Breking News – ହେ ପ୍ରଭୁ ! ପୂର୍ବତନ କ୍ରିକେଟର ତଥା BCCI ସଭାପତି ସୌରଭ ଗାଙ୍ଗୁଲି ହଠାତ ହେଲା ହୃଦଘାତ, ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି…

ପୁଣି କ୍ରୀଡା ଜଗତରୁ ଆସିଲା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।ଏହି ନିକଟରେ ବିସିସିଆଇ ର ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ଯାହାର ସୂଚନା ମିଳିବା ପରେ ସମସ୍ତ କ୍ରିକେଟ୍ ପ୍ରେମୀ ବିଚଳିତ ହୋଇ ପଡିଛନ୍ତି। ତେବେ ଯାହା ସୂଚନା ରହିଛି,ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରା ଯାଇଛି।

ତାଙ୍କୁ ବିଳମ୍ବ ନକରି ଚିକିତ୍ସା ପାଇଁ ଗାଙ୍ଗୁଲିଙ୍କୁ କଲିକତାର ଉଡଲ୍ଯାଣ୍ଡ ହସପିଟାଲରେ ଭର୍ତ୍ତି କରା ଯାଇଛି ବୋଲି ଯାହା ସୂଚନା ରହିଛି। ତେବେ ଡାକ୍ତରଖାନା ରେ ଭର୍ତ୍ତୀ ହେବା ପରେ ଏହି ମହାନ୍ ଖେଳାଳୀ ଙ୍କ ଆଞ୍ଜିଓପ୍ଲାଷ୍ଟି ହେବ ବୋଲି ଯାହା ସୂଚନା ହସ୍ତଗତ ହୋଇଛି।

ନିଶ୍ଚିତ ଭାବରେ ତାଙ୍କର ଅସୁସ୍ଥତା ଏବଂ ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ରେ ଏଭଳି ଅସୁସ୍ଥତା ପରିଲକ୍ଷିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ତେବେ ସୂଚନା ମୁତାବକ, ସୈାରଭ ଗାଙ୍ଗୁଲି ତାଙ୍କ ଘରେ ଜିମରେ ୱାର୍କ ଆଉଟ୍ କରିବା ସମୟରେ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।ଏହାପରେ ତାଙ୍କୁ ଡାକ୍ତରଖାନା କୁ ନିଆ ଯାଇଥିଲା।

ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ କାର୍ଡିଓ ଆରେଷ୍ଟ ଆଟାକ ହୋଇଛି। ଯେଉଁ କାରଣରୁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିବ।ଆଉ ଏଥିପାଇଁ ବିଶେଷ ଚିନ୍ତା କରିବାର କୌଣସି ଆବଶ୍ଯକତା ନାହିଁ ବୋଲି ଡାକ୍ତର କହିଛନ୍ତି ଏବଂ ଏ ସମ୍ପର୍କରେ ସ୍ପଷ୍ଟ ମଧ୍ୟ କରିଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଯାହା ଜଣା ପଡିଛି।

ତେବେ ଏହି ମହାନ୍ ଖେଳାଳୀ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଙ୍ଗୁଲି ଙ୍କ ସୁସ୍ଥ ଜୀବନ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।ସୌରଭଙ୍କ ସୁସ୍ବାସ୍ଥ୍ୟ କାମନା କରି ସେ ଟୁଇଟ୍‌ କରିଛନ୍ତି।

ତେବେ ଆପଣଙ୍କୁ ପୁଣି ଥରେ କହି ରଖୁଛୁ ଯେ ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ଦାଦା କୁହା ଯାଉଥିବା ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ଅର୍ଥାତ୍ ଆଜି ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିବା ସହିତ ତାଙ୍କର ହାତ, ଛାତି ଏବଂ ପିଠିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା।

ଏହାଛଡା ତାଙ୍କୁ ଆଖି ଆଗରେ ଅନ୍ଧାର ଭଳି ଦେଖା ଦେଇଥିଲା। ତେଣୁ ତାଙ୍କୁ ଯଥା ଶୀଘ୍ର କୋଲକାତା ର ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲକୁ ନିଆ ଯାଇଥିଲା। ଏହାପରେ ତାଙ୍କର କେତେକ ପରୀକ୍ଷା କରା ଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆ ଯାଇଛି। ସମସ୍ତ କ୍ରିକେଟ୍ ପ୍ରେମୀ ଏବଂ ପ୍ରଶଂସକ ମାନେ ତାଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।