ଦେଖନ୍ତୁ EXCLUSIVE :ଭିଡିଓ ଭୂମି କହୁଛନ୍ତି ଅମ୍ଲାନକୁ..ନିଜକୁ ସମ୍ଭାଳ , ଧୈର୍ଯ୍ୟ ଧର..ଝିଅ ମୁଁହକୁ ଚାଁହ ଆମ ପାଇଁ ବଞ୍ଚିବା ଶିଖ…..

କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ ସେହିପରି ସମୟ ଆଗରେ ହାର ମାନିଛନ୍ତି ଅଭିନେତା ଅମ୍ଳାନ ଦାସ , ଆଉ ପ୍ରଥମେ ମା , ବାପା ଏବଂ ବର୍ତ୍ତମାନ ନିଜ ସାନ ଭାଇ କୁ ସବୁ ଦିନ ପାଇଁ ହରେଇ ଦେଇଛନ୍ତି ସେ। ଏପରି ମଧ୍ୟ ଆମେ କହି ପାରିବା କି ଏହି ପୁରା ଦୁନିଆଁ ରେ ନିଜର ପରିବାର କୁ ହରେଇ ବର୍ତ୍ତମାନ ନିଶ୍ୱହାଇ ହୋଇ ଯାଇଛନ୍ତି ଅମ୍ଳାନ ଦାସ।

ଭଗବାନ ତାଙ୍କ ର ଜୀବନ ରେ ଏତେ ଦୁଖଃ ଭରି ଦେଇଛନ୍ତି ଯେ , ଛୋଟ ବେଳୁ ସେ ତାଙ୍କର ମା ଙ୍କୁ ହରେଇ ଥିଲେ ।ଆଉ ଆଜି କୁ ଏକ ବର୍ଷ ପୂର୍ବରୁ ନିଜ ବାପା ମିହିର ଦାସ ଙ୍କୁ ଆଉ ଆଜି ସେ ନିଜ ସାନ ଭାଇ ଅକ୍ଳାନ୍ତ ଙ୍କୁ ବି ହରେଇ ସାରିଛନ୍ତି। ପ୍ରଥମେ ମା ପରେ ବାପା ଏବଂ ବର୍ତ୍ତମାନ ସାନ ଭାଇ ମୁଁହ ରେ ମୁଖାଗ୍ନି ଦେଇଛନ୍ତି ଅଭିନେତା ଅମ୍ଳାନ ଦାସ। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ସମସ୍ତେ ଗୋଟିଏ ପ୍ରାର୍ଥନା କରିଛନ୍ତି କି , ଆଗାମୀ ଜୀବନ ପଥରେ ଚାଲିବା ପାଇଁ ଭଗବାନ ତାଙ୍କୁ ଓ ସ୍ତ୍ରୀ କୁ ସାହସ ଦିଅନ୍ତୁ ବୋଲି।


ତେବେ ସୂଚନାଯୋଗ୍ୟ ଯେ , ବାପା ଙ୍କ ର ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପର ଠାରୁ ସାନ ପୁଅ ଅକ୍ଳାନ୍ତ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ସେ ଲିଭର ରୋଗ ରେ ପୀଡିତ ଥିଲେ ବୋଲି ଡାକ୍ତର କହିଥିଲେ। ତେବେ ସେବେ ଠାରୁ ସେ ଭୁବନେଶ୍ୱର ର ଏମ୍ସ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗଲି ୨୪ ତାରିଖ ପ୍ରାୟ ବିଳମ୍ବିତ ରାତି ୧୨ ଟା ସମୟ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ବେଳକୁ ତାଙ୍କ ର ବୟସ ମାତ୍ର ୨୬ ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ସମୟ ରେ ଅମ୍ଳାନ ବାହାରେ ସିନେମା ସୁଟିଂ ରେ ଥିଲେ ମାତ୍ର ଭାଇ ର ମୃତ୍ୟୁ ଖବର ଶୁଣି ସେ ଆସି ପହଁଚି ଥିଲେ ଭୁବନେଶ୍ୱର ରେ।

ତେବେ ଆଜି ସକାଳେ ଅମ୍ଳାନ ନିଜ ସାନ ଭାଇ ର ମୁଁହ ରେ ମୁଖାଗ୍ନି ଦେଇଛନ୍ତି। ତେବେ ପ୍ରଥମେ ମା , ବାପା ଓ ଏବେ ସାନ ଭାଇ ଙ୍କୁ ହରାଇ ସମ୍ପୂର୍ଣ୍ଣ ରୂପ ରେ ଭାଙ୍ଗି ପଡିଛନ୍ତି ଅଭିନେତା ଅମ୍ଳାନ। କିନ୍ତୁ ଏହା ସତେ ମଧ୍ୟ ସେ କଟକ ର ଚୌଦାର ରେ ନିଜ ସାନ ଭାଇ ର ଶେଷ କୃତ୍ୟ ଶେଷ କରିଛନ୍ତି। ଅମ୍ଳାନକୁ ତାଙ୍କ ସ୍ତ୍ରୀ ଭୂମି କହୁଛନ୍ତି ନିଜକୁ ସମ୍ଭାଳ, ଆଉ ଝିଅ ମୁହଁକୁ ଚାହିଁ ବଞ୍ଚିବା ଶିଖ। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ତେବେ ଆମେ ଆଶା କରୁଛନ୍ତି କି ଭଗବାନ ଅମ୍ଳାନ ଙ୍କୁ ତାଙ୍କ ଜୀବନ ପଥରେ ଏକା ନିଜ ସ୍ତ୍ରୀ ଓ ଛୁଆ ସହ ଚାଲିବାର ସାହସ ଦିଅନ୍ତୁ ବୋଲି।