ବାଃ ବାଃ ଡାକ୍ତର ! ବୁର୍ଲାରେ ଖୋଲିଲା ଡା.ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍; ଗରିବ ରୋଗୀଙ୍କ ପାଇଁ ଅର୍ପୂବ ସୁଯୋଗ , ଏହି ଡାକ୍ତର ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..
ଭିମସାରର ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ବହୁଚର୍ଚ୍ଚିତ ଟଙ୍କିକିଆ କ୍ଲିନିକ୍ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ତେବେ ବର୍ତ୍ତମାନ ସମୟରେ କରୋନା ମହାମାରୀ ମାଡରେ ସାରା ବିଶ୍ବର ଅର୍ଥନୀତି ଧରାଶାୟୀ ହୋଇଥିବା ବେଳେ 130 କୋଟିରୁ ଅଧିକ ବିଶାଳ ଜନ ସଂଖ୍ୟା ବିଶିଷ୍ଠ ଭାରତ ରେ ସ୍ଥିତି ଅତି ସଂଗୀନ ରହିଛି । ଅର୍ଥନୀତିକୁ ଏଭଳି ଦୁଃସ୍ଥିତିକୁ ମୁକୁଳେଇବା ଲାଗି ଯାଦୁକାରୀ ସ୍ପର୍ଶରେ ଆବଶ୍ୟକତା ଥିବା କୁହା ଯାଉଛି । ଆଉ ଏହି ସମୟରେ ଗୋଟିଏ ବହୁତ ବଡ ଖୁସିର ଖବର ଶୁଣିବାକୁ ମିଳିଛି ରାମଚନ୍ଦାନୀଙ୍କ ବହୁଚର୍ଚ୍ଚିତ ଟଙ୍କିକିଆ କ୍ଲିନିକ୍ ନିକଟରୁ ।
ତେବେ ବର୍ତ୍ତମାନ ସମୟରେ ଯୁଗ ବଦଳୁଛି ଆଉ ଯୁଗ ବଦଳିବା ସହିତ ମଣିଷର ବିଚାର ତଥା ଚିନ୍ତାଧାରା ବଦଳୁଛି କିନ୍ତୁ ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି ।
ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ, କିନ୍ତୁ ତାହା ସତୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ଟଙ୍କିକିଆ କ୍ଲିନିକ ର ସଂମ୍ପୂର୍ଣ୍ଣ ଖବର ।
ଏହି 1 ଟଙ୍କିଆ କ୍ଲିନିକ ଖୋଲିବା ପରେ ଡା. ରାମ୍ଚନ୍ଦାନୀ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ବି ଟ୍ରେଣ୍ଡ କରୁଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେବା ପରେ ଗରିବ ରୋଗୀ ଙ୍କ ପାଇଁ କ୍ଲିନିକ୍ ଖୋଲି 1 ଟଙ୍କା ରେ ସେବା ଯୋଗାଇ ଦେବେ ବୋଲି ଡା. ରାମଚନ୍ଦାନୀ ପୂର୍ବରୁ ଘୋଷଣା କରି ଥିଲେ।
ଆଉ ଗତ ମାସ ଅର୍ଥାତ ଜାନୁୟାରୀ ମାସ 23 ତାରିଖ ରେ ସେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେଇ ଥିବା ବେଳେ ଗତ ଶୁକ୍ରବାର ଠୁ ଏହି କ୍ଲିନିକ ରେ ଶୁଭାରମ୍ଭ କରି ଥିଲେ । ତାଙ୍କ ମାତା ଲାଜବନ୍ତୀ ରାମଚନ୍ଦାନୀ କ୍ଲିନିକ ର ଉଦ୍ଘାଟନ କରି ଥିଲେ ଏବଂ ଶଂକର ଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ ମଧ୍ୟ ସେଠାରେ ଦନ୍ତ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।ତେବେ ଏହି କ୍ଲିନିକ୍ ଟି ଆର୍ଥିକ ଦୁର୍ବଳ ଶ୍ରେଣୀ ର ରୋଗୀ ଙ୍କ ପାଇଁ ଉଦ୍ଦିଷ୍ଟ।
ରୋଗୀ ମାନେ ଯେମିତି ଫି’ ଦେଇ ଚିକିତ୍ସା ସେବା ପାଇଛନ୍ତି ବୋଲି ଅନୁଭବ କରିବେ ସେହି ଉଦ୍ଦେଶ୍ୟରେ ସେ ସମସ୍ତଙ୍କ ଠାରୁ ଟଙ୍କାଏ ଲେଖାଏଁ ନେବେ ବୋଲି ଡା. ରାମଚନ୍ଦାନୀ କହିଛନ୍ତି । ତେବେ ବୁର୍ଲା ବଜାରର ଉତ୍କଳ ଫର୍ନିଚର୍ ନିକଟ ରେ ଖୋଲି ଥିବା ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀଙ୍କ ଏହି ଟଙ୍କିକିଆ କ୍ଲିନିକ୍କୁ ବିଭିନ୍ନ ମହଲ ରେ ସ୍ବାଗତ କରା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।