Breking News – ହେ ଭଗବାନ ! ହ୍ୟାକ ହୋଇଗଲା କମେଡିଆନ ଯୋଜୋ ଙ୍କ ମୁହଁ ର ହସ । ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……

ଘରେ ଘରେ ପରିଚିତ ହାସ୍ୟ ଅଭିନେତା ଯୋଜୋ । ଏବେ କିନ୍ତୁ ଏମିତି ଘଟଣା ଘଟିଚି ଯେଉଁଥି ପାଇଁ ତାଙ୍କ ମୁଁହ ରୁ ହସ ଲିଭି ଯାଇଛି । ତେବେ କଣ ହୋଇଛି ତାଙ୍କର ସେ ନିଜେ କହିଛନ୍ତି ଆସନ୍ତୁ ଜାଣିବା କଣ ହୋଇଛି ତାଙ୍କର କଣ ପାଇଁ ସେ ଆଉ ହସୁ ନାହାଁନ୍ତି। ଲୋକ ଙ୍କୁ ହସାଇବା ପାଇଁ ଯୋଜ ଯେଉଁ ମାଧ୍ୟମ ବ୍ୟବହାର କରୁଥିଲେ ତାଙ୍କର ସେହି ମାଧ୍ୟମ କୁ କିଏ ଛଡ଼ାଇ ନେଇଛି ।

ଯାହାକି ତାଙ୍କର ୟୁଟିୟୁବ୍ ଚ୍ୟାନେଲ । ଯେଉଁ ଚ୍ୟାନେଲ ରେ ତାଙ୍କର ୱାନ ମିଲିୟନ ରୁ ଅଧିକ ସବସ୍କ୍ରାଇବାର ଥିଲେ । ୨୦ ତାରିଖ ରାତି ୧୨-୧ ଟା ଭିତରେ ତାଙ୍କର ୟୁଟିୟୁବ ଚ୍ୟାନେଲ କିଏ ହ୍ୟକ୍ କରି ତାଙ୍କର ସବୁ ଭିଡିଓ ପ୍ରାଇଭେଟ୍ କରି ଦେଇଚି ଓ ତାଙ୍କ ୟୁଟିୟୁବ ଚ୍ୟାନେଲ ବ୍ଲକ୍ କରି ଦେଇଛି । ତେବେ ସେ ଏହା ଦେଖି ପାଗଳ ପରି ହୋଇ ଯାଇଛନ୍ତି କାରଣ ସେ ନିଜର କମେଡି କୁ ଖୁବ ଭଲ ପାଉଥିଲେ ।

ତାଙ୍କର ୟୁଟିୟୁବ ଚ୍ୟାନେଲ ର ନାମ ଥିଲା Jojo J5 ପ୍ରଡକ୍ସନ । ଯେଉଁ ଚ୍ୟାନେଲ ତାଙ୍କର ୱାନ୍ ମିଲିୟନ ଉପରେ ସବସ୍କ୍ରାଇବର୍ ଥିଲେ ଆଉ ସେ ଏହି ସ୍ତର ରେ ପହଞ୍ଚିବା ପାଇଁ ପ୍ରାୟ 6 ବର୍ଷ ରୁ ଅଧିକ ପରିଶ୍ରମ କରିଛନ୍ତି । ଆଜି ସେ ଘରେ ଘରେ ପରିଚିତ କେବଳ ନିଜର କମେଡି ଭିଡିଓ ପାଇଁ ଯେଉଁଥି ପାଇଁ ସେ ୟୁଟିୟୁବ ପ୍ଲାଟଫର୍ମ ଜରିଆରେ ଲୋକ ମାନଙ୍କ ସାମ୍ନାରେ ପରିଚିତ ହୋଇଥିଲେ । ସେହି ଚ୍ୟାନେଲ ରେ ତାଙ୍କର 300 ରୁ ଅଧିକ ଭିଡିଓ ଥିଲା ।

ତେବେ ଜୋଜୋ ଙ୍କୁ ଏହି ବିଷୟ ରେ ରାତି ପ୍ରାୟ 3 ଟା ବେଳେ ଜଣା ପଡ଼ିଲା ।ଯେଉଁ ଦିନ ତାଙ୍କ ସହିତ ଏପରି ଘଟିଲା ତା ପରଦିନ ତାଙ୍କର ଏକ ସୁଟିଂ ଥିଲା ଯେଉଁଥି ପାଇ ସ୍କ୍ରିପ୍ଟ ଲେଖିଥିଲେ । ଲେଖି ସାରିବା ପରେ ୟୁଟିୟୁବ ଖୋଲିବା କୁ ଯେତେବେଳେ ଫୋନ୍ ଅନ୍ କଲେ ତାଙ୍କର ଗୁଗଲ ଆକାଉଣ୍ଟ୍ ର ପାସୱର୍ଡ କିଏ ଚେଞ୍ଜ କରି ସାରିଥିଲା ।

ତାଙ୍କର ୟୁଟିୟୁବ ଆକାଉଣ୍ଟ୍ ବ୍ଲକ୍ କରି ସାରିଥିଲା । ଏହା ଦେଖି ତାଙ୍କୁ ଲାଗିଥିଲା ଯେମିତି 6 ବର୍ଷ ର ପରିଶ୍ରମ ତାଙ୍କର ଗୋଟିଏ ମୁହୂର୍ତ୍ତ ରେ ଭାଙ୍ଗି ଚୁରୁମର ହୋଇ ଯାଇଥିଲା । ତେବେ ଗୋଟିଏ ଗରିବ ଘରର ପିଲା ହୋଇ ସେ ନିଜ ପରିଶ୍ରମ ବଳରେ ଏତେ କିଛି କରି ପାରିଥିଲେ ଯାହା ତାଙ୍କ ଠାରୁ ଆଜି କିଏ ଛଡ଼ାଇ ନେଇଛି।

2015 ରେ ସେ ୟୁଟିୟୁବ ଚ୍ୟାନେଲ ରେ ଭିଡିଓ କରିବା ଆରମ୍ଭ କରିଥିଲେ ଏହା ପରେ ସେ ଧୀରେ ଧୀରେ ନିଜ ଚେଷ୍ଟା ବଳରେ ଘରେ ଘରେ ପରିଚିତ ହୋଇଥିଲେ । ଏହା ସହିତ ଏହି କମେଡି ଭିଡିଓ କରିବାକୁ ସେ ନିକଟ ବୃତ୍ତି ଭାବେ ଗ୍ରହଣ କରିଥିଲେ ଓ ତାଙ୍କର ଏହି ଭିଡିଓ ଜରିଆ ରେ ସେ ନିଜ ପରିବାର ର ଭରଣ ପୋଷଣ କରୁଥିଲେ । ଏବେ ଯଦି ସେ ସବୁକିଛି ପୁଣି ଥରେ ଆରମ୍ଭ କରିବେ ତେବେ କଣ ରହିବ ଲୋକ ମାନଙ୍କ ପତିକ୍ରୀୟା ସେ ଏହି ବିଷୟ ରେ ଜାଣି ନାହାନ୍ତି । ଏନେଇ ସେ କମ୍ପ୍ଲେନ୍ ମଧ୍ୟ କରିଛନ୍ତି ୟୁଟିୟୁବ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।