ବୃଦ୍ଧ ମହିଳାଙ୍କୁ ଠେଲା ଗାଡ଼ିରେ ବୋହି ଏବେ ଚର୍ଚ୍ଚାରେ ଏହି ଦୁଇ ଯାଆଁଳା ଭାଈ।ଯିଏ ଦେଖୁଛି ସିଏ କହୁଛି ବାଃ.. ବାଃ..ବାଃ..

ଆମେ ସବୁ ବେଳେ ଆମ ଆଖ ପାଖରେ ଘଟୁ ଥିବା ଅନେକ ଘଟଣା ରୁ ଅନେକ ପ୍ରକାର ର ଶିକ୍ଷା ଗ୍ରହଣ କରି ଥାଉ ।ଏମିତିକି ଛୋଟ ପିଲାଙ୍କ ପାଖରୁ ମଧ୍ୟ ଆମକୁ ଅନେକ କଥା ଶିଖିବା ପାଇଁ ମିଳି ଥାଏ।ବେଳେ ବେଳେ ଛୋଟ ପିଲାମାନେ ତାଙ୍କ ନିରୀହ ଓ ନିଷ୍ପାପ ମନରେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖି ବଡ଼ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

ବେଳେ ବେଳେ ଏମିତି କିଛି ଘଟଣା ଘଟି ଥାଏ କିମ୍ବା କିଛି ପିଲା ଏମିତି କିଛି କାର୍ଯ୍ୟ କରି ଥାନ୍ତି ଯାହା ଆମ କୁ ଏକ ଚିରଦିନ ପାଇଁ ଶିକ୍ଷା ଦେଇ ଯାଇ ଥାଏ। ସେମିତି କିଛି ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଯେଉଁ ଘଟଣା ବିଷୟ ରେ ଆମେ ବର୍ତ୍ତମାନ ଆଲୋଚନା କରିବା ପାଇଁ ଯାଉଛୁ ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ।ଏହି ଭିଡିଓ ଟି ରେ ଦୁଇଟି ଛୋଟ ପିଲାଙ୍କ ର ମହାନତା ଓ ସାହାସିକତା କାର୍ଯ୍ୟ ସ୍ପଷ୍ଟ ଭାବେ ଦେଖା ଯାଇଛି।ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।ଭିଡିଓ ଟି କୁ ଲୋକ ମାନେ ଖୁବ୍ ମାତ୍ରା ରେ ପସନ୍ଦ କରୁ ଅଛନ୍ତି ଓ ଏହି ଭିଡିଓ ଟି ବର୍ତ୍ତମାନ ପ୍ରବଳ ମାତ୍ରା ରେ ସେୟାର ହେବା ରେ ଲାଗିଛି ।

କାରଣ ଭିଡିଓ ଟିକୁ ଦେଖିବା ପରେ ସମସ୍ତେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଭିଡିଓ ରେ।ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି ଦୁଇ ଜଣ ୯ ବର୍ଷର ଯାଆଁଳା ଭାଈ ଜଣେ ବୃଦ୍ଧ କୁ ଠେଲା ଗାଡ଼ିରେ ନେଉ ଥିବାର ଦେଖିବାକୁ ମିଳୁଛି।

ତେବେ ଜଣଙ୍କ ନାମ ନିତିନ ହୋଇ ଥିବା ବେଳେ ଅନ୍ୟ ଜଣଙ୍କ ନାମ ନୀତିଶ ବୋଲି ଜଣା ପଡ଼ିଛି।ତେବେ ମିଳି ଥିବା ସୂଚନା ଅନୁଯାୟୀ ତାମିଲନାଡୁ ର କୋଥାମଙ୍ଗାଲାନ ଗ୍ରାମରେ ଶୁଭାଲକ୍ଷ୍ମୀ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧା ମହିଳା ସରକାରୀ ରାସନ ଦୋକାନ କୁ ୨୫୦୦ ଟଙ୍କା ଓ ଅନ୍ୟାନ୍ୟ ପୋଙ୍ଗଲ ଉପହାର ଆଣିବାକୁ ଯାଇ ଥିଲେ।ମାତ୍ର ଶୁଭାଲକ୍ଷ୍ମୀ ଠିକ ଭାବେ ଚାଲି ପାରୁ ନଥିଲେ।ବହୁତ କଷ୍ଟ ଅନୁଭବ କରୁ ଥିଲେ।

ସେହି ବୃଦ୍ଧା ଙ୍କ ସହିତ ତାଙ୍କର ଝିଅ ମଧ୍ୟ ଥିଲେ।ମାତ୍ର ସେ ମାନସିକ ବିକଳାଙ୍ଗ ଥିଲେ।ଏହା ଦେଖି ନିତିନ ଓ ନୀତିଶ ବୃଦ୍ଧା ଙ୍କୁ ସାହାଯ୍ୟ କରିବାକୁ ଭାବିଲେ ଓ ସଙ୍ଗେ ସଙ୍ଗେ ଘରକୁ ଯାଇ ଠେଲା ଗାଡ଼ି ନେଇ ଆସି ଥିଲେ।ବୃଦ୍ଧା ଙ୍କୁ ଠେଲା ଗାଡ଼ିରେ ଶୁଆଇ ଦେଲେ ଏବଂ ଦୁଇ ଯାଆଁଳା ଭାଈ ମିଶି ବୃଦ୍ଧାଙ୍କୁ ରାସନ ଦୋକାନ କୁ ନେଇ ଯାଇ ଥିଲେ।ସେଠାରୁ ରାସନ ଆଣି ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ଥିଲେ।ତେବେ ଏହି ଦୁଇ ଭାଇଙ୍କ ଏପରି କାର୍ଯ୍ୟ କୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।