Breaking News ଏବେ ଏବେ ବଲିଉଡ ଜଗତରୁ ଆସିଲା ବଡ ଦୁଖଦ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହଠାତ ହେଲା ପରଲୋକ, ପତ୍ନୀଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲେ ଚର୍ଚ୍ଚିତ ଅଭିନେତା

ଆଜି ପୁଣି ଥରେ କଳାକାର ଜଗତ ପାଇଁ ଏକ ବହୁତ ଦୁଃଖଦ ଖବର କାରଣ ପୁଣି ଜଣେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ତେବେ ଏହା ଶୁଣି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇଯାଉଥିବେ ମାତ୍ର କଥାଟି ସତ୍ୟ ଅଟେ । ଆପଣ ମାନେ ତ ଜାଣିଛନ୍ତି କି 2020 ରେ କରୋନା ମହାମାରୀ ପାଇଁ ତ ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି ଏହି 2020 ଟି ସମସ୍ତ କଲାକାର ଜଗତ ପାଇଁ ଅଶୁଭ ମନେ କରାଯାଉଥିଲା । କାହିଁକିନା ବର୍ଷ 2020ରେ ଅନେକ ନାମୀଦାମୀ କଳାକାର ମାନେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ବହୁତ ବଡ ବଡ କଳାକାରଙ୍କର ଏପରି ଗୋଟିଏ ପରେ ଗୋଟିଏ ମୃତ୍ୟୁ ଦେଖି ଫିଲ୍ମ ଜଗତ ବହୁତ ଶୋକ ପ୍ରକାଶ କରିଛି ।

ପୁଣି ଥରେ କଲା ଜଗତ ପାଇଁ ଅନ୍ୟ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି କାରଣ ଅନ୍ୟ ଜଣେ କଲାକାରଙ୍କର ମୃତ୍ୟୁ ହୋଇଛି , ତେବେ ସେ ହେଉଛନ୍ତି ବେଙ୍ଗଲି ସିନେମା ଜଗତର ଦକ୍ଷ ଅଭିନେତା ଇନ୍ଦ୍ରଜିତ ଦେବ୍ ।

ଇନ୍ଦ୍ରଜିତ୍‌ ତାଙ୍କର ଦକ୍ଷ ଏବଂ ଚମତ୍କାର ଅଭିନୟ ପାଇଁ ସାରା ରାଜ୍ୟରେ ପରିଚିତ ଥିଲେ । ପ୍ରଥମେ ସେ ଥିଏଟର୍‌ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏହାପରେ “ତେରୋ ପାର୍ବନ” ଟିଭି ଶୋରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ନିଜକୁ ଜଣେ ଦକ୍ଷ କଳାକାର ଭାବେ ପରିଚୟ ସୃଷ୍ଟି କରିପାରିଥିଲେ ଯେତେବେଲେ ସେ ଡିଡି ବଙ୍ଗଲାରେ ଟିଭି ସୋରେ ଅଭିନୟ କରିଥିଲେ ।

ସୂଚନା ଅନୁସାରେ ଇନ୍ଦ୍ରଜିତ କିଡନୀ ରୋଗରେ ପୀଡିତ ଥିଲେ ଏହି ସମୟରେ ସେ ତାଙ୍କର ପତ୍ନୀଙ୍କୁ ବହୁତ ମନେ ପକାଉଥିଲେ କାରଣ ତାଙ୍କର ପତ୍ନୀ କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିଲେ । ପତ୍ନୀଙ୍କର ମୃତ୍ୟୁ ପରେ ଇନ୍ଦ୍ରଜିତ ନିଜ ଭାଇ ପାଖରେ ରହୁଥିଲେ । ମାତ୍ର ଅସୁ୍ସ୍ଥ ଥିବା ସମୟରେ ଚିକିତ୍ସିତ ହେଉଥିଲେ ମଧ୍ୟ ଗତ କାଲି ସକାଳେ ତାଙ୍କର ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ଅର୍ଥାତ ତାଙ୍କୁ ହୃଦଘାତ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 73 ବର୍ଷ ହୋଇଥିଲା ।

ଇନ୍ଦ୍ରଜିତଙ୍କର ମୃତ୍ୟୁ ପରେ ବେଙ୍ଗଲି ଅଭିନେତାମାନେ ଶୋକ ପ୍ରକାଶ କରିଛନ୍ତି ଏହା ସହିତ ବେଙ୍ଗଲି ସିନେମା ଇଣ୍ଡଷ୍ଟ୍ରି ଜଣେ ବଡ଼ କଳାକାରଙ୍କୁ ହରାଇଛି ବୋଲି ମଧ୍ୟ କହିଛନ୍ତି । ଅଭିନେତା ସୁଦିପ୍ତ ଚକ୍ରବର୍ତ୍ତୀ ତାଙ୍କ ସହ ବିତେଇଥିବା ସମୟ ଏବଂ ସ୍ମୃତିକୁ ମନେପକାଇ ଟ୍ୱିଟ୍‌ ଯୋଗେ ଦୁଃଖ ପ୍ରକାଶ କରଛନ୍ତି । ଇନ୍ଦ୍ରଜିତଙ୍କର ମୃତ୍ୟୁ ପାଇଁ ଏବେ ସମସ୍ତେ ବହୁତ ଚିନ୍ତାରେ ପଡିଯାଇଛନ୍ତି କାରଣ ଏତେ ବଡ ଦକ୍ଷ କଳାକାରଙ୍କୁ ଆଉ ସେମାନେ କେବେ ପାଇପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।