ବ୍ରଣ ଦାଗ କୁ ଭଲ କରିବାର ଘରୋଇ ଉପାୟ, ଆଜି ହିଁ କରନ୍ତୁ ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଆମର ସ୍କିନ କୁ କିପରି ପ୍ରାକୃତିକ ଉପାୟ ରେ ଗ୍ଲୋ କରାଇବା ସେହି ବିଷୟ ରେ ଜାଣିବା । ତେବେ ଆମେ ଆମ ନିତିଦିନିଆ ଜୀବନ ରେ ବ୍ୟସ୍ତ ରହି ଆମ ସ୍କିନ୍ ଭଲ ଭାବରେ କେୟାର ନେଇ ପାରୁ ନାହିଁ ଯାହା ଫଳରେ ଆମ ସ୍କିନ କଳା ଦେଖା ଯାଇ ସେଥିରେ ଅନେକ ଦାର୍କ ସର୍କଲ ଆସି ଥାଏ ଓ ଆହୁରି ଅନେକ ସମସ୍ୟା ଯେମିତି କି ବ୍ରଣ ସମସ୍ୟା ଆଦି ହୋଇ ଥାଏ ।

ତେବେ ଆଜି ଆମେ ସେହି ସବୁ ସମସ୍ୟା କୁ କିପରି ଘରୋଇ ଉପାୟ ରେ ଦୂରେଇ ପାରିବା ସେହି ବିଷୟ ରେ ଜାଣିବା ।

ଏହି ଯେଉଁ ଉପଚାର ଆମେ ପ୍ରସ୍ତୁତ କରିବା ପାଇଁ ଆମେ ଯାଉଛନ୍ତି ଏହା ସମ୍ପୂର୍ଣ ଭାବେ ଏକ ଘରୋଇ ଓ ପ୍ରାକୃତିକ ଉପଚାର ଓ ଏହାର କୌଣସି ସାଇଡ ପ୍ରଭାବ ମଧ୍ୟ ନାହିଁ । ତେବେ ଆସନ୍ତୁ ଜାଣିବା।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମ ସାମଗ୍ରୀ ଆବଶ୍ୟକ ଆଳୁ । ଆଳୁ ଆମ ରୋଷେଇ ଘରୁ ଅତି ସହଜ ରେ ମିଳି ଯିବ । ପ୍ରଥମେ ଆଳୁ କୁ ଧୋଇ ଏହାର ଚୋପା କୁ ଭଲ ଭାବରେ ଛଡ଼ାଇ ଦିଅନ୍ତି । ଏହାକୁ ଏକ କର୍ଟର ସାହାର୍ଯ୍ୟ କାଟି ଦିଅନ୍ତି ଓ ଏହାର ରସ ଭଲ ଭାବରେ ବାହାର କରି ଦିଅନ୍ତୁ ଏକ ସଫା ପାତ୍ର ରେ । ଏହା ପରେ ଆପଣ ଙ୍କୁ ବେସନ ର ଆବଶ୍ୟକ । ବେସନ ମଧ୍ୟ ଅତି ସହଜ ରେ ରୋଷେଇ ଘରେ ମିଳିଯିବ ।

ତେବେ ଆପଣ ଏଥିରେ ଏକ ଚାମଚ୍ ବେସନ ପକାଇ ଦିଅନ୍ତୁ । ବେସନ ପକାଇ ସରିବା ପାରେ ଆପଣ ଙ୍କୁ ହଳଦୀ ଆବଶ୍ୟକ । ହଳଦୀ ର ଅଳ୍ପ ମାତ୍ରା ଆପଣ ଏଥିରେ ପକାଇବେ ବେଶୀ ପକାଇବେ ନାହିଁ ।

ଏହା ପରେ ଆପଣ ଙ୍କୁ ଆବଶ୍ୟକ ମହୁ । ମହୁ ଆମ ଫେସ୍ ପାଇଁ ବହୁତ୍ ଉପକାରୀ ହୋଇ ଥାଏ ଏହା ଆମର ଡାର୍କ ସର୍କଲ କୁ ଦୁର କରି ଥାଏ ଓ ବ୍ରଣ ସମସ୍ୟା ରୁ ମୁକ୍ତ କରାଇ ଥାଏ । ଏହା ପରେ ଆପଣ ଏଥିରେ ଅଳ୍ପ ମାତ୍ରା ରେ ଗୋଲାପ ଜଳ ପକାଇ ଦିଅନ୍ତୁ ।

ତେବେ ଆପଣ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ ଯେମିତି ଏହାର ସମସ୍ତ ତତ୍ତ୍ଵ ଭଲ ଭାବରେ ମିଶି ଯିବ । ଏହା ଆପଣ ପ୍ରଥମେ ଆପଣ ମୁହଁ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଯଦି କିଛି ମେକପ୍ ଆପଣ ଙ୍କ ମୁହଁ ରେ ଅଛି ଏହାକୁ ଭଲ ଭାବରେ ସଫା କରି ଦିଅନ୍ତି । ଏହା ପରେ ଏହି ରେମିଡି କୁ ଆପଣ ଙ୍କ ଫେସ୍ ରେ ଲଗାଇ ଦିଅନ୍ତୁ ।

ଲଗାଇ ସାରିବା ପରେ ଆପଣ ଏହାକୁ 15-20 ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣି ରେ ମୁହଁ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ତେବେ ଏହି ଉପଚାର କୁ ଆପଣ ପ୍ରତିଦିନ ଲଗାଇବା ଆବଶ୍ୟକ ନାହିଁ । ଆପଣ ଏହାକୁ କେବଳ ସପ୍ତାହ ରେ ଦୁଇ ଥର ଲଗାଇ ପାରିବେ । ଏହା ସମ୍ପୂର୍ଣ ପ୍ରାକୃତିକ ଉପାୟ ଅଟେ ଏହା ର କୌଣସି ସାଇଡ ପ୍ରଭାବ ମଧ୍ୟ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।