ଦେଖନ୍ତୁ Shocking ଭିଡ଼ିଓ…ଏତେଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ollywood ଅଭିନେତା ବୁଦ୍ଧାଦିତ୍ୟ ! :

ବୁଦ୍ଧାଦିତ୍ୟ ମହାନ୍ତି ଓଡିଆ ଇଣ୍ଡଷ୍ଟିରେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ । ବୁଦ୍ଧାଦିତ୍ୟ ମହାନ୍ତି ଜଣେ ଭାରତୀୟ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଅଭିନେତା ଅଟନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ, ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ପୁଅ ହେଉଛନ୍ତି ବୁଦ୍ଧାଦିତ୍ୟ ଏବଂ ସେ ହେଉଛନ୍ତି ଲିଯେଣ୍ଡାରି ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ପୁତୁରା ମଧ୍ୟ ।

ମହେଶ୍ୱତା, ବୁଦ୍ଧାଦିତ୍ୟ ଙ୍କୁ ନିଜ ଜୀବନରୁ ବି ଅଧିକ ଭଲ ପାଆନ୍ତି। ଉଭୟ ଙ୍କ ଅଭିନୟ ଅତି ଉଚ୍ଚ କୋଟିର ଅଟେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ସେ ଆଇ ଲଭ ମାଇଁ ଇଣ୍ଡିଆ ଚଳଚ୍ଚିତ୍ର ରୁ ନିଜର ଅଭିନୟ ଆରମ୍ଭ କରିଥିଲେ। କେବଳ ଓଲିଉଡ ନୁହଁ ବରଂ ବଲିଉଡ୍ ରେ ମଧ୍ୟ ନିଜର ଅଭିନୟ ର କମାଲ ଦେଖାଇ ତାଙ୍କ କଳା ର ଛାପ ଛାଡି ଯାଇଛନ୍ତି ଏହି ସୁପରଷ୍ଟାର ଜଣଙ୍କ।

ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବୁଦ୍ଧାଦିତ୍ୟ ହେଉଛନ୍ତି ଏକ ମାତ୍ର ଅଭିନେତା ଯିଏ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି । ହେଲେ ଏବେ ଖବର ଆସୁଛି କୁଆଡେ ବୁଦ୍ଧଦିତ୍ୟ ବିବାହ କରିବାକୁ ଯାଉଛନ୍ତି । ଏନେଇ ବୁଦ୍ଧଦିତ୍ୟ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବୁଦ୍ଧଦିତ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି-‘ପ୍ରଥମ ହେଉଛି ଯାହା ବର୍ଷା ଗୋଟେ ଶୁଭ ଇନ୍ଦ୍ର ଦେବଙ୍କ ଆଶୀର୍ବାଦ । ଆମର ଇଭେଣ୍ଟ ପ୍ରଯୋଜକ ଜ୍ୟୋତି ବାବୁ ବାହାରେ କରୁଛନ୍ତି ହେଲେ ବର୍ଷା ହେଇ ଗଲା ।ଆମେ କହିବାକୁ ଯାଉଛୁ ଯେ ଡେଲିଭରି ବଏସ ରିଲିଜ ହେବାକୁ ଯାଉଛି ଆସନ୍ତା ଏପ୍ରିଲ 7 ତାରିଖରେ । କେବଳ ଓଡିଶାରେ ନୁହେଁ ଦିଲ୍ଲୀ, ପୁନେ ଆଉ ଚେନ୍ନାଇରେ ବି ରିଲିଜ ହେଉଛି । ଆମେ ସିନ୍ ଡିସ୍କସନ କରୁଥିଲୁ ଆମେ 6 7 ଘଣ୍ଟା ସିନ୍ ଡିସ୍କସନ କରିନୁ ଆମେ ସଲମାନ ଐଶ୍ଵର୍ଯ୍ୟ ନା କଣ ।

ଆମେ ଏମିତି ଟିକେ ଡିସ୍କସନ କରୁଥିଲୁ । ଏହି ଫିଲ୍ମର କ୍ଲାଇମାକ୍ସ ବହୁତ ଭଲ ଅଛି ସେଇଟା ଦର୍ଶକ ଦେଖନ୍ତୁ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ହେଇଛି ଆଉ ଏହା କେବଳ ଡେଲିଭରି ବଏସଙ୍କ ଉପରେ ଫିଲ୍ମଟି ହେଇଛି । ଏହି ଫିଲ୍ମଟି ଡେଲିଭରି ବଏସଙ୍କ ପାଇଁ ଫିଲ୍ମର ଟିକେଟ 50 ପ୍ରତିଶତ କମ ରହିବ । ଯେଉଁ ଡେଲିଭରି ବଏସ ମାନେ ଦେଖୁଛନ୍ତି ଆପଣଙ୍କ ଫିଲ୍ମ ଆପଣଙ୍କ ପାଇଁ ହେଇଛି ଆସି ଦେଖନ୍ତୁ’ ।