ମାଳିକା ର ବଡ ଭବିଷ୍ୟବାଣୀ ! ବୃହସ୍ପତି ଚଳନ ରେ କେମିତି ରହିବ ଆସନ୍ତା ବର୍ଷ ୨୦୨୧ ନିଦ ହଜାଇ ଦେବ ଦେଖନ୍ତୁ
ବୃହସ୍ପତି ମହାଗ୍ରହ ଯାହାଙ୍କର ସ୍ଥିତିକୁ ନେଇକି ଆମେ ସମଗ୍ର ବିଶ୍ଵ କୁ ଭଲ ଭାବରେ ବର୍ଣ୍ଣନା କରି ପାରିବା।ତେବେ ଆଗକୁ ଆସୁଛି ନବବର୍ଷ। ସମସ୍ତେ ନିଜର ଆଗାମୀ ବର୍ଷ କିପରି ହେବ ତାହା ଜାଣିବାକୁ ନିଶ୍ଚିତ ଇଚ୍ଛୁକ ଥିବେ।ଏହା ସତ ଯେ ରାଶି ଏବଂ ଗ୍ରହ ଉପଗ୍ରହ ମାନଙ୍କର ଅବସ୍ଥିତି ବଦଳିବ ଏବଂ ଅନେକ ଙ୍କ ଭାଗ୍ୟ ଉଦୟ ହେବାକୁ ଥିବା ବେଳେ ଅନେକଙ୍କ ରାଶିରେ ଶନି ଙ୍କ ପ୍ରବେଶ ହେତୁ କିଛିଟା ମନ୍ଦ ଘଟଣା ମଧ୍ୟ ଘଟିପାରେ।
ତେବେ ମୋଟାମୋଟି ଭାବରେ କହିବାକୁ ଗଲେ 2021 ଟି ସମସ୍ତଙ୍କ ପାଇଁ କିଭଳି ରହିବ ଏବଂ ଏହାର ପ୍ରଭାବରେ କେଉଁ ଭଳି ବାତାବରଣ ସୃଷ୍ଟି ହେବ ତାହା ଆଜି ଆମେ ଏହି ଲେଖାରେ ବର୍ଣ୍ଣନା କରିବା ଯାହା ମାଳିକା ରେ ପ୍ରଦତ୍ତ ରହିଛି।
ତେବେ ଏହି ମାସ 20 ତାରିଖ ଦିନ ବୃହସ୍ପତି ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରୁଛନ୍ତି। ଯଦି ମକର ରାଶିରେ ବୃହସ୍ପତି ଏବଂ ଶନି ଏକାଠି ହୋଇ ରୁହନ୍ତି ତେବେ ଦେଶରେ ଫସଲ ଅମଳ କମ୍ ହେବା ସହିତ ଅନେକ କ୍ଷତି ସହିବାକୁ ପଡ଼ିବ ଏବଂ ଦରଦାମ୍ ରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେବ।
ଖାଦ୍ୟ ଦ୍ରବ୍ୟର ସଙ୍କଟ ନିଶ୍ଚିତ ଦେଖାଦେବ। ସମସ୍ତେ ଖାଦ୍ୟ ଦ୍ରବ୍ୟ ର ଉପଯୁକ୍ତ ମାତ୍ରା ପାଇ ପାରିବେ ନାହିଁ ଏବଂ ପୂର୍ବ ଭଳି ଏହାର ଉପଯୁକ୍ତ ସୁଲଭତା ଦେଖିବାକୁ ମିଳିବ ନାହିଁ। ଯାହାକୁ ପଞ୍ଚସଖା ଯୁଗର ମହାପୁରୁଷ ଅଚ୍ୟୁତାନନ୍ଦ ବର୍ଣ୍ଣନା କରି ଯାଇଛନ୍ତି ଏବଂ ତାହା ଘଟିବାକୁ ଯାଉଛି ମଧ୍ୟ।
2021 ସାଧାରଣ ଭାବରେ ଲୋକଙ୍କ ଜୀବନ ଜୀବିକା ସହିତ ଆହାର ଯୋଗାଣ ପାଇଁ ସେତିକି ମାତ୍ରା ରେ ଉପଯୁକ୍ତ ବାତାବରଣ ପ୍ରଦାନ କରିବ ନାହିଁ।ଯେତିକି ଦରଦାମ୍ ବୃଦ୍ଧି ଘଟିଛି ତା ଠାରୁ ଅଧିକ ଦରଦାମ୍ ରେ ବୃଦ୍ଧି ଘଟିବ ଏବଂ ଫସଲ ହାନି ଘଟିବ। ବୃହସ୍ପତି ଙ୍କ ସହ ଶନି ଏକାଠି ହେଲେ ଏହା ଶୁଭ ଫଳ ପ୍ରାପ୍ତି ହୋଇ ନଥାଏ।
ଅନେକ ଅସୁବିଧା ଦେଇ ଗତି କରିବାକୁ ପଡ଼ିଥାଏ।ତେବେ ଏଭଳି ହେବା ଦ୍ଵାରା ବର୍ତ୍ତମାନ ସମୟରେ ସାରା ବିଶ୍ଵର ପରିସ୍ଥିତି ଏପରି ଘଟିବ ଯେ କାହାର ପ୍ରାଣରେ ସୁଖଶାନ୍ତି ରହିବ ନାହିଁ। ସମସ୍ତେ ଅଶାନ୍ତି ଏବଂ ଦୁର୍ବଳ ମାନସିକତା ଦେଇ ଗତି କରିବେ। ତେବେ ପରସ୍ପର ନିଜ ଲୋକ ମାନେ ମଧ୍ୟ ନିଜ ଲୋକଙ୍କୁ ସନ୍ଦେହ କରିବାକୁ ଲାଗିବେ।
କାହା ଉପରେ ବିଶ୍ୱାସ ରହିବ ନାହିଁ।ସମସ୍ତେ ସମସ୍ତଙ୍କୁ ସନ୍ଦେହ କରିବେ। ସମ୍ପର୍କରେ ମଧୁରତା ର ଅଭାବ ଦେଖିବାକୁ ମିଳିବ। 2021 ରେ ବହୁତ୍ ବେକାରୀ ସମସ୍ୟା ବୃଦ୍ଧି ହୋଇଯିବ।ଏହା ସହିତ ଦେଶ ଦେଶ ଭିତରେ ଆଦୌ ସୁସମ୍ପର୍କ ରହିବ ନାହିଁ। ତିକ୍ତତା ଦେଖାଦେବା ସହିତ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଯୁବକ ମାନେ ନିଶାସକ୍ତ ହୋଇଯିବେ। କିନ୍ତୁ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିବ ଏବଂ ଉଚ୍ଚ ପଦସ୍ଥ ନେତାମାନେ ଅଧିକ ବଳଶାଳୀ ଓ ପ୍ରତିଭାଶାଳୀ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।