ବିଷାକ୍ତ ନାଗ ସାପର ରକ୍ତକୁ ଚା, କଫି ଭଳି ପିଅନ୍ତି ଏହି ଦେଶର ଝିଅ ମାନେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ପୃଥିବୀର ଅନେକ ବିପଦ ଜନକ ଜୀବ ମାନଙ୍କ ମଧ୍ୟରୁ ସାପ ହେଉଛି ଅନ୍ୟତମ। ସାପ କୁ କିଏବା ନଡରେ। ସାପ ର ନାମ ଶୁଣିଲେ ଲୋମ ଟାଙ୍କୁରୀ ଉଠେ।ପ୍ରାୟତଃ ସାପ କୁ ସମସ୍ତେ ଭୟ କରିଥାନ୍ତି। ସାପ କୁ ଦେଖି କେହିକେହି ଭୟରେ ବିଚଳିତ ମଧ୍ୟ ହୋଇ ଯାଇଥାନ୍ତି।ତେବେ ବିଶ୍ବରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଝିଅ ମାନେ ବିଷାକ୍ତ ନାଗ ସାପ ର ରକ୍ତ କୁ ଚା, କଫି ଭଳି ସ୍ଵାଦ ନେଇ ପିଇ ଥାଆନ୍ତି।

ଆଉ ଯଦି ଏହା ପଛର କାରଣ ଆପଣ ଜାଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଘଟଣା ଟି କିଛି ସେହିପରି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ତେବେ ଇଣ୍ଡୋନେସିଆ ର ରାଜଧାନୀ ଜାକାର୍ତାରେ ବିଷାକ୍ତ ନାଗ ସାପର ରକ୍ତକୁ ପିଇବା ର ଏକ ଅଦ୍ଭୁତ ଚଲନି ରହିଛି। ଏହାର ଅଧିକାଂଶ ଅଞ୍ଚଳରେ କୋବ୍ରା ସାପର ରକ୍ତକୁ ବାହାର କରି ବିକ୍ରୟ କରି ଦିଆ ଯାଇଥାଏ।ଆଉ ଏଠାକାର ଲୋକ ମାନେ ସକାଳେ ଏବଂ ସନ୍ଧ୍ୟା ସମୟରେ ବୁଲୁଥିବା ସମୟରେ ବେଳେ ସାପ ରକ୍ତକୁ ସ୍ଵାଦ ନେଇ ନେଇ ପିଇ ଥାଆନ୍ତି।

ସାପ ରକ୍ତର ବଢୁଥିବା ଚାହିଦା ଦେଖି ଦୋକାନୀ ମାନେ ସେଠାରେ ହଜାର ହଜାର ସାପକୁ କାଟି ଦେଉଛନ୍ତି।ତେବେ ଏଠାକାର ପୁରୁଷ ମାନେ ନାଗ ସାପର ରକ୍ତକୁ ପିଇବା ଦ୍ବାରା ଶରୀର ଭଲ ରହିଥାଏ ବୋଲି ମନେ କରିଥାନ୍ତି। ଏଥିପାଇଁ ଏମାନେ ଏହାକୁ ନିଜର ସୁସ୍ଥ ଶରୀର ପାଇଁ ସେବନ କରିଥାନ୍ତି।

ସେହିପରି ମହିଳା ମାନେ ସାପ ରକ୍ତକୁ ପିଇବା ଦ୍ବାରା ତ୍ଵଚା ସଫା ହୋଇଥାଏ ବୋଲି କହିଥାନ୍ତି।ଏହା ଦ୍ବାରା ସେମାନଙ୍କର ତ୍ଵଚା ଏବଂ ଶରୀର ସୁନ୍ଦର ହୋଇଥାଏ ବୋଲି ସେମାନଙ୍କ କହିବା କଥା।ତେବେ ନାଗ ସାପ ରକ୍ତ ପିଇବା ର ୩/୪ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ଚା, କଫି ନପିବାର ପରାମର୍ଶ ଦିଆ ଯାଇଥାଏ। ଯାହାଫଳରେ ରକ୍ତ ଶରୀରରେ ଭଲ ଭାବରେ କାର୍ଯ୍ୟ କରିବ।ଏହି ପରାମର୍ଶ ନିଜେ ଦୋକାନୀ ଦେଇଥାନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଭିଏତନାମ ରେ ସାପକୁ ଖାଇବା ପରମ୍ପରା ପୂର୍ବରୁ ରହିଚି।

ଏହି କାରଣରୁ ଅନେକ ସାପକୁ ଏଠାରେ ମାରି ତାର ରକ୍ତ ବାହାର କରି ବଜାରରେ ବିକ୍ରୟ କରାଯାଏ।ତେବେ ଯାହା ସୂଚନା ରହିଛି ଏବଂ ସେଠାକାର ଲୋକଙ୍କ କହିବା ଅନୁଯାୟୀ ସାପର ରକ୍ତକୁ ପିଇବା ଦ୍ବାରା ମଣିଷ ଶରୀରର ତାପମାତ୍ରା କମ୍ ହୋଇଥାଏ। ମୁଣ୍ଡ ବିନ୍ଧା ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।

ଏହାଛଡା ଏଠାକାର ଲୋକମାନେ ସାପକୁ ମେଲନ ଗ୍ୟାସ ସହିତ ଭାଜି କିମ୍ବା ସିଝାଇ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ସେହିପରି ସେଠାକାର ରେଷ୍ଟୁରାଣ୍ଟ ମାନଙ୍କରେ ମଦକୁ ସାପ ରକ୍ତ ସହିତ ପରସା ଯାଇଥାଏ। ଏହାକୁ ଲୋକେ ବହୁତ୍ ଆନନ୍ଦରେ ଉତ୍ସୁକତା ର ସହ ଖାଇଥାନ୍ତି। ତେଣୁ ଏହାର ଚାହିଦା ଅଧିକ ଥିବାରୁ ସେଠାରେ ଲୋକେ ଏହାକୁ ନିଜର ଇଚ୍ଛା ଅନୁସାରେ ସ୍ଵାଦ ର ସହ ସେବନ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।