ ସେ ଏହି ହାର ବାକ୍ସଟିକୁ ତାଙ୍କ ବ୍ୟାଗ ଭିତରେ ରଖି ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସୁନା ହାର ଟିର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କ ହେବ । ସିସିଟିଭିରେ ଏ ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିବାରୁ ମହିଳା ଜଣଙ୍କ ପରବର୍ତ୍ତି ସମୟ ରେ ଧରା ପଡିଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।