ଦେଖନ୍ତୁ ଅଦ୍ଭୁତ ଭିଡିଓ । ବିନା ଡ୍ରାଇଭର ରେ ହାଇ ୱେ ରେ ଚାଲୁଛି କାର, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ପ୍ରିମିଆର ପଦ୍ମିନୀ ନାମ ଏକ ଏମିତି ପରିଚିତି ସୃଷ୍ଟି କରିଛି ଯାହା ପାରିବାରିକ ବା ଫେମିଲି କାର ମାନଙ୍କ ମଧ୍ୟରୁ ଏକ ଜଣାଶୁଣା କାର ଭାବରେ ଏହାକୁ ମାନା ଯାଇଥାଏ।ଏହା ଯୁବକ, ଧନୀ ଶ୍ରେଣୀର ଲୋକ, ନାମୀ ଦାମୀ ବ୍ୟକ୍ତି ଏବଂ ଅନ୍ୟ ବ୍ୟକ୍ତି ମାନଙ୍କ ଗହଣରେ ବହୁତ ଲୋକପ୍ରିୟତା ହାସଲ କରିଥିଲା। ପ୍ରୀମିଆର ପଦ୍ମିନୀ ଏକ ପ୍ରତିଷ୍ଟିତ କାର ଅଟେ।ଏହା ଏତେ ଲୋକ ପ୍ରିୟତା ହାସଲ କରିଛି ଯେ ଯେତେବେଳେ ଏହି କାର ରାସ୍ତାରେ ଯାଇଥାଏ ।

ସେତେବେଳେ ଲୋକେ ଏହାକୁ କିଛି ସମୟ ପାଇଁ ହେଲେବି ଘୂରି ଦେଖିଥାନ୍ତି ଏବଂ ଏହାର ମଜା ନିଅନ୍ତି।ଏହି କାର କୁ ଦେଖିବା ପାଇଁ ସମସ୍ତେ କିଛି ସମୟ ଅଟକି ଥାଆନ୍ତି ରାସ୍ତାରେ ଏହି କାର ଗଡିଲା ବେଳେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି କଣ ଆପଣ କେବେ ଏହା କଳ୍ପନା କରିଛନ୍ତି କି ଯଦି ଆପଣ ଏହି ପ୍ରୀମିଆର ପଦ୍ମିନୀ କାର କୁ ବିନା ଡ୍ରାଇଭର ରେ ଚାଲୁ ଥିବାର ଦେଖିବେ ତେବେ ଆପଣଙ୍କୁ କେମିତି ଲାଗିବ। ଆପଣ କଣ ସତରେ ଆଶ୍ଚର୍ଯ୍ୟ ହୋଇ ଯିବେ ନାହିଁ କି? କେବେ ବି ଏପରି କଳ୍ପନା କରା ଯାଇ ନପାରେ ଏହି କାର ବିନା ଡ୍ରାଇଭର ରେ ଚାଲି ପାରିବ କିମ୍ବା ଏହା ସମ୍ଭବ ନୁହେଁ।

ତେବେ ଏହି ପରିପ୍ରେକ୍ଷୀରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଦେଖିବାକୁ ମିଳୁଛି କି ପ୍ରୀମିଆର ପଦ୍ମିନୀ ନାମକ ଏହି କାର ଟି ଏକ ହାଇ ୱେ ଉପରେ ଚାଲୁଛି ତାହା ପୁଣି ବିନା ଚାଳକ ବା ଡ୍ରାଇଭର ରେ।

କିନ୍ତୁ ଭିଡିଓ ରେ ଏହା ଦେଖିବାକୁ ମିଳୁଛି ଯେ ଏହି କାର ରେ ସହ ଚାଳକ ସିଟ୍ ରେ ବସିଛନ୍ତି ଜଣେ ବ୍ୟକ୍ତି ଯାହାଙ୍କୁ ଆରାମ ରେ ସେଠାରେ ବସି ଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏଠାରେ କୌଣସି ଚାଳକ ନଥିବା ଏବଂ ଏମିତି ବେଗରେ ହାଇ ୱେ ରେ ଚାଲିବା ସମସ୍ତଙ୍କ ହୋସ କୁ ଉଡ଼ାଇ ଦେଇଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା କେମିତି ବିନା ଡ୍ରାଇଭର ରେ ଚାଲୁଛି।

ଏହି ଭିଡିଓ କୁ ତିଗୌର ଚେରି ନାମକ ଜଣେ ଫେସ୍ ବୁକ୍ ୟୁଜର ସେୟାର କରିଥିଲେ। ଭିଡିଓ କ୍ଲିପ୍ ର ଆରମ୍ଭ ରେ ଏହା ଦେଖିବାକୁ ମିଳିଛି ଯେ କିଭଳି ଫିଲ୍ମ୍ ରେ ଦେଖା ଯାଉଥିବା ଭଳି ଏହି କାର ଟି ମନକୁ ମନ ଚାଲୁଛି।

ତେବେ ଏହି ଆଶ୍ଚର୍ଯ୍ୟ କର ଭିଡିଓ ଟିକୁ ପଦ୍ମିନୀ ର ପଛରେ ଚାଲୁଥିବା ଏକ କାର ରୁ ସୁଟ କରା ଯାଇଛି। ଯାହାକୁ ଦେଖିଲା ପରେ ସମସ୍ତେ ଏହା ଭାବୁଛନ୍ତି ଯେ ଏହା କିପରି ସମ୍ଭବ।ତେବେ ଏହି ଭିଡିଓ ତାମିଲନାଡୁ ର ଅଟେ। ନିର୍ଦ୍ଦିଷ୍ଟ କେଉଁ ସ୍ଥାନର ଅଟେ ତାହା କିନ୍ତୁ ଜଣା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।