ବର୍ଷ ବର୍ଷ ଧରି ମୁଣ୍ଡରେ ଥିବା ଊଂକୁଣି ମାରିବାର ( Head Lice ) ଉପାୟ

ବର୍ତ୍ତମାନ ସମସ୍ତଙ୍କର କେଶ ଝଡ଼ିବା ବା କେଶ ପାଚିବା ଭଳି ସମସ୍ୟା ଦେଖା ଯାଉଛି। ତେବେ ମୁଣ୍ଡରେ ଉଙ୍କୁଣୀ ହେବା ଏକ ବହୁତ ବଡ଼ ସମସ୍ୟା ଅଟେ। କାରଣ ଏହି ଉଙ୍କୁଣୀ ଗୁଡିକ ମୁଣ୍ଡ ରେ ରହି ଆମ କେଶ କୁ ଦୁର୍ବଳ କରିବା ସହ କେଶ ଝଡ଼ିବା ର କାରଣ ହୋଇଥାନ୍ତି। ଏମିତି କି ଏହି ଉଙ୍କୁଣୀ ମାନଙ୍କ ପାଇଁ ଆମକୁ ଲୋକହସା ମଧ୍ୟ ହେବାକୁ ପଡିଥାଏ ।ଏହା ସହ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖାଯାଏ

। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘରୋଇ ଉପଚାର ବିଷୟ ରେ ଜଣେଇବୁ ଯାହାକୁ ମାତ୍ର ଥରେ ପ୍ରୟୋଗ କରିବା ପରେ ଆପଣ ଙ୍କ ର ମୁଣ୍ଡ ରେ ଥିବା ଉଙ୍କୁଣୀ, ନିଖ ସବୁ କୁଆଡେ ଗାଏବ ହୋଇଯିବେ।ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ଲାଗି ଆବଶ୍ୟକ ରିମେଡି ଗୁଡିକ ହେଉଛି:-

୧.ଗୋଟା ପିଆଜ
୨.ରସୁଣ ଗଲା
୩.ନିମ୍ବ ପତ୍ର
୪.କର୍ପୂର

ରିମେଡି ଟିକୁ ପ୍ରସ୍ତୁତ କରିବା ପ୍ରଣାଳୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ପ୍ରଥମେ ପିଆଜ କୁ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ତା ସହ, ରସୁଣ ଗୋଲା ଏବଂ ନିମ୍ବ ପତ୍ର କୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ। ଆଉ ପରେ ଏହାକୁ ଏକ କପଡା ରେ ଛାଣିନେଇ ତାର ରସ କୁ ଏବଂ ଏକ ବାଉଲ ରେ ରସ କୁ ବାହାର କରି ନିଅନ୍ତୁ। ଏହି ରସ ରେ ଦୁଇ ଟି କର୍ପୂର ନିଅନ୍ତୁ ଯାହାକୁ ଚୁନା କରି ସେହି ରସ ରେ ମିଶାଇ ନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇସାରିଛି।

ବ୍ୟବହାର କିପରି କରିବେ:-

ଏହି ରିମେଡ଼ି ଟିକୁ ଆପଣ ଯେଉଁ ଭଳି ଭାବରେ ମୁଣ୍ଡ ରେ ତେଲ ଲଗାନ୍ତି ସେହିପରି ଲଗେଇ ପାରିବେ। ତେବେ ଏହି ରିମେଡି ଟିକୁ ତୁଳା ସାହାଯ୍ୟ ରେ ନେଇ କେଶ ର ମୂଳ ରେ ଭଲ ଭାବରେ ମାଲିସ କରି ଲଗାଇ ନିଅନ୍ତୁ। ଲଗେଇବା ପରେ ଏହାକୁ ଆପଣ ଚାହିଁଲେ ରାତି ସାରା ରଖି ପାରିବେ କିମ୍ବା ତିନି ରୁ ଚାରି ଘଂଟା ମୁଣ୍ଡ ରେ ରଖି ପରେ ମୁଣ୍ଡ ସଫା କରି ନିଅନ୍ତୁ। ଏହି ରିମେଡି ଟିକୁ ସପ୍ତାହ ରେ ଥରେ ପ୍ରୟୋଗ କରି ଦେଖନ୍ତୁ ନିଶ୍ଚିତ।

ତେବେ ଏହି ରିମେଡି ଟିକୁ ମାତ୍ର ଥରେ ବ୍ୟବହାର କରି ଦେଖନ୍ତୁ ଆପଣ ଙ୍କ ମୁଣ୍ଡ ରେ ଥିବା ଉଙ୍କୁଣୀ , ନିଖ ସବୁ ଶେଷ ହୋଇଯିବ ଆଉ କେବେବି ହେବ ନାହିଁ। ଖାଲି ଉଙ୍କୁଣୀ ନୁହେଁ ଯଦି ଆପଣ ଙ୍କ କେଶ ଝଡ଼ିବା ସମସ୍ୟା ଥାଏ କିମ୍ବା ରୁପି ହେଉଥାଏ ତେବେ ତାହା ମଧ୍ୟ ସବୁଦିନ ପାଇଁ ଗାଏବ ହୋଇଯିବ। ତେବେ ଏହି ଉପାୟ ଟିକୁ ଆପଣ ଥରେ ବ୍ୟବହାର କରି ନିଶ୍ଚିତ ଦେଖନ୍ତୁ ଏହାର ଫାଇଦା ଆପଣ ଙ୍କୁ ନିହାତି ହେବ।