ବିବାହ ପରେ ହଠାତ୍ କାହିଁକି ରାଜ୍ୟପାଳ ଙ୍କୁ ଭେଟିଲେ ସବ୍ୟସାଚୀ ଏବଂ ଅର୍ଚିତା, ଘଟଣା ଜାଣିଲେ ଆପଣ ବି ହୋଇଯିବେ ତାଯୁବ….

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ନିକଟ ଅତୀତରେ ରିଲ ଲାଇଫ ଯୋଡିରୁ ରିୟଲ୍ ଲାଇଫ୍ ଯୋଡି ହୋଇଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଯେଉଁ ଯୋଡି ସାରା ଓଡ଼ିଶାରେ ଏକ ଲୋକପ୍ରିୟ ଏବଂ ସୁପରହିଟ ଯୋଡି ଅଟନ୍ତି, ଯେଉଁ ଯୋଡ଼ିକୁ ଦେଖିବା ପାଇଁ ହଲ୍ ରେ ଭିଡ ଜମେ ଆଜି ସେମାନେ ସେମାନେ ନିକଟରେ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ହେଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ଯସାଚୀ ଓ ଅର୍ଚ୍ଚିତା। ଓଲିଉଡ ସୁନ୍ଦରୀ ଅର୍ଚ୍ଚିତାଙ୍କ ହାତ ଧରିଛନ୍ତି ସବ୍ୟସାଚୀ । ବିବାହ ପୂର୍ବରୁ ସାମ୍ନାକୁ ଆସିଥିଲା ଉଭୟଙ୍କ ଅନେକ ଫଟୋ ଏବଂ ବିବାହ ପରେ ମଧ୍ୟ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବିବାହ ପରେ ସୋସିଆଲ ମିଡିଆରେ ଦୁଇ ଜଣଙ୍କୁ ଏକ ଭିନ୍ନ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା । ବିବାହ ପୂର୍ବରୁ ତାଙ୍କର ହଳଦୀ ସେରେମୋନି ର ଫୋଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଅର୍ଚ୍ଚିତା ରାଜସ୍ଥାନୀ ଷ୍ଟାଇଲ୍‌ର ଶାଢୀ ପିନ୍ଧି ମୁଣ୍ଡରେ ରଙ୍ଗ ବେରଙ୍ଗ ଫୁଲ ସାଙ୍ଗକୁ ଦେହରେ ମଲ୍ଲି ଫୁଲର ଚାଦର ରଖିଥିଲେ। ସେହିପରି ସବ୍ୟସାଚୀ ମଧ୍ୟ ରାଜସ୍ଥାନୀ ଲୁକ୍‌ରେ ନଜର ଆସିଥିଲେ। ଧଳା ଓ ହଳିଦି ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପି ରଙ୍ଗର କୋର୍ଟ ପିନ୍ଧିଥିଲେ। ଉଭୟଙ୍କ ବିବାହ ଦିନର ଫଟୋ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।ଓଡ଼ିଶା କଷ୍ଟ୍ୟୁମ ଡିଜାଇନର ଜିତ୍‌ ଏହି ପୋଷାକର ଡିଜାଇନ୍‌ କରିଥିଲେ।

ରାଜସ୍ଥାନରେ ପୁରା ଓଡ଼ିଆ ପରମ୍ପରା ଅନୁସାରେ ଏହି ଯୋଡ଼ିଙ୍କର ବିବାହ ଉତ୍ସବ ପାଳନ କରାଯାଇଥିଲା। ଆପଣ ଜାଣିଛନ୍ତି ଯେ ରାଜସ୍ଥାନର ଉଦୟପୁରରେ ଏକ ବିଳାସପୂର୍ଣ୍ଣ ପାଲାସ ରେ ଏହି ବିବାହ ଉତ୍ସବ ଚାଲିଥିଲା । ତେବେ ବାହାଘରରେ ନିକଟ ସମ୍ପର୍କୀୟମାନେ ସାମିଲ ହୋଇ ଥିବାବେଳେ ସମସ୍ତଙ୍କ ଆଶିର୍ବାଦ ପ୍ରାର୍ଥନା କରିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ହେବାକୁ ଯାଉଥିବା ସବ୍ୟସାଚୀ ଏବଂ ଅର୍ଚ୍ଚିତା।ଏହାପରେ ବିବାହର କିଛିଦିନ ପରେ ସେମାନେ ଓଡ଼ିଶା ଫେରିବା ପରେ ଗୁରୁଜନ ମାନଙ୍କର ଆଶିର୍ବାଦ ନେଇଥିଲେ।ପରେ ଉଭୟ ଓଡ଼ିଶାର ରାଜ୍ୟପାଳ ଗନେଶୀ ଲାଲ୍ ଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ।

ଉଭୟ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଆଶିର୍ବାଦ ନେଇଥିଲେ। ଯେହେତୁ ଗୁରୁଜନଙ୍କ ଆଶିର୍ବାଦ ଏକ ନୂଆ ଜୀବନ ନୂଆ ସଂସାର ପାଇଁ ଏକାନ୍ତ ଆବଶ୍ୟକ ହୋଇଥାଏ ସେହି ଦୃଷ୍ଟିରୁ ସେମାନେ ତାଙ୍କର ଆଶୀର୍ବାଦ ପାଇବା ପାଇଁ ରାଜ୍ୟପାଳ ଙ୍କ ନିକଟକୁ ଯାଇଥିଲେ। ଯେଉଁ କଥାକୁ ନିଜେ ସବ୍ୟସାଚୀ ଟୁଇଟ କରି ସମସ୍ତଙ୍କୁ ଜଣାଇଥିଲେ ଯେ ତାଙ୍କର ରାଜ୍ୟପାଳ ଙ୍କ ନିକଟକୁ ଯିବାର କାରଣ କଣ ଥିଲା।ପରେ ତାଙ୍କ ଟୁଇଟ ରୁ ସେସବୁ ସ୍ପଷ୍ଟ ଭାବରେ ଜଣା ପଡିଥିଲା।

ବିବାହ ପରେ ବେଶ ଖୁସିରେ ରହିଛନ୍ତି ଏହି ଦୁଇ ନବ ଦମ୍ପତ୍ତି। ଘରେ ଅନ୍ୟ ସଦସ୍ୟ ମାନଙ୍କ ସହିତ ଅର୍ଚ୍ଚିତା ମଧ୍ୟ ବେଶ୍ ସୁନ୍ଦର୍ ଭାବରେ ନିଜକୁ ପରିଚାଳିତ କରି ପାରିଛନ୍ତି। ତାଙ୍କର ପରିବାର ସହିତ ଖୁସି ମୁହୂର୍ତ୍ତର ଫଟୋ ମଧ୍ୟ ସେ ସେୟାର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।