Breaking news – ୪ତାରିଖ ରାତିରେ କଣ ହେଇଥିଲା ? ସିସିଟିଭି ଫୁଟେଜ ଚେକ କରିବାକୁ କାହିଁକି କହିଲେ ଅର୍ଚ୍ଚନା..ଦେଖନ୍ତୁ video …
ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର କୋର୍ଟକୁ ଅଣାଯାଇଛି । ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ଆଜି ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର କୋର୍ଟରେ ହାଜର ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅର୍ଚ୍ଚନା । ଏହା ସହ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିବା ଶୁଣିବାକୁ ମିଳିଛି ।
କୋର୍ଟକୁ ନିଆଯାଉଥିବା ବେଳେ ଅର୍ଚ୍ଚନା କହିଛନ୍ତି ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା ।
ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ।’ଏହା ସହ ଅକ୍ଷୟ ପରିଜାଠାରୁ କିଛି ନେଇନି ବୋଲି ସଫା ସଫା ମନା କରିଛନ୍ତି ଅର୍ଚ୍ଚନା ନାଗ । କୋର୍ଟରେ ବାହାରୁଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।
ଏହା ସହ ଅର୍ଚ୍ଚନା ପୁଣି କହିଛନ୍ତି ଯେ, ‘ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ଏହି ମାମଲାର ସିବିଆଇ ତଦନ୍ତ ହେଉ । ତଦନ୍ତ ହେଲେ ହିଁ ସବୁ ସତ ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ ।’
ସୂଚନାଯୋଗ୍ୟ ଏହି ଲେଡି ବ୍ଲାକମିଲରର ଏଯାବତ ପର୍ଦ୍ଦାଫାଶ ହୋଇ ପାରୁ ନାହିଁ । ଏହି ତାଲିକାରରେ ବଡ ବଡ ନେତାଙ୍କ ସମେତ ବ୍ୟବସାୟକାରୀଙ୍କ ଲମ୍ବା ତାଲିକା ଫିଟିବାରେ ଲାଗିଛି । ଏହା ଭିତରେ ଇଡି ଫିଲ୍ମ ପ୍ରୟୋଜକ, ନିର୍ଦ୍ଦେଶକ,ଡ୍ରାଇଭର ଆଦି ଅର୍ଚ୍ଚନା ସହ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ଡାକି ପଚରା ଉଚୁରା କରୁଛି । ଏହା ସହିତ ଅର୍ଚ୍ଚନାଙ୍କ କୋପାର୍ଟନର ତାଙ୍କ ସ୍ୱାମୀ ଏବଂ ବାନ୍ଧବୀ ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଡାକି ଜେରା ଜାରି ରହିଛି ।
ସୂଚନା ଅନୁସାରେ , ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ସହ ଅର୍ଚ୍ଚନା ନାଗର ସମ୍ପର୍କ ଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ଫଳରେ ଶିବପ୍ରସାଦକୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା ।
ତେବେ ହୋଟଲ ବ୍ୟବସାୟୀ ତାଙ୍କ ଓକିଲଙ୍କ ସହ ଆସି ଇଡି ଅଫିସରେ ହାଜର ହୋଇଥିବା ବେଳେ ତାକୁ ଇଡି 12 ଘଣ୍ଟା ଜେରା କରିଥିଲା । ଏହାପରେ ଆଜି ପୁଣି ଥରେ ଶିବପ୍ରସାଦ ଇଡି ଅଫିସରେ ହାଜର ହୋଇଛନ୍ତି ।ତେବେ ଅର୍ଥନୈତିକ କାରବାର ନେଇ ଇଡି ସନ୍ଦେହ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହୋଟେଲ ବ୍ୟବସାୟୀ ଶିବପ୍ରସାଦ ।
ଅର୍ଚ୍ଚନାଙ୍କ ସହ ତାଙ୍କର କୌଣସି ଆର୍ଥିକ କାରବାର ନଥିବା ସେ ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗ ଙ୍କ ଏହି ବଡ ବୟାନଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।