ଭାଗ୍ୟ ରେ ଥିଲେ ଏମିତି ସ୍ୱାମୀ ମିଳେ । ବିବାହ ପୂର୍ବରୁ କନ୍ୟା ର ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ଷ୍ଟ୍ରେଚରରେ କନ୍ୟା ମଥାରେ ସିନ୍ଦୁର ଦେଲେ ବର । ଏହି ଯୋଡି ପାଇଁ ଗୋଟେ ସେୟାର ନିଶ୍ଚିତ କରନ୍ତୁ…..

କୁହାଯାଏ ବିବାହ ବନ୍ଧନ ଠାରୁ ପବିତ୍ର ବନ୍ଧନ ଆଉ କିଛି ନୁହେଁ। ବିବାହ ପରେ ସ୍ବାମୀ ସ୍ତ୍ରୀ ଉଭୟ ଉଭୟ ଙ୍କ ର ସୁଖ ଦୁଃଖର ସାଥି ହୋଇ ଥାଆନ୍ତି । ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟ ରେ ଜାଣିବା ଯେଉଁଠି ବିବାହ ପୂର୍ବରୁ ମଧ୍ୟ ଦୁହେଁ ଦୁହିଁଙ୍କ ସୁଖ ଦୁଃଖ ସାଥି ହୋଇ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ;

ଘଟଣା ଟି ଆସିଛି ଉତ୍ତରପ୍ରଦେଶ ପ୍ରତାପଗଡ କୁଣ୍ଡା ଗ୍ରାମରୁ । ପ୍ରତାପଗଡ଼ କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀ ମୋର୍ଯ୍ୟଙ୍କ ବାହାଘର ପାଖରେ ଥିବା ଏକ ଗାଁର ଅବଧେଶଙ୍କ ସହ ଠିକ ହୋଇଥିଲା। ଉଭୟ ଙ୍କ ର ଆରେଞ୍ଜ ମ୍ୟରେଜ୍ ଥିଲା ଆଉ ଉଭୟ ଙ୍କ ପରିବାର ଏହି ବାହାଘର ରେ ବହୁତ୍ ଖୁସି ଥିଲେ । ବିବାହ ପାଇଁ ଉଭୟ ପକ୍ଷରୁ ଧୁମ୍ ଧାମରେ ପ୍ରସ୍ତୁତି ଆରମ୍ଭ ହୋଇ ଥିଲା । ଡିସେମ୍ବର ୮ ତାରିଖ ରେ ଥିଲା ବିବାହ କିନ୍ତୁ ଏହି ସମୟ ରେ ଘଟି ଗଲା ଏକ ଦୁର୍ଘଟଣା ।

ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଆରତୀ ଜଣେ ଶିଶୁକୁ ବଞ୍ଚାଇବା ପାଇଁ ଯାଇ ଆରତୀଙ୍କ ଛାତ ଉପରୁ ତଳକୁ ପଡିଗଲେ।ଏତେ ଉଚ୍ଚତା ରୁ ତଳକୁ ପଡି ଯିବାରୁ ତାଙ୍କର ଅଣ୍ଟା ହାଡ ଭାଙ୍ଗିଗଲା। କେବଳ ଏତିକି ନୁହେଁ ଅଣ୍ଟା ଓ ଗୋଡ ହାଡ଼ ସମେତ ଶରୀରର ଅନ୍ୟ ଜାଗାରେ ମଧ୍ୟ ବହୁତ୍ କ୍ଷତି ହୋଇଥିଲା।

ତେବେ ଆରତୀ ଙ୍କୁ ପରିବାର ଲୋକ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ କୁ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ଚିକିତ୍ସା ହୋଇ ପାରିନଥିଲା। ଫଳରେ ଘର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ସମୟ ପୂର୍ବରୁ ଯେଉଁ ଘରେ ଖୁସି ଆନନ୍ଦ ର ଲହର ଥିଲା ସେହି ଘରେ ହଠାତ ଶୋକ ର ଛାୟା ଖେଳିଗଲା ।

ତେବେ ଆରତୀ ଙ୍କ ପରିବାର ଲୋକ ଙ୍କ ଚିନ୍ତା ଥିଲା ବିବାହ କୁ ନେଇ । ତେବେ ଅବଧେଶ ଯେତେବେଳେ ଏହି ସବୁ କଥା ଶୁଣିଲେ ସେ ସବୁ ପରେ ମଧ୍ୟ ଆରତୀ ଙ୍କୁ ନିଜ ପତ୍ନୀ ଭାବେ ସ୍ୱିକାର କରିବା ପାଇଁ ରାଜି ଥିଲେ । କେବଳ ଏତିକି ନୁହେଁ ପୂର୍ବରୁ ଧାର୍ଯ୍ୟ ଥିବା ସମୟ ରେ ବିବାହ କରିବେ ବୋଲି ସେ ଜିଦ୍ ଧରି ବସିଲେ । ବାହାଘର କୌଣସି ସ୍ଥିତିରେ ବି ସ୍ଥଗିତ ହେବନାହିଁ ବୋଲି ସେ ସଫା ସଫା କହିଦେଲେ। ସେ ନିଜ ପତ୍ନୀଙ୍କୁ ତାଙ୍କର ସମସ୍ୟା ସମୟ ରେ ସାହାରା ଦେଇ ତାଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ତେବେ ଅବଧେଶଙ୍କ ଜିଦ ଯୋଗୁଁ ଡାକ୍ତର ଙ୍କ ଠାରୁ ଅନୁମତି ଆଣି ଆରତୀ ଙ୍କୁ ବାହାଘର ଧାର୍ଯ୍ୟ ସମୟ ରେ ଘରକୁ ଅଣା ହେଲା । ସମ୍ପୂର୍ଣ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହେଲା। ସବୁ ଝିଅ ପରି ଆରତୀ ମଧ୍ୟ ନିଜ ବାପଘରୁ ବିଦା ହେଲେ।କିନ୍ତୁ ସେ ନିଜ ଶାଶୁଘର କୁ ନୁହେଁ ଗଲେ ସିଧା ହସ୍ପିଟାଲ୍ କୁ । ତେବେ ସୂଚନା ଅନୁସାରେ ଆରତୀ ଙ୍କ ର ପରଦିନ ଅପରେସନ ଥିଲା ଯେଉଁଠି ଅବଧେଶଙ୍କ ସ୍ୱାମୀ ହିସାବ ରେ ଦସ୍ତଖତ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।