ଆଶ୍ଚର୍ଯ୍ୟ ଘଟଣା ! ବିବାହ ବେଦୀରୁ ଟେକି ନେଲା ପୋଲିସ, ଆଉ ତା ପରେ କନ୍ୟା କରିଦେଲା ଭୟଙ୍କର କାଣ୍ଡ…..

ବାହା ବେଦୀରୁ ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର୍।କଟକ ବଜ୍ରକବାଟି ମାଣାପୁରମ ଗୋଲ୍ଡ ଲୁନ ଶାଖା ମ୍ୟାନେଜର୍ ଙ୍କୁ ବାନ୍ଧିଛି କମିସନେରେଟ ପୋଲିସ।ଆଆଇଏଫଏଲ(IIFL) ରୁ ସୁନା ଲୁଟ ଲିଙ୍କ ରେ ମାଣାପୁରମ ଗୋଲ୍ଡ ଲୁନ ଶାଖା ମ୍ୟାନେଜର୍ ପିତାମ୍ବର ସାହୁଙ୍କୁ ଗିରଫ କରା ଯାଇଛି।ବାହା ବେଦୀରୁ ତାଙ୍କୁ ଗିରଫ କରିଛି ପୋଲିସ।ଗତ ରାତିରେ ମାଣାପୁରମ ଗୋଲ୍ଡ ଲୁନ ଶାଖା ମ୍ୟାନେଜର୍ ଙ୍କ ବିବାହ ଚାଲିଥିବା ବେଳେ ତାଙ୍କୁ ଗିରଫ କରା ଯାଇଛି।

ଆଆଇଏଫଏଲ(IIFL) ସୁନା ଲୁଟ ଘଟଣାରେ ଗତକାଲି ବଜ୍ରକବାଟି ମାଣାପୁରମ ଗୋଲ୍ଡ ଲୁନ ଶାଖା ରେ ଛାପା ମାରି ଥିଲା କମିସନେରେଟ ପୋଲିସ।ସେଠାରୁ ୧୦ କେଜି ରୁ ଅଧିକ ସୁନା ଜବଦ କରା ଯାଇଛି।ଆଆଇଏଫଏଲ ର ଲୁଟ ସୁନା ମାଣାପୁରମ ଗୋଲ୍ଡ ଲୁନ ରେ ଥିବା ପୋଲିସ ଖୁରାକ ପାଇ ଗତକାଲି ଛାପା ମରିଥିଲା।ଏଥିରେ ମ୍ୟାନେଜର୍ ଙ୍କ ହାତ ଥିବା ସନ୍ଦେହ ରେ ପୋଲିସ ତାଙ୍କୁ ଗିରଫ କରିଛି।

କଟକ ଆଆଇଏଫଏଲ(IIFL) ଲୁଟ ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ଏଯାଏଁ ୮ ଜଣଙ୍କୁ ଗିରଫ କରା ଗଲାଣି।ସଂସ୍ଥାର ଆହୁରି କିଛି କର୍ମଚାରୀ ଙ୍କୁ ପଚରା ଉଚୁରା ଚଳାଇଛି ପୋଲିସ।ଏହି ଗିରଫ ହୋଇ ଥିବା ଅଭିଯୁକ୍ତ ଙ୍କ ମଧ୍ୟରେ ଅଛନ୍ତି ଆଆଇଏଫଏଲ କମ୍ପାନୀ ର ଜଣେ ଲେଡ଼ି ଅଫିସର।

ସୂଚନା ଅନୁଯାୟୀ, ପୋଲିସ ଏହି ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ରିମାଣ୍ଡରେ ଆଣିବ ଓ ଆଆଇଏଫଏଲ(IIFL) କମ୍ପାନୀ କୁ ନେଇ ସେଠାରେ ଏକ ଡେମୋ କରିବ ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି।କିନ୍ତୁ ଏହି ରାକେଟ ର ଚେର ଆହୁରି ଦୂରକୁ ଲମ୍ବିଛି ବୋଲି ଅନୁମାନ କରା ଯାଉଛି।ତେଣୁ ଏହି ସଂଖ୍ୟ ୮ ରୁ ଅଧିକ ହେବ ବୋଲି ଅନୁମାନ କରା ଯାଉଛି।

ତେବେ ପୋଲିସ କୁ ଖବର ମିଳି ଥିଲା କି ଆଆଇଏଫଏଲ (IIFL) ର ଲୁଟ ସୁନା ମଧ୍ୟରୁ କିଛି ସୁନା ବଜ୍ରକବାଟି ମାଣାପୁରମ ଗୋଲ୍ଡ ଲୁନ ଶାଖାରେ ଅଛି।ତେଣୁ ପୋଲିସ ସେଠାରେ ଛାପା ମାରିବା ପରେ ସେଠାରୁ ଏକ ବେଗରେ ୧୦ କେଜି ରୁ ଉର୍ଦ୍ଧ୍ବ ସୁନା ପାଇ ଥିଲା।ମାତ୍ର ସେଠାରୁ ୧୦ କେଜି ସୁନା ମିଳିଛି ବୋଲି ପୋଲିସ ଡିସିପି ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି।

ମାତ୍ର ବରିଷ୍ଠ ଅଧିକାରୀ ଙ୍କ ନିକଟରୁ ଏହି ସୂଚନା ମିଳିଛି।ତେବେ ଏହା ପରେ ପୋଲିସ ବଜ୍ରକବାଟି ମାଣାପୁରମ ଗୋଲ୍ଡ ଲୁନ ଶାଖା ମ୍ୟାନେଜର ଙ୍କ ବିବାହ ମଣ୍ଡପ ରେ ପହଞ୍ଚି ଥିଲା ଓ ବିବାହ ପୂର୍ବରୁ ମ୍ୟାନେଜର ଙ୍କୁ ଗିରଫ କରି ହଜାତ କୁ ଆଣି ଥିଲା।ତେବେ ଏହି ୫ ଜଣିଆ ଡେମୋ ଗ୍ରୁପ ରେ ମ୍ୟାନେଜର ରହିବେ କି ନାହିଁ ପୋଲିସ ତାହା ସ୍ପଷ୍ଟ କରି ନାହିଁ।କିନ୍ତୁ ଏହି ଘଟଣା ରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ଏହି ଅପରାଧର ଚେର ବହୁତ ଦୂରକୁ ଲମ୍ବିଛି ଓ ଏଥିରେ ବହୁତ ବଡ଼ ବଡ଼ ଲୋକଙ୍କ ହାତ ଥିବା ସନ୍ଦେହ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।