ଦେଖନ୍ତୁ ଭିଡ଼ିଓ । ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଘର ଏବଂ ତାଙ୍କର ଜୀବନ ଶୈଳୀ ଦେଖିଲେ ଗୋଡ ତଳୁ ମାଟି ଖସି ଯିବ….ଏତେ କଷ୍ଟ ରେ…..
ଆପଣ ତ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ବିଷୟରେ ଅଳ୍ପ ବହୁତ କିଛି ଜାଣିଥିବେ। କାରଣ ସେ ହେଉଛନ୍ତି ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା। ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
କହିଛନ୍ତି ଯେ ସେ କିପରି ତାଙ୍କର ଜୀବନ ଶୈଳୀ କୁ ଅତିବାହିତ କରନ୍ତି ଏବଂ ତାଙ୍କ ଘର କେମିତି, ଏ ବିଷୟରେ ଅନେକ ଜାଣିବାକୁ ଚାହୁଁ ଥିବା ବେଳେ ଏବେ ସେ ଏହାକୁ ଲୋକ ଲୋଚନ କୁ ଆଣିଛନ୍ତି ଏବଂ ସମସ୍ତଙ୍କୁ ଦେଖାଇଛନ୍ତି।
ଘରେ କେମିତି ସେ ତାଙ୍କର ନୀତି ଦିନିଆ କାମ କରନ୍ତି। କଂସା ବାସନ ବ୍ୟବହାର କରନ୍ତି। ଓଡ଼ିଆ ଘରର ପରମ୍ପରା କୁ କିପରି ପାଳନ କରନ୍ତି। ସବୁ କିଛି ସେ ଏକ ସଂସ୍କୃତି ସଂପନ୍ନ ହିନ୍ଦୁ ନାରୀ ଭଳି ଘରେ କରିଥାନ୍ତି। ତାଙ୍କର ଡାଇନିଂ ରେ ମଧ୍ୟ କଂସା ବାସନ ସେ ରଖିଛନ୍ତି। ଗ୍ଲାସ୍, ମଗ୍, ଗିନା ଆଦି କଂସା ଏବଂ ପିତ୍ତଳ ର ସେ ରଖିଛନ୍ତି।
ଏହାପରେ ସେ ତାଙ୍କର ସଂପୂର୍ଣ୍ଣ ଘରକୁ ଭିଡିଓ ରେ ଦେଖାଇଛନ୍ତି। ଘର ବହୁତ ସୁନ୍ଦର୍ ଦେଖା ଯାଉଛି। ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ କିଭଳି ଭାବରେ ସେ ତାଙ୍କ ଘରକୁ ସଯାଇଛନ୍ତି। ତେବେ ସେ ଭୁବନେଶ୍ୱର ରେ ଏକ ଭଡ଼ା ଘରେ ରହୁଛନ୍ତି।ଏହା ତାଙ୍କର ନିଜ ଘର ନୁହଁ ବୋଲି ସେ କହିଛନ୍ତି।
ଏହାପରେ ସେ ତାଙ୍କର ରୋଷେଇ ଘର ଦେଖାଇଛନ୍ତି।ସେ ଚିକେନ କରୁଥିବାର ଦେଖା ଯାଉଛି। ଚିକେନ କସା ସହିତ ସେ ଅରୁଆ ଭାତ କରିଛନ୍ତି। ତାଙ୍କୁ ଅରୁଆ ଚାଉଳର ଭାତ ବହୁତ୍ ପସନ୍ଦ ବୋଲି ସେ କହିଛନ୍ତି।ଏହି ଅନୁସାରେ ସେ ସମସ୍ତ ଜିନିଷ ଘରର ଦେଖାଇଛନ୍ତି । ପ୍ରଶଂସକ ମାନଙ୍କ ସହିତ ମଝିରେ ମଝିରେ କଥା ମଧ୍ୟ ହୋଇ ସେମାନଙ୍କ କମେଣ୍ଟ ମଧ୍ୟ ପଢୁଛନ୍ତି।
ତେବେ ଏହି ଭଳି ସେ ଏକ ଭିଡିଓ ଜାରି କରି ସମସ୍ତଙ୍କୁ ଏହା ଦର୍ଶାଇ ଅଛନ୍ତି ଯେ ସେ କିପରି ଭାବରେ ଏକ ସାଧାରଣ ଜୀବନ ଯାପନ କରନ୍ତି। ସେ ମଧ୍ୟ ସମସ୍ତଙ୍କ ଭଳି ତାଙ୍କର ଖାଦ୍ୟ ପେୟ, ରହଣି ଏବଂ ଚଳନି କୁ ଅତି ସହଜ ଏବଂ ସରଳ ଭାବରେ ପ୍ରତିପାଦନ କରନ୍ତି।ତେବେ ସେ ତାଙ୍କର ରୋଷେଇ ଘର ସହିତ ତାଙ୍କର ଶୟନ କକ୍ଷ କୁ ମଧ୍ୟ ଦେଖାଇଛନ୍ତି ଏବଂ ଏହା ବହୁତ୍ ସୁନ୍ଦର୍ ଭାବରେ ସଜାଇ ଥିବାର ଦେଖିବାକୁ ମିଳୁଛି।
ସେହିପରି ସେ ତାଙ୍କ ଫ୍ରୀଜ ମଧ୍ୟ ଦେଖାଇଛନ୍ତି। ଯେଉଁଥିରେ ସେ ଯୁସ୍ ଏବଂ ବ୍ରେଡ୍ ରଖିଥିବା ର କହିଛନ୍ତି। ଏହିପରି ଭାବରେ ସେ ତାଙ୍କର ଘରର ଦର୍ଶନ କରାଇଛନ୍ତି ଦର୍ଶକ ମାନଙ୍କୁ।