Breaking News – ଏବେ ଏବେ ଓଡିଶା କଳାକାର ଜଗତକୁ ବଡ ଦୁଖଦ ଖବର । ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ପ୍ରସିଦ୍ଧ ଅଭିନେତା, ଚାରିଆଡେ ଖେଳିଗଲା ଶୋକର ଛାୟା…

ଗତ ୨୦୨୦ ମସିହା ତ ସମସ୍ତଙ୍କ ପାଇଁ କାଳ ଥିଲା ଏହା ସମସ୍ତେ ଜାଣିଛନ୍ତି । ପ୍ରଥମତଃ ୨୦୨୦ ମସିହାର ପ୍ରାରମ୍ଭ ସହିତ କୋରନା ର ପ୍ରକୋପ ବଢ଼ିଥିଲା । ଯାହା ଲକ୍ଷ ଲକ୍ଷ ଜୀବନ ନେଇ ଯାଇଥିଲା । ତାସହିତ ସାଧରାଣ ଲୋକଙ୍କ ଜୀବିକା କୁ ମଧ୍ୟ ବାଧାପ୍ରାପ୍ତ କରିଥିଲା । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଯେକେହିବି କୋରନା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିଲା ଏବଂ ଏପରି ଘଟିଥିଲା ମଧ୍ୟ ।

ପୁଣି ଏହା ମଧ୍ୟ ଆପଣ ମାନେ ଜାଣିଥିବେ ଯେ ଏପରି ସମୟରେ ଲୋକେ ଘରେ ରହୁଥିଲେ । ବାହାରକୁ ବାହାରିବାକୁ ମଧ୍ୟ ଅନୁମତି ନଥିଲା । ତେଣୁ ଏପରି ସମୟରେ ଯାହା ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରିଥାଏ ତାହା ହେଉଛି ଦେଶର ଛୋଟ ଏବଂ ବଡ଼ ପରଦାର କଳାକାର । କିନ୍ତୁ ସେମାନଙ୍କ ଜୀବନ ଉପରେ ମଧ୍ୟ ଯେପରି କାହାର ଖରାପ ନଜର ପଡ଼ି ଯାଇଥିଲା ।

ଗତ ୨୦୨୦ ମସିହାଟି ଆମ ଠାରୁ ଆମର ଅତି ପ୍ରିୟର କଳାକାର ମାନଙ୍କୁ ଛଡ଼ାଇ ନେଇ ଯାଇଛି । ପୁଣି ତାହା ବୋଲିଉଡ଼ ହେଉ , ଓଲିଉଡ ହେଉ କିମ୍ବା ଅନ୍ୟ ଇଣ୍ଡଷ୍ଟ୍ରି ହେଉ । ଜଣେ ପରେ ଜଣେ ଆମର ଅତି ପସନ୍ଦର କଳାକାର ମାନେ ସବୁଦିନ ପାଇଁ ଆମକୁ ଛାଡ଼ି ଯାଇଛନ୍ତି ।

ଅଧିକାଂଶ କଳାକାର ହୃଦଘାତର ଶିକାର ହୋଇ ଆଖି ବୁଜିଛନ୍ତି । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଆଉ ଏକ ଦୁଃଖର ଖବର ଦେବାକୁ ଯାଉଛୁ । ଯେଉଁଥିରେ ଅନ୍ୟ ଜଣେ ପ୍ରିୟ କଳାକାର ସବୁଦିନ ପାଇଁ ଆମକୁ ଛାଡ଼ି ଯାଇଛନ୍ତି । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସେ ହେଉଛନ୍ତି ହାସ୍ୟ କଳାକାର ରବି ମିଶ୍ର । ଯିଏକି ଗତ କାଲି ହୃଦଘାତ ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ସୂଚନା ଅନୁଯାୟୀ ସେ ଗତ କାଲି ଶୁଟିଂ ସେଟରେ ଶୁଟିଂ ରେ ରହିଥିବା ସମୟରେ ତାଙ୍କୁ ଏକ ହୃଦଘାତ ସମ୍ବନ୍ଧିତ ଅଭିନୟ କରିବାକୁ ପଡ଼ିଥିଲା । ତେବେ ଏହି ଅଭିନୟ କରିବା ପରେ ସେ ବାସ୍ତବରେ ହୃଦଘାତ ର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ପରେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ରାଜଧାନୀ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ ଚିକିତ୍ସା ରେ ଥିବା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ବିଶିଷ୍ଟ ଓଡ଼ିଆ କଳାକାର ଅଟନ୍ତି । ଅନେକ ଫିଲ୍ମ , ଟେଲି ଫିଲ୍ମ ଏବଂ ଶୋ ରେ ସେ ଅଭିନୟ କରିଛନ୍ତି । ପୁଣି ‘ ଗୋପାଳ ରହସ୍ୟ ‘ ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ତାଙ୍କର ବ୍ୟଙ୍ଗାତ୍ମକ ଢ଼ଙ୍ଗ କାରଣରୁ ତାଙ୍କର ପ୍ରଶଂସକ ମଧ୍ୟ ବେଶ ଅଧିକ । କିନ୍ତୁ ତାଙ୍କର ହଠାତ ବିଚ୍ଛେଦ ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି । ସମଗ୍ର ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ତାଙ୍କର ନିଧନ କାରଣରୁ ଦୁଃଖର ଛାୟା ଖେଳି ଯାଇଛି । ପୂର୍ବରୁ ‘ ଗୋପାଳ ରହସ୍ୟ ‘ ରେ ତାଙ୍କର ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।